କ’ଣ ମହେନ୍ଦ୍ର ସିଂ ଧୋନୀ ପୁଣି ପ୍ରତ୍ୟାବର୍ତ୍ତନ କରିବେ ? ଭାରତୀୟ ଦଳର ଜର୍ସିରେ ସାମ୍ନାକୁ ଆସିଥିବା ଫୋଟ ଭାଇରାଲ

ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ କହିଲେ ତାଙ୍କ ପ୍ରଶଂସକଙ୍କ ମୁହଁରେ ହସ ଆସିଯାଏ। ଧୋନୀ ପୁଣିଥରେ ଆଇପିଏଲ ୨୦୨୧ରେ ଆଇପିଏଲରେ ଦେଖା ହେବେ। କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳର ନୀଳ ଜର୍ସି ନଜର ଆସିଛନ୍ତି। ଏହା ସେହି ଜର୍ସି, ଯାହାକୁ ଆଜିକାଲି ଭାରତୀୟ ଦଳ ପିନ୍ଧି ପଡିଆରେ ଖେଳୁଛନ୍ତି। ଧୋନୀ ପ୍ରଥମ ଥର ଏହି ଜର୍ସିରେ ନଜର ଆସିଛନ୍ତି। ନିକଟ ଅତୀତରେ ସେ ଫୁଟବଲ ଖେଳୁଥିବାର ଦେଖାଯାଇଥିଲା। ଆଇପିଏଲ ୨୦୨୧ର ଦ୍ଵିତୀୟ ଚରଣର ତାରିଖ ଘୋଷଣା ପରେ ଧୋନୀ ସକ୍ରିୟ ହୋଇଯାଇଛନ୍ତି।

ଧୋନୀ ଯେଉଁ ଜର୍ସିରେ ଦେଖା ଯାଉଛନ୍ତି ତାହାକୁ କେବେ ସେ ପିନ୍ଧି ପଡିଆକୁ ଉଲ୍ହାଇନଥିଲେ। କାରଣ ସେତେବେଳେ ଏହି ଜର୍ସି ଭାରତୀୟ ଦଳ ପିନ୍ଧୁନଥିଲେ। ସେ ରିଟାଏର ହେବା ପରେ ଏହି ଜର୍ସି ଆସିଥିଲା ଓ ଧୋନୀ ପ୍ରଥମ ଥର ଏହି ଜର୍ସିରେ ଦେଖା ଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ହଲଚଲ ତୀବ୍ର ହୋଇଯାଇଥିଲା। କିନ୍ତୁ ଧୋନୀ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟରେ ଫେରିବେ ନାହିଁ।

Google

ଭାରତର ସବୁଠାରୁ ସଫଳତମ ଅଧିନାୟକ ମଧ୍ୟରୁ ଧୋନୀ ନଜର ବିନମ୍ର ସ୍ଵଭାବ ପାଇଁ ଜଣାଶୁଣା। ଅନେକ ଲୋକ ତାଙ୍କର ଏହି ସ୍ଵଭାବକୁ ପ୍ରଶଂସା କରନ୍ତି। କିନ୍ତୁ ବର୍ତ୍ତମାନ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରସିଦ୍ଧ କୋରିୟଗ୍ରାଫର ଫରାହ ଖାନ ଧୋନୀଙ୍କ ଏହି ସ୍ଵଭାବରେ ପରିଚିତ ହୋଇଯାଇଛନ୍ତି।

ଫରାହ ଖାନ ଇନଷ୍ଟାଗ୍ରାମର ଏକ ବିଜ୍ଞାପନ ସୁଟ ସମୟରେ ନିଆଯାଇଥିବା ନିଜର ଏକ ଫୋଟ ସେଯାର କରିଚ୍ଚନ୍ତି। ଯେଉଁଥିରେ ଧୋନୀ ଭାରତୀୟ ଦଳର ରେଟ୍ରୋ ଜର୍ସି ପିନ୍ଧିଥିବାର ନଜର ଆସୁଛନ୍ତି। ଫୋଟ ସେୟାର କରିବା ସହିତ ଫରାହ କ୍ୟାପସନରେ ଧୋନୀଙ୍କର ବହୁତ ପ୍ରଶଂସା କରିଛନ୍ତି।

Google

ଫରାହ ଖାନ ଲେଖିଲେକି- ମାହି ଆଜି ଏକ ବିଜ୍ଞାପନ ପାଇଁ…କଣ ବ୍ୟକ୍ତିତ୍ଵ ତାଙ୍କର…ଏତେ ସମୟାନୁବର୍ତ୍ତିତ, ଏତେ ସାଧାରଣ ମଣିଷ, କ୍ଲାଇଣ୍ଟଙ୍କ ଠାରୁ ଆରମ୍ଭ କରି ସ୍ପଟବୟ ପର୍ଯ୍ଯନ୍ତ ସମସ୍ତଙ୍କ ସହିତ ହସି ଫୋଟ ନିଅନ୍ତି। ମୁଁ ମଧ୍ୟ ଜଣେ ପ୍ରଶଂସକ।

ଅଗଷ୍ଟ ୨୦୨୦ରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନୀଙ୍କୁ ଶେଷଥର ପାଇଁ ସ୍ଥଗିତ ଆଇପିଏଲ ୨୦୨୧ରେ କ୍ରିକେଟ ପଡିଆରେ ଦେଖାଯାଇଥିଲା। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ସେ ନଜର ଆସିବେ। ତାଙ୍କର ସିଏସକେ ଦଳ ଏଥର ସାନଦାର ପ୍ରଦର୍ଶନ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *