ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ ଖୋଲିଲେ ମୁହଁ : ଜାଣନ୍ତୁ ଅକ୍ଷୟ କଣ କହିଲେ ?

ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁକୁ ଆଜି ୧୬ ଦିନ ବିତିଗଲାଣି। କିନ୍ତୁ ଏହି ଘଟଣାର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚିତ ହୋଇପାରି ନାହିଁ ଓ ଦିନକୁ ଦିନ ଏହି ଘଟଣାର ନୂଆ ଚରିତ୍ର ଯୋଡି ହୋଇ ଚାଲିଛନ୍ତି ଓ ନୂଆ ନୂଆ ରହସ୍ୟ ଶୁଣିବାକୁ ମିଳୁଛି। ଗତ କିଛିଦିନ ଧରି ଉଭୟ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କର ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ସାମ୍ନାକୁ ଆସିଥିଲା ଯାହାକି ବର୍ତ୍ତମାନ ଘଟଣାକୁ ଏକ ନୂଆ ଦିଗକୁ ନେଉଛି। ମିଳିଥିବା ବିଦ୍ୟାଭାରତୀଙ୍କର ହାତଲେଖା ଚିଠିରେ ଅକ୍ଷୟ ନାମକ ଏକ ଅଜଣା ବ୍ୟକ୍ତିଙ୍କର ନାମ ସାମ୍ନାକୁ ଆସିଥିଲା। ତେବେ ଅକ୍ଷୟ କିଏ ଓ ବିଦ୍ୟାଭାରତୀଙ୍କ ସହିତ ତାଙ୍କର କେଉଁ ପ୍ରକାର ସମ୍ପର୍କ ରହିଛି ତାହାକୁ ନେଇ ସମସ୍ତ ପ୍ରକାର ସ-ନ୍ଦେ-ହ ଭିତରେ ପୋଲିସ ନିଜର ତଦନ୍ତ ଜାରି ରଖିଛି।

ଏଭଳି ସମୟରେ ନବରଙ୍ଗପୁରରୁ ବିଦ୍ୟାଭାରତୀଙ୍କର ଏଲଆଇ କଲେଜ ସାଙ୍ଗ ଅକ୍ଷୟ ସାମ୍ନାକୁ ଆସିଛନ୍ତି। ବଲାଙ୍ଗୀରରେ ଅକ୍ଷୟ ବିଦ୍ୟାଭାରତୀଙ୍କ ସହ ଏଲଆଇ ପାଠ ପଢୁଥିଲେ। ଏହି ସମୟରେ ଉଭୟ କେବଳ ସାଙ୍ଗ ଭଳି ମିଶିଥିଲେ। କଲେଜରେ ପାଠପଢା ସରିବା ପରେ ସେମାନେ ପରସ୍ପର ସହିତ ଦେଖା ସାକ୍ଷାତ କରିନଥିଲେ କିମ୍ବା କୌଣସି ପ୍ରକାର ସମ୍ପର୍କରେ ନଥିଲେ ବୋଲି ଅକ୍ଷୟ କହିଛନ୍ତି ।

ବିଦ୍ୟାଭାରତୀଙ୍କର ସ୍ଵାମୀ ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁର ଖବର ସେ ଟେଲିଭିଜନ ଦ୍ଵାରା ଜାଣିବାକୁ ପାଇଥିଲେ। ଯେଉଁ ଚିଠିରେ ଅକ୍ଷୟଙ୍କର ନାମ ଆସୁଛି ତେଣୁ ବିଦ୍ୟାଭାରତୀଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନ ଥିବାରୁ ଅକ୍ଷୟ ପ୍ରକାଶ କରିଛନ୍ତି। କଲେଜର ଶେଷ ପରୀକ୍ଷା ସମୟରେ କରୋନା ପାଇଁ କଟକଣା ଜାରି ଥିଲା। ଏହି ସମୟରେ କଲେଜରେ ସମସ୍ତେ କାହା ସହିତ କୌଣସି ପ୍ରକାର ସମ୍ପର୍କରେ ନ ଥିଲେ। ବିଦ୍ୟାଭାରତୀ ନିଜ ବିବାହ ହୋଇଥିବା ଖୁସିରେ ସେଦିନ ହଷ୍ଟେଲର ମେସରେ ଖାଇବାରେ ଖର୍ଚ୍ଚ ହୋଇଥିବା ସମସ୍ତ ପଇସା ଦେଇଥିଲେ। ହଷ୍ଟେଲର ମେସ ନିୟମ ଅନୁସାରେ ସମସ୍ତେ ନିଜ ନିଜ ରୁମକୁ ନେଇ ଖାଇବା ଖାଇଥିଲେ ବୋଲି ଅକ୍ଷୟ କହିଛନ୍ତି। କୋରନା କଟକଣା ଯୋଗୁଁ କଲେଜରେ କୌଣସି ପ୍ରକାର ବ୍ୟାଚେଲର ପାର୍ଟି ହୋଇନଥିଲା ବୋଲି ଅକ୍ଷୟ କହିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ଯାହାବି କିଛି ତଦନ୍ତ କରିବ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published.