ଦୋକାନୀର ଇଏ କି କାମ : ସଡକରେ ଜମିରହିଥିବା ଅସନା ପାଣିରେ ଧୋଉଛନ୍ତି ବାସନ,ଭିଡ଼ିଓ ଦେଖିଲେ ରାଗରେ ଗର୍ଜି ଉଠିବେ

ଏହି ସମୟ ଦେଶ କରୋନା ଭାଇରସ ସଙ୍କଟ ସହ ଲଢେ଼ଇ କରୁଛି|ଲୋକଙ୍କୁ ସଫାସୁତୁରା ରଖିବା ପାଇଁ କୁହାଯାଇଛି ଫଳରେ ଏହି ମହାମାରୀ ଆଉ ଅଧିକ ବ୍ଯାପି ପାରିବ ନାହିଁ|ଯଦିଓ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଦାବେଳେ କୁହାଯାଏ|କିନ୍ତୁ ବହୁବାର ଆମର ସାମ୍ନାକୁ ଏମିତି ଜିନିଷ ଆସେ ଯେ ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ|ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି,ଯାହାକୁ ଦେଖି ଆପଣ ମଧ୍ୟ କହିବେ ଯେ ଏହା ଜୀବନ ସହ ଖେଳ ଅଟେ ଓ ବେମାରୀ ପରଷୁଛନ୍ତି|

ବହୁତ ପୁରୁଣା କଥା ରହିଛି ଯେ ସଫାରେ ଭଗବାନ ବାସ କରନ୍ତି|ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଏହା ଯେ ନିଜର ଆଖପାଖ ସଫାସୁତୁରା ରଖିବା|ଏହା ପଛରେ ବହୁତ କାରଣ ରହିଛି|ସ୍ୱଚ୍ଛତାରେ ରୋଗ ବ୍ୟାପେ ନାହିଁ ଓ ଲୋକମାନେ ସ୍ୱାସ୍ଥ୍ୟ ରୁହନ୍ତି|ଖାସକରି ଖାଦ୍ୟ ପଦାର୍ଥର ସ୍ୱଚ୍ଛତାର ଅଧିକ ଧ୍ୟାନ ଆବଶ୍ୟକ|କିନ୍ତୁ ଏହି ଭିଡିଓ ଦେଖିବା ପରେ ଯେଉଁମାନେ ସଡକ ପାଖରେ ଠେଲାରୁ ଖାଦ୍ୟ ଖାଇଥାନ୍ତି ତାଙ୍କୁ ବଡ ଝଟକା ଲାଗିବ|କାହିଁକି ଜିନିଷ ପତ୍ର ଧୋଇବାର ପ୍ରକ୍ରିୟା ଦେଖିକି ହୋଇପାରେ ଆପଣ ଜୀବନରେ କେବେବି ରାସ୍ତା କଡରୁ ଖାଇବା ପସନ୍ଦ ନକରି ପାରନ୍ତି|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by ⚡ JATTWADI STYLE ⚡ (@jattwadi.style)

ଭିଡିଓ ଦେଖିକି ଆପଣଙ୍କୁ ଝଟକା ଲାଗିଥିବ|ଯେଉଁଭଳି ବ୍ୟକ୍ତି ସଡକରେ ଜମିଥିବା ପାଣିରେ ବାସନ ଧୋଉଛନ୍ତି ଓ ପୁଣି ଲୋକଙ୍କୁ ଖାଇବାକୁ ଦିଆଯାଉଛି ତ ଏଥିରୁ ଲାଗୁଛି ଯେ ଜୀଵନ ସହ ଖେଳାଯାଉଛି|ଏହି ଭିଡିଓକୁ ଦେଖିବା ପରେ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଚର୍ଚ୍ଚା କରୁଛନ୍ତି|ଇନଷ୍ଟାଗ୍ରାମରେ ଏହି ଭିଡିଓକୁ “ଜାତୱଡି ଡଟ୍ ଷ୍ଟାଇଲ୍” ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୮ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି|ଏତିକି ନୁହେଁ ୟୁଜର ଏହା ଉପରେ ଜୋରଦାର ପ୍ରତିକ୍ରିୟା ରଖିଛନ୍ତି|ଜଣେ ୟୁଜର ମଜାରେ କହିଛନ୍ତି ଏହା କୋଭିଡର ଆଣ୍ଟିଡୋଜ୍|ଆଉଜଣେ ଲେଖିଛନ୍ତି ଏକ୍ସଟ୍ରା ମସଲା ଅଟେ|ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *