ଡେ଼ଲ୍ଟା ଭାରିଆଣ୍ଟ ଆଲର୍ଟ : ଯଦି ଦେଖା ଯାଉଛି ଏହି ପାଞ୍ଚଟି ଲକ୍ଷଣ, ତେବେ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ, ଏପରି ଭାବରେ କରନ୍ତୁ ନିଜକୁ ରକ୍ଷା

ବହୁତ ସମୟ ଧରି କରୋନା ଭାଇରସ ଆମ ଭିତରେ ରହି ଆସିଛି | ଏପରି ପରିସ୍ଥିତିରେ ସମସ୍ତେ ଏହା ବୁଝିବା ଉଚିତ ଯେ କରୋନା ମହାମାରୀ ବହୁତ ଖତରନାକ ଅଟେ, ଏବଂ ଏହାକୁ ହାଲକାରେ ନେବାର ଭୁଲ କରିବାର ଅର୍ଥ ନିଜ ଜୀବନକୁ ବିପଦରେ ପକାଇବା ଅଟେ | ସେହିପରି ଏହି ଭାଇରସ ନିଜର ରୂପ ମଧ୍ୟ ବଦଳାଇବାରେ ସକ୍ଷମ ଅଟେ ଏବଂ ବର୍ତ୍ତମାନ ସୁଦ୍ଧା ଏହାର ଅନେକ ରୂପ ସାମ୍ନାକୁ ଆସିଛି | ଆଜିକାଲି କରୋନାର ଡେ଼ଲ୍ଟା ଭାରିଆଣ୍ଟ ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି, କାରଣ ଏହା ବହୁତ ଘାତକ ଅଟେ | ଏହାର ସବୁଠାରୁ ଅଧିକ ପ୍ରକୋପ ଆମେରିକାରେ ଦେଖାଦେଇଛି | ସେହିପରି ହସ୍ପିଟାଲରେ ବର୍ତ୍ତମାନ ଅଧିକ ଯୁବପିଢ଼ି ଭର୍ତ୍ତି ହେଉଥିବାର ଦେଖାଯାଉଛନ୍ତି, ଯେଉଁମାନେ କି କରୋନା ଟୀକା ନେଇନାହାନ୍ତି | ଏଥିପାଇଁ ଜରୁରୀ ଯେ ଆପଣ ଏହି ଭାଇରସଠାରୁ ନିଜ ରକ୍ଷା କରନ୍ତୁ | ନିକଟରେ ଡେ଼ଲ୍ଟା ଭାରିଆଣ୍ଟର କିଛି ଖତରନାକ ଲକ୍ଷଣଗୁଡିକ ବିଷୟରେ କୁହାଯାଇଛି, ଯାହାକୁ ଚିହ୍ନଟ କରି ବ୍ୟକ୍ତି ଠିକ ସମୟରେ ନିଜର ଚିକିତ୍ସା କରିପାରିବ | ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ କଣ ?

ଡେ଼ଲ୍ଟା ଭାରିଆଣ୍ଟର ଲକ୍ଷଣ :-

– କାଶ ହେବା

– ଶ୍ୱାସକ୍ରିୟା କରିବାରେ ଅସୁବିଧା ହେବା

– ଜ୍ୱର ଆସିବା

– ଶରୀରରେ ଯନ୍ତ୍ରଣା ହେବା

-ନାକ ବହିବା

ଏଗୁଡିକ ହେଉଛି କରୋନା ଭାଇରସର ସାଧାରଣ ଲକ୍ଷଣ :-

– ଜ୍ୱର ହେବା

– ଥଣ୍ଡା ଜ୍ୱର ଆସିବା

– କାଶ କିମ୍ବା ଗଳାରେ ଯନ୍ତ୍ରଣା

– ଶ୍ୱାସକ୍ରିୟା ନେବାରେ ଅସୁବିଧା

– ଥକା ଲାଗିବା

– ଶରୀର ଏବଂ ମାଂସପେଶୀୟରେ ଯନ୍ତ୍ରଣା ହେବା

– ଗଳା କର୍କଶ ହେବା

– ନାକ ବହିବା

– ସ୍ୱାଦ କିମ୍ବା ଗନ୍ଧର ଅଭାବ ଇତ୍ୟାଦି |

ଏପରି କରିପାରିବେ ନିଜକୁ ରକ୍ଷା :-

ଟୀକାକରଣ :-

ସମସ୍ତେ ଟୀକା ନେବା ଜରୁରୀ ଅଟେ | ବିଶେଷଜ୍ଞମାନେ ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ଯେ ଟୀକା ସମ୍ପୂର୍ଣ ଭାବେ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଅଟେ | ଏପରି ପରିସ୍ଥିତିରେ ସମସ୍ତେ ଟୀକା ନିଶ୍ଚିତ ଭାବରେ ଲଗାଇବା ଉଚିତ |

ମାସ୍କ :-

କରୋନା ସହିତ ଲଢେଇରେ ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ଜରୁରୀ ଅସ୍ତ୍ର ହେଉଛି ମାସ୍କ | ଆପଣ ଟୀକା ଲଗାଇ ଥାନ୍ତୁ କିମ୍ବା ନ ଲଗାଇ ଥାନ୍ତୁ, ଆପଣଙ୍କୁ ଏହି ଦୁଇ ଅବସ୍ଥାରେ ମାସ୍କ ନିଶ୍ଚିତ ଭାବରେ ପିନ୍ଧିବା ଉଚିତ | ଘରୁ ବାହାରକୁ ଯିବା ସମୟରେ, କାହା ସହିତ ଦେଖା କରିବା ସମୟରେ, ଦୋକାନ ଯିବା ସମୟରେ, ଅଫିସ ଯିବା ସମୟରେ ଇତ୍ୟାଦି ସ୍ଥାନରେ ମାସ୍କ ନିଶ୍ଚିତ ଭାବେ ପିନ୍ଧିବା ଉଚିତ |

ଦୂରତା ରଖିବା ଜରୁରୀ ଅଟେ :-

ଆମେ ସାମାଜିକ ଦୂରତାକୁ ପାଳନ କରିବା ଉଚିତ | କାହା ସହିତ ଦେଖା କରିବା ସମୟରେ ଉଚିତ ଦୂରତା ରଖି ଠିଆ ହୁଅନ୍ତୁ, ଭିଡ଼ ହେଉଥିବା ସ୍ଥାନକୁ ଯିବାଠାରୁ ଦୁରେଇ ରୁହନ୍ତୁ, ଘରୁ ବିନା କାରଣରେ ବାହାରକୁ ବାହାରନ୍ତୁ ନାହିଁ ଏବଂ ପିଲାମାନଙ୍କ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ | ଏପରି କରି ଆପଣ ନିଜକୁ ଏବଂ ନିଜ ପରିବାର ଲୋକମାନଙ୍କୁ କରୋନାର ଆକ୍ରମଣରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇପାରିବେ |

Leave a Reply

Your email address will not be published. Required fields are marked *