କାହିଁକି ଫୁଲେ ରୋଟି ? କଣ ଆପଣ କେବେ ଚିନ୍ତା କରିଛନ୍ତି କି ଏମିତି, ଜାଣନ୍ତୁ ଏହା ପଛର କାରଣ

ପିଲାବେଳ ପାଖରୁ ନେଇ ଆଜି ପର୍ଯ୍ଯନ୍ତ ଆପଣ ସବୁବେଳେ ଦେଖିଥିବେକି ଘର ତିଆରି କରାଯାଉଥିବା ରୋଟିକୁ ସେକିବା ପରେ ଯେମିତି ଚୁଲା ଉପରେ ରଖନ୍ତି ତାହା ସଙ୍ଗେ ସଙ୍ଗେ ଫୁଲିଯାଏ। କଣ ଆପଣ କେବେ ଚିନ୍ତା କରିନାହାନ୍ତି ଏମିତି କାହିଁକି ହୋଇଥାଏ। ବେଲିବା ଦ୍ଵାରା ଗୋଲ ରୋଟି ତିଆରି କରିବା ପରେ ଅଚାନକ ଫୁଲିଯାଏ କିପରି? ଚାଲନ୍ତୁ ଆମେ ଏହି ବିଷୟରେ ଜାଣିବାକୁ ଚେଷ୍ଟା କରିବା।

ରୋଟି ଫୁଲିବାର କଣ ଅଟେ ବାସ୍ତବ କାରଣ?:-

କୁହାଯାଉଛିକି ରୋଟି ଫୁଲିବା ପଛରେ କୌଣସି ରକେଟ ସାଇନ୍ସ ନାହିଁ। ରୋଟିକୁ ଫୁଲିବା ପଛରେ କାରଣ ହେଉଛି କାର୍ବନ ଡାଇଅକ୍ସାଇଡ ଗ୍ଯାସ। ଯେତେବେଳେ ଆମେ ଅଟାରେ ପାଣି ମିଶାଇ ଗୋଳାଉ। ସେତେବେଳେ ସେଥିରେ ପ୍ରୋଟିନ ତିଆରି ହୋଇଯାଏ। ଏହାକୁ ଗ୍ଲୁଟେନ କୁହାଯାଏ। ଗ୍ଲୁଟେନର ସବୁଠାରୁ ଖାସ କଥା ହେଉଛିକି ନିଜ ଭିତରେ କାର୍ବନ ଡାଇଅକ୍ସାଇଡ ଶୋଷି ନିଅନ୍ତି।

ରୋଟି ଭିଆତ୍ରେ କେଉଁ ଗ୍ଯାସ ଭରି ରହିଥାଏ?:-

ଗ୍ଲୁଟେନ ଯୁକ୍ତ ଏହି ଅଟାକୁ ଗୋଳାଇ ସାରିବା ପରେ ଫୁଲିଥାଏ ମଧ୍ୟ। ଏହା ପଛରେ କାର୍ବନ ଡାଇଅକ୍ସାଇଡ ଅଛି। ସେଥିପାଇଁ ଅଟାକୁ କିଛି ସମୟ ରଖାଯାଇଥାଏ। ଯେତେବେଳେ ରୋଟିକୁ ସେକାଯାଏ, ସେହି ସମୟରେ ଗ୍ଲୁଟେନ କାର୍ବନ ଡାଇଅକ୍ସାଇଡକୁ ବାହାରିବାରେ ରୋକିଥାଏ। ଏହି କାରଣରୁ ମଝିରେ ଗ୍ଯାସ ଭର୍ତ୍ତି ହୋଇଥାଏ ଓ ତାହା ଫୁଲିଯାଏ। ଯେଉଁ ଅଂଶ ତାବାରେ ଜାକି ରୁହେ, ସେହି ପାର୍ଶ୍ଵରେ ସ୍ତର ହୋଇଯାଏ।

ଗହମର ଅଟାରେ ଗ୍ଲୁଟେନ ଅଧିକ ମାତ୍ରା:-

ଗହମର ଅଟାରେ ଗ୍ଲୁଟେନ ଅଧିକ ମାତ୍ରାରେ ଥାଏ। ଏହି କାରଣରୁ ଗହମର ରୋଟି ସହଜରେ ଫୁଲିଯାଏ। କିନ୍ତୁ, ବାଜରା, ମକାର ରୋଟି କମ ଫୁଲେ। କାରଣ ଏଥିରେ ସେହି ପ୍ରକାରର ଗ୍ଲୁଟେନ ତିଆରି ହୋଇପାରେ ନାହିଁ। ବର୍ତ୍ତମାନ ଆପଣ ବୁଝିଯାଇଥିବେ ଆପଣଙ୍କ ରୋଟି କାହିଁକି ଫୁଲିଥାଏ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *