୨୦ ବର୍ଷ ପରେ ନୂଆ ଅବତାରରେ ଆସିଲା Nokia 6310, ପୁରୁଣା ସ୍ମୃତି ପଡିଯିବା ମନେ, ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫିଚର୍ସ ବିଷୟରେ

ନୋକିଆ ନିକଟରେ ନିଜର କ୍ଲାସିକ ଫୋନଗୁଡିକୁ ପୁଣିଥରେ ଲଞ୍ଚ କରିଛି | ବର୍ତ୍ତମାନ ନୋକିଆ ୨୦ ବର୍ଷ ପୁରୁଣା ଫୋନର କ୍ଲାସିକ ଭର୍ସନ ଲଞ୍ଚ କରିଛି | ଯାହା ଦ୍ୱାରା ଆପଣଙ୍କର ପୁରୁଣା ସ୍ମୃତି ସତେଜ ହୋଇଯିବ | ନୋକିଆ 6310 ପୁଣି ମାର୍କେଟକୁ ଆସିଛି | HMD Global ଏହି ଫୋନକୁ ଆଧୁନିକ ଫିଚର୍ସ ସହିତ ଲଞ୍ଚ କରିଛି | ଆପଣଙ୍କୁ କହି ରଖୁଛୁ ଯେ HMD Global କିଛି ବର୍ଷ ପୂର୍ବେ ନୋକିଆ ବ୍ରାଣ୍ଡର ଲାଇସେନ୍ସ ଦେଇଥିଲା | ସେବେଠାରୁ କମ୍ପାନୀ ଏକ ନୂଆ ଅବତାରରେ ଫିଚର ଫୋନକୁ ଲଞ୍ଚ କରୁଛି | ଆସନ୍ତୁ ଜାଣିବା Nokia 6310 ର ମୂଲ୍ୟ ଏବଂ ଫିଚର୍ସ ବିଷୟରେ |

ଏହି ଫୋନ ଏହାପୂର୍ବରୁ ୨୦୦୧ ରେ ଲଞ୍ଚ କରାଯାଇଥିଲା | ଅରିଜିନାଲ ଫୋନରେ କ୍ୟାଣ୍ଡି ବାର ଦିଆଯାଇଥିଲା | ୨୦୨୧ରେ ପୁଣିଥରେ ଲଞ୍ଚ ହୋଇଥିବା ଫୋନରେ ମଧ୍ୟ ସେହିପରି କ୍ୟାଣ୍ଡି ବାର ଅଛି | ନୂତନ Nokia 6310 ରେ ଏକ କଭର୍ଡ କଲର ଡିଷ୍ପ୍ଲେ ଅଛି, ଯାହା ପୂର୍ବ ଅପେକ୍ଷା ବଡ ଅଟେ | ଏହି ଫୋନରେ ରିୟର କ୍ୟାମେରା ମଧ୍ୟ ଦିଆଯାଇଛି |

Nokia 6310 (2021)ର ମୂଲ୍ୟ :-

ଏହି ଫୋନକୁ ବର୍ତ୍ତମାନ ବୈଦେଶିକ ମାର୍କେଟରେ ଲଞ୍ଚ କରାଯାଇଛି | ଭାରତରେ ଏହି ଫୋନ କେବେ ଲଞ୍ଚ ହେବ, ଏ ବିଷୟରେ ସୂଚନା ଦିଆଯାଇ ନାହିଁ | ଏହି ଫୋନର ମୂଲ୍ୟ ୪୦ ୟୁରୋ ଅର୍ଥାତ ପାଖାପାଖି ୩,୫୦୦ ଟଙ୍କା ରଖାଯାଇଛି | ଏହାକୁ ବ୍ଲାକ, ଡାର୍କ ଗ୍ରୀନ, ଲାଇଟ ବ୍ଲୁ ଏବଂ ୟେଲୋ କଲରରେ ଲଞ୍ଚ କରାଯାଇଛି |

Nokia 6310 (2021) ର ଫିଚର୍ସ :-

Nokia 6310 ରେ 2.8 ଇଞ୍ଚର ଡିଷ୍ପ୍ଲେ ଦିଆଯାଇଛି | ଫୋନରେ 8MB RAM ଏବଂ 16MB ଇନବିଲ୍ଟ ଷ୍ଟୋରେଜ ଅଛି | ଫୋନ Series 30 + ଅପରେଟିଂ ସିଷ୍ଟମ ସହିତ ଆସିଥାଏ | ରିୟରରେ 0.3 ମେଗାପିକ୍ସେଲ ରିୟର କ୍ୟାମେରା ଅଛି, ଯାହାକି ଏଲଇଡି ଫ୍ଲାସ ସହିତ ଆସିଥାଏ | Nokia 6310 ରେ ଟୁଥ 5.0, ୱାଇ-ଫାଇ, ଡୁଆଲ-ସିମ ସପୋର୍ଟ ଏବଂ FM ରେଡିଓ ପରି ଫିଚର୍ସ ଦିଆଯାଇଛି |

ଫୋନକୁ ପାୱାର ଦେବା ପାଇଁ 1150mAh ର ବ୍ୟାଟେରୀ ଦିଆଯାଇଛି | ଏହାର ବ୍ୟାଟେରୀକୁ ବାହାର ମଧ୍ୟ କରାଯାଇପାରିବ | ଫୋନ ସହିତ ବକ୍ସରେ ଚାର୍ଜର ଏବଂ USB କେବୁଲ ମଧ୍ୟ ମିଳିଥାଏ |

Leave a Reply

Your email address will not be published. Required fields are marked *