ଶୋଏବ ଅଖତରଙ୍କ ବଡ ବୟାନ : ଜସପ୍ରିତ ବୁମରାହଙ୍କ କ୍ଯାରିୟର ଏହି କାରଣରୁ ଶୀଘ୍ର ହୋଇଯିବ ଶେଷ

ପାକିସ୍ତାନର ପୂର୍ବତନ ଦୃତ ବୋଲର ଶୋଏବ ଅଖତର ଭାରତୀୟ ଦୃତ ବୋଲର ଜସପ୍ରିତ ବୁମରାହଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ଶୋଏବ ଅଖତରଙ୍କ ଅନୁସାରେ ଜସପ୍ରିତ ବୁମରାହଙ୍କର କ୍ରିକେଟ କ୍ଯାରିୟର ଅତିଶୀଘ୍ର ସାମାପ୍ତ ହୋଇଯିବ। ଜସପ୍ରିତ ବୁମରାହଙ୍କ ବୋଲିଂ ଏକ୍ସନକୁ ସବୁବେଳେ ପ୍ରଶ୍ନ ଉଠେ, ଏମିତି ବୋଲିଂ ଦ୍ଵାରା ତାଙ୍କର ଆହତ ହେବାର ସୁଯୋଗ ମଧ୍ୟ ବଢିଯାଏ।

ବୁମରାହଙ୍କ କ୍ଯାରିୟର ଉପରେ ବିପଦ:-

ଶୋଏବ ଅଖତର ସ୍ପୋର୍ଟ୍ସତକ ସହ ଜସପ୍ରିତ ବୁମରାହଙ୍କ ବିଷୟରେ କଥାବାର୍ତ୍ତା କରି କହିଲେକି,’ବୁମରାହ ନିଜର ବେକ ଓ କାନ୍ଧ କାରଣରୁ ଦୃତ ବୋଲିଂ କରିପାରନ୍ତି। ଜସପ୍ରିତ ବୁମରାହଙ୍କର ବୋଲିଂ ଫ୍ରଣ୍ଟଲ ଏକ୍ସନ ଉପରେ ଅଛି। ଯେତେବେଳେ ଆମେ ଲୋଗ ସାଇଡ ଅନରେ ବୋଲିଂ କରୁଥିଲେ। ଓ ଏହା ଆମର କମ୍ପନସେଶନ ଥିଲା, କିନ୍ତୁ ଫ୍ରଣ୍ଟଲ ଏକ୍ସନ ସହିତ ବୋଲିଂ କରୁଥିବା ବୋଲରଙ୍କ ପାଇଁ କୌଣସି ପ୍ରକାର କମ୍ପନସେଶନ ନାହିଁ।’

ଶୋଏବ ଅଖତର ଏହି ଦାବି କରିଲେ:-

ଶୋଏବ ଅଖତର କହିଲେକି,’ଯଦି ଆପଣଙ୍କ ବେକରେ ଅସୁବିଧା ଅଛି ତେବେ ଆପଣ ଚାହିଁ ମଧ୍ୟ କିଛି କରିପାରିବେ ନାହିଁ। ମୁଁ ଫ୍ରଣ୍ଟଲ ଏକ୍ସନ ଦ୍ଵାରା ଇୟାନ ବିଶପ ଓ ସେନ ବଣ୍ଡଙ୍କର ସ୍ଥିତି ଖରାପ ହେବାର ଦେଖିଛି। ବୁମରାହଙ୍କୁ ବର୍ତ୍ତମାନ ଏହି ଦିଗରେ ଚିନ୍ତା କରିବା ଉଚିତ। ଗୋଟିଏ ମ୍ଯାଚ ଖେଳି ଓ ବ୍ରେକ ନେଇ ରିହାବ ପାଇଁ ଯିବା ଉଚିତ। ତାଙ୍କୁ ଏହା ମ୍ୟାନେଜ କରିବାକୁ ପଡିବ।’

ବୁମରାହଙ୍କୁ ବଞ୍ଚାଇ ରଖିବା ଜରୁରୀ ଅଟେ:-

ଶୋଏବ ଅଖତର କହିଲେକି,’ବୁମରାହଙ୍କୁ ସବୁ ମ୍ଯାଚରେ ଖେଳାଇବା ଉଚିତ ନୁହେଁ ଓ ତାଙ୍କୁ ନିଜ ଉପରେ କାମ କରିବାକୁ ହେବ। ଆପଣ ଯଦି ତାଙ୍କୁ ସବୁ ମ୍ଯାଚରେ ଖେଳାଇବେ ତାହେଲେ ସେ ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ ରୂପରେ ବସିଯିବେ।’

Leave a Reply

Your email address will not be published. Required fields are marked *