ଦେଖନ୍ତୁ ଭିଡ଼ିଓ : ବାଇକରେ ଲୁଚି ରହିଥିବା ସାପକୁ ରେସକ୍ୟୁ କରୁଛନ୍ତି ପୋ-ଲି-ସ କର୍ମଚାରୀ,ଟ୍ୱିଟରେ ଲେଖିଛନ୍ତି ମଜାଳିଆ କ୍ୟାପସନ

ସୋସିଆଲ ମିଡ଼ିଆ ଦୁନିଆରେ ସମସ୍ତେ ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି | ବର୍ତ୍ତମାନ ୟୁପି ପୋ-ଲି-ସ-ଙ୍କୁ ହିଁ ଦେଖିନିଅନ୍ତୁ, ଯିଏ ସବୁବେଳେ ନିଜ ଆଲୋଚନା କାରଣରୁ ହେଡଲାଇନରେ ରହିଥାନ୍ତି | ଆଜିକାଲି ସୋସିଆଲ ମିଡିଆରେ କରାଯାଇଥିବା ତାଙ୍କର କିଛି ଟ୍ୱିଟ ମଧ୍ୟ ତାଙ୍କୁ ଖବରଗୁଡ଼ିକରେ ସ୍ଥାନ ଦେଉଛି | ବାସ୍ତବରେ ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛନ୍ତି | ଏହାସହିତ ସେ ଭିଡିଓର କ୍ୟାପସନରେ ଏମିତି କିଛି ଲେଖିଛନ୍ତି, ଯାହାକୁ ଦେଖି ଆପଣଙ୍କ ମୁହଁରେ ହସ ଆସିଯିବ |

ୟୁପି ପୋ-ଲି-ସ ସୋସିଆଲ ମିଡିଆରେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ଲେଖିଛନ୍ତି ଯେ ସାପ ହେଲା ୯-୨-୧୧ ଯେତେବେଳେ ପହଞ୍ଚିଲା ୧୧୨ | ପ୍ରକୃତରେ ୟୁପି ପୋଲିସ ଏହି ଚମତ୍କାର ଲାଇନକୁ ଯେଉଁ ଭିଡିଓ ପାଇଁ ବ୍ୟବହାର କରିଛନ୍ତି, ସେଥିରେ ଜଣେ ପୋ-ଲି-ସ କର୍ମଚାରୀ ବାଇକରୁ ସାପକୁ ବାହାର କରୁଛି | ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ପୋଲିସ କର୍ମଚାରୀ ହାତରେ ବାଡ଼ି ନେଇ ବାଇକରେ ଗୁଡେଇ ହୋଇଥିବା ସାପକୁ ବାହାର କରୁଛନ୍ତି | ୟୁପି ପୋ-ଲି-ସ-ର ଏହି କ୍ରିଏଟିଭ ପୋଷ୍ଟର ପ୍ରଶଂସା ସବୁଆଡେ ହେଉଛି |

ୟୁପି ପୋ-ଲି-ସ ସେୟାର କଲେ ଭିଡିଓ :-

ଏହି ଭିଡିଓକୁ ୟୁପି ପୋଲିସ ଜୁଲାଇ ୨୫ ତାରିଖ ଦିନ ସେୟାର କରିଥିଲେ | ବର୍ତ୍ତମାନ ସୁଧ ଏହି ଭିଡିଓକୁ ୫ ହଜାରରୁ ଅଧିକ ଥର ଦେଖାଗଲାଣି | ଏହାସହିତ ୭୦୦ରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି | ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରାଯିବା ମାତ୍ରେ ଲୋକମାନେ ନିଜର ପ୍ରତିକ୍ରିୟା ଦେବାକୁ ଲାଗିଲେ | ଜଣେ ୟୁଜର କହିଛନ୍ତି ଯେ ୟୁପି ପୋଲିସକୁ ତ ଆଛା ଆଛା ଲୋକ ଡରିଥାନ୍ତି | ସୋସିଆଲ ମିଡିଆରେ ଅଧିକାଂଶ ଲୋକ ଏପରି ମଧ୍ୟ ଥିଲେ, ଯେଉଁମାନେ ଉତ୍ତରପ୍ରଦେଶ ପୋଲିସଙ୍କୁ ଖୁବ ପ୍ରଶଂସା କରିଛନ୍ତି | ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ବରଦିକୁ ଦେଖି ସାପ ମଧ୍ୟ ପଳାଇ ଯିବାଟା ଭଲ ବୋଲି ଭାବିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *