ଜାଣନ୍ତୁ କିଏ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ତାଙ୍କର ପିତା ମଧ୍ୟ ଥିଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ବିଜେପି ପାଇଁ ଦୀର୍ଘ ଦିନରୁ ଏକ ପ୍ରକାର କୁହୁଳୁଥିବା ଅସନ୍ତୋଷ ମଙ୍ଗଳବାର ଦିନ ସମାଧାନ ହୋଇଛି। ଏଥିରେ ରାଜ୍ୟର ଗୃହ, ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି। ବି.ଏସ.ୟଦୟୁରପ୍ପା ତାଙ୍କର ନାମକୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଦଳର ସଦସ୍ୟମାନେ ମଧ୍ୟ ନିଜର ସମ୍ମତି ଜଣାଇଥିଲେ। ମେକାନିକାଲ ଇଞ୍ଜିନିୟରିଂର ସ୍ନାତକ ପରେ ବାସବରାଜ ରାଜନୈତିକ ଜୀବନକୁ ଜନତା ଦଳରୁ ଆରମ୍ଭ କରିଥିଲେ।

ବାସବରାଜ ବିଜେପିର ହଭେରୀ ଓ ଉଡୁପୀ ଜିଲ୍ଲାର ପ୍ରଭାରୀ ଅଟନ୍ତି। ରାଜ୍ୟର ଜଳ ସଂସାଧନ ଓ ସମବାୟ ବିଭାଗ ମନ୍ତ୍ରାଳୟ ଅଭିଜ୍ଞତା ତାଙ୍କ ସହିତ ରହିଛି। ମୁଖ୍ୟମନ୍ତ୍ରୀ ୟେଦୟୁରପ୍ପାଙ୍କ ପରେ ସେ ଦଳ ପାଇଁ ଦୁଇ ନମ୍ବର ନେତା ମଧ୍ୟ ଅଟନ୍ତି। ୟେଦୟୁରପ୍ପାଙ୍କ ବିଶ୍ୱସ୍ଥ ନେତା ମଧ୍ୟରେ ବାସବରାଜ ଅନ୍ୟତମ ଅଟନ୍ତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳର ବୈଠକରେ ତାଙ୍କର ନାମକୁ ପ୍ରସ୍ତାବ ଦେଇଛନ୍ତି। ସେ ଲିଙ୍ଗାୟତ ସମୂଦାୟ ପାଇଁ ପ୍ରତିନିଧିତ୍ୱ କରନ୍ତି।

ବାସବରାଜଙ୍କ ପିତା ଏସ.ଆର. ବୋମାଇ। ଯିଏକି ନିକଟରେ ରାଜ୍ୟରେ ଜନତା ଦଳର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଥିଲେ। ଏଣୁ ରାଜ୍ୟରେ ଜନତା ପରିବାର ସହ ବାସବରାଜଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି। ବାସବରାଜ ୨୦୧୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେ ହାଭେରୀ ଜିଲ୍ଲାରୁ ୨୦୦୮ ବିଧାନସଭା ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଇଞ୍ଜିନିୟରିଂ ଉତୀର୍ଣ୍ଣ ହେବା ପରେ ସେ ଟାଟା କମ୍ପାନୀରେ ନିଜର ବୃତ୍ତିଗତ ଜୀବନକୁ ଆରମ୍ଭ କରିଥିଲେ। ସେ ତାଙ୍କର ନିର୍ବାଚନ ମଣ୍ଡଳି ସିଗଗାଓଁ ପାଇପ ଜଳ ସେଚନ ବ୍ୟବସ୍ଥାର ଶୁଭ ଆରମ୍ଭ କରିଥିଲେ। ଫଳରେ ସଠିକ ଭାବରେ ଶତ ପ୍ରତିଶତ ସେଚନରେ ଲାଭ ମିଳିଥିଲା। ସାରା ଦେଶରେ ଏଥିପାଇଁ ଆଜି ମଧ୍ୟ ତାଙ୍କୁ ଅନେକ ଶ୍ରେୟ ଦିଆଯାଏ।

Leave a Reply

Your email address will not be published. Required fields are marked *