ପ୍ରେମ ବିବାହରେ ରାଗିଯାଇ ଥିବା ପିତା ଝିଅକୁ ଜନ୍ମଦିନ ବାହାନାରେ ଘରକୁ ଡାକିଲେ,ଆଉ ଅପହରଣ କରିବା ପରେ କଲେ ହତ୍ୟା,ଜାଣନ୍ତୁ ପୁରା ଘଟଣା

ହରିୟାଣାର ସୋନିପତରୁ ଏକ ହତ୍ୟାର ହୃଦୟ ଥରାଇଦେବା ଭଳି ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ପିତା ନିଜର ଝିଅର ପ୍ରେମ ବିବାହରେ ଏତେ ରାଗିଗଲେଯେ ତାଙ୍କର ଝିଅକୁ ମାରିଦେଲେ ଓ ଶବକୁ ମେରଠ ନିକଟରେ ଗଙ୍ଗନହରରେ ଫିଙ୍ଗିଦେଲେ। କଡା କଷ୍ଟ ପରେ ପୋଲିସ ଆରୋପୀକୁ ଗିରଫ କରି ଜେଲକୁ ପଠାଇଦେଲା।

ଏହି ମାମଲା ରାଇ ଥାନା ଅଞ୍ଚଳର ମୁକିମପୁର ଗାଁର ଅଟେ। ମୃତ୍ୟୁ ପୂର୍ବରୁ ପ୍ରଥମେ ଝିଅର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କୁହାଯାଇଥିଲାକି ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହାର ଦୋଷୀ ତାଙ୍କର ପିତା, ଭାଇ ଓ ତାଙ୍କର ସାଙ୍ଗମାନେ ହେବେ।

ଏହି ମାମଲାରେ ପୋଲିସ ଝିଅର ପିତାଙ୍କୁ ଗିରଫ କରିନେଇଛି। ବର୍ତ୍ତମାନ ପୋଲିସ ତାଙ୍କର ଶବକୁ ଖୋଜିବା ପାଇଁ ଗଙ୍ଗନହରରେ ସନ୍ଧାନ କରୁଅଛି। ଜଣାଇଦେଉଛୁକି, ଝିଅର ସ୍ଵାମୀ ତାଙ୍କ ପିତା ବିଜୟପାଲ ଓ ସମ୍ପର୍କୀୟଙ୍କ ସହିତ ଚାରିଜଣ ଲୋକଙ୍କ ବିରୁଦ୍ଧରେ ରିପୋର୍ଟ ରୁଜ୍ଜୁ କରିଛନ୍ତି। ଯେଉଁଥିରେ ସେ କହିଥିଲେକି ଜନ୍ମଦିନ ମନାଇବା ବାହାନାରେ ସେ ଦୁଇଜଣଙ୍କୁ ଡ଼ାକିଥିଲେ ଓ କିଛି ଦୂରରେ ଛିଡା ହୋଇଥିଲେ। ଏହାପରେ ଥାନା ସାମ୍ନାରୁ ତାଙ୍କର ସ୍ତ୍ରୀଙ୍କୁ ଅପହରଣ କରି ନିଆଯାଇଥିଲା।

ମୁକିମପୁର ଗାଁରେ ରହୁଥିବା ଝିଅ ୨୦୨୦ରେ ପଡୋଶୀରେ ରାହୁଥିବା ଏକ ପୁଅ ସହ ପ୍ରେମ ବିବାହ କରିଥିଲେ। ଦୁଇଜଣ ନିଜର ପରିଜନଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଦୁଇଜଣଙ୍କ ଘର ଗାଁରେ ଆଖପାଖରେ ଅଟେ ଓ ଦୁଇଜଣଙ୍କର ଗୋତ୍ରୋ ମଧ୍ୟ ସମାନ। ଏଥିରେ ଝିଅର ପରିଜନ ବ୍ଯତୀତ ଅନ୍ତିଲ ଖାପର ଲୋକଙ୍କ ମଧ୍ୟରେ ରାଗ ଦେଖାଯାଇଥିଲା। ବିବାହ ପରେ ଦୁଇଜଣ କେଉଁଠି ଲୁଚିରହିଥିଲେ।

ବିବାହ ପାଇଁ ରାଗି ରହିଥିବା ଝିଅର ପରିବାର ଦୁଇଜଣଙ୍କୁ ମିଛ କହିଲେକି ବର୍ତ୍ତମାନ ସେମାନେ ବିବାହ ପାଇଁ ରାଜି ହୋଇଯାଇଛନ୍ତି। ଓ ପୁରୁଣା କଥାକୁ ଭୁଲି ଦୁଇଜଣଙ୍କୁ ଘରକୁ ଆସିବା ପାଇଁ କହିଲେ। ପୁଣି ଦୁଇଜଣ ସାବଧାନ ଭାବରେ ପରିବାରଙ୍କୁ ଫୋନରେ କଥାବାର୍ତ୍ତା ହେବାକୁ ଲାଗିଲେ।

ଝିଅର ପିତା ବିଜୟପାଲ ୬ ଜୁଲାଇରେ ଝିଅକୁ ଫୋନ କରି ଡାକିଲେ ଓ କହିଲେକି ୭ ଜୁଲାଇରେ ତାଙ୍କର ଜନ୍ମଦିନ। ତୁମେ ଦୁଇଜଣ ଜନ୍ମଦିନ ପାଳିବା ପାଇଁ ଘରକୁ ଆସ। ସବୁ ମିଶି ମିଠା ଖାଇବୁ ଓ ପୁରୁଣା କଥାକୁ ଭୁଲି ନୂଆ ଆରମ୍ଭ କରିବୁ, ଛୋଟ ବେଳେ ପିଲାଙ୍କ ଦେଇ ଭୁଲ ହୋଇଯାଏ।

ଦୁଇଜଣ ବିଜୟପାଲଙ୍କ କଥାରେ ଆସିଗଲେ ଓ ସାବଧାନୀ ସହକାରେ ପିତାଙ୍କୁ ଫୋନରେ ସୂଚନା ଦେଲେକି ସେମେନ ରାଇ ଥାନା ସାମ୍ନାରେ ଛିଡା ହୋଇଛନ୍ତି। ବିଜୟପାଲ କାରରେ ନାମଜଦ ଆରୋପୀଙ୍କ ସହିତ ଆସିଲେ ଓ ଝିଅ କନିକାକୁ ୬ ଜୁଲାଇର ଦ୍ଵିପହରେ ନେଇ ଚାଲିଗଲେ। ସେହି ସମୟରେ ଝିଅର ସ୍ଵାମୀ ବେଦପ୍ରକାଶ କିଛି ଦୂରରେ ଛିଡା ହୋଇ ସବୁକିଛି ଦେଖୁଥିଲେ।

ଦୁଇ ଦିନ ବିତିଯିବା ପରେ ଝିଅର ସ୍ଵାମୀ ନିଜର ଶ୍ଵଶୁରଙ୍କୁ ଫୋନ କରିଲେ ଓ ସ୍ତ୍ରୀଙ୍କ ସହ କଥା କରାଇବା ପାଇଁ କହିଲେ, ଏଥିରେ ତାଙ୍କ ଶ୍ଵଶୁର କହିଲେକି ସେ ବର୍ତ୍ତମାନ ଶୋଇଛି। ଆଗାମୀ ଦିନ ଫୋନ କରିଲାକୁ ସେ କହିଲେକି ସେ ତାଙ୍କର ପିଇସିଙ୍କ ସହିତ ବାହାରକୁ ଯାଇଛି। ଦୁଇଦିନ ପରେ ଫୋନ କରିବାରୁ ବିଜୟପାଲ କହିଲେକି ଝିଅ ତାର ମାଉସୀ ଘରକୁ ଯାଇଛି। ଏଥିରେ ବେଦ ପ୍ରକାଶଙ୍କୁ ସନ୍ଦେହ ହେଲା ଓ ସେ ଥାନାରେ ଯାଇ ଏହି ବିଷୟରେ ସୂଚନା ଦେଲେ।

ଆରୋପ ହେଉଛିକି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସଙ୍ଗେ ସଙ୍ଗେ କିଛି ଏକ୍ସନ ନେଇନଥିଲା। ଏହା ପରେ ୨୦ ଜୁଲାଇକୁ ବେଦପ୍ରକାଶ ପୁଣିଥରେ ଥାନା ଗଲେ ଓ ନିଜର ସ୍ତ୍ରୀର ହତ୍ୟା ଓ ଅପହରଣ ହେବାର ସନ୍ଦେହ ପୋଲିସ ସମାନରେ କହିଲେ। ଏହା ଉପରେ ପୋଲିସ ଯାଞ୍ଚ ଆରମ୍ଭ କରିଲେ।

ଅଭିଯୋଗ ଆଧାରରେ ପୋଲିସ ଝିଅର ପିତାଙ୍କୁ ଶକ୍ତ ଭାବରେ ପଚରା୦ଉଚୁରା କରିଲେ। ନିଜର ଅପରାଧ ସ୍ଵୀକାର କରି ଆରୋପୀ କହିଲେକି ସେ ୬ ଜୁଲାଇକୁ ଥାନା ସାମ୍ନାରୁ ନେଇ ଝିଅର ହତ୍ୟା କରି ଶବକୁ ମେରଠ ନିକଟରେ ଗଙ୍ଗନହରରେ ଫିଙ୍ଗିଦେଲେ। ତାଙ୍କୁ ଗାଁକୁ ନେଇ ଆସିନାହାନ୍ତି। ଏହା ବ୍ଯତୀତ ଆରୋପୀଙ୍କ ପିତା କହିଲେକି ତାଙ୍କୁ ନିଜର ଏହିପରି କାଣ୍ଡ ପାଇଁ କିଛି ଅଭିଯୋଗ ନାହିଁ, କାରଣ ଅନ୍ତିଲ ଖାପର ଦାୟିତ୍ଵବାନ ଲୋକ ଗୋଟିଏ ଗୋତ୍ରରେ ବିବାହକୁ ନିନ୍ଦା କରନ୍ତି।

Leave a Reply

Your email address will not be published. Required fields are marked *