ବୃଦ୍ଧମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଏକ ଉପହାର ବୋଲି ପ୍ରମାଣିତ କରୁଛି ଏହି ଯୋଜନା, ସର୍ବାଧିକ ମିଳୁଛି ୧୦,୦୦୦ ଟଙ୍କା ମାସିକ ପେନସନ

ସାରା ଜୀବନର ସବୁ ରୋଜଗାରକୁ ଖର୍ଚ୍ଚ କରିବାପାଇଁ କେହି ବି ଚାହିଁବେ ନାହିଁ | ସେପର୍ଯ୍ୟନ୍ତ କେହି ଖର୍ଚ୍ଚ କରନ୍ତି ନାହିଁ, ଯେପର୍ଯ୍ୟନ୍ତ ତାଙ୍କ ସାମ୍ନାକୁ କୌଣସି ବଡ଼ ବାଧ୍ୟତାମୂଳକ କାର୍ଯ୍ୟ ନ ଆସିଛି | ପ୍ରାୟତଃ ଲୋକମାନେ ଚାହାନ୍ତି ଯେ ନିଜର ରୋଜଗାରକୁ ଏପରି କୌଣସି ଯୋଜନାରେ ଲଗାଯାଉ, ଯେଉଁଠାରେ ସବୁ ଟଙ୍କା ସୁରକ୍ଷିତ ରହିବ ଏବଂ ତାର ଭଲ ରିଟର୍ନ ମାସିକିଆ ପେନସନ ଭାବରେ ମିଳିବ | ସରକାର କରିଥିବା ଏପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା | ଏହି ଯୋଜନାରେ ୬୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଲୋକମାନେ ଟଙ୍କା ଲଗାଇ ଭଲ ରିଟର୍ନ ନେଇପାରିବେ |

ଏହି ଯୋଜନାର ସମୟକାଳ ଶେଷ ହୋଇ ଯାଇଥିଲା, ଯାହାକୁ ସରକାର ବଢ଼ାଇ ଦେଇ ବର୍ତ୍ତମାନ ମାର୍ଚ୍ଚ ୩୧ ୨୦୨୩ ପର୍ଯ୍ୟନ୍ତ କରି ଦେଇଛନ୍ତି | ଅର୍ଥାତ ମାର୍ଚ୍ଚ ୩୧ ୨୦୨୩ ପର୍ଯ୍ୟନ୍ତ ବିନିଯୋଗ କରଲେ ଏହି ଯୋଜନାର ଲାଭ ଆଗାମୀ ୧୦ ବର୍ଷ ପାଇଁ ନିଆଯାଇପାରିବ | ଏହି ଯୋଜନାରେ ମୂଳଧନ ସେଫ ରହିଥାଏ | ଏହି ବିନିଯୋଗ କଲେ ଇନକମ ଟ୍ୟାକ୍ସରୁ ମଧ୍ୟ ରିହାତି ମିଳିଥାଏ | ତେବେ ମିଳୁଥିବା ରିଟର୍ନ ରିହାତିରୁ ବାହାରେ ଅଟେ | ବର୍ତ୍ତମାନ ଏଥିରେ ସୁଧ ହାର ୭.୪ ପ୍ରତିଶତ ଅଟେ |

ଜାଣନ୍ତୁ କିପରି ମିଳିବ ପ୍ରତି ମାସରେ ୧୦ ହଜାର ଟଙ୍କା :-

ଏହି ଯୋଜନାରେ ଆପଣ ଯଦି ନିଜର ଅଧିକ ରୋଜଗାରରୁ ହେଉଥିବା ସେଭିଙ୍ଗସର ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଭାବରେ ମିଳିଥାଏ | ସେହିପରି ଆପଣଙ୍କ ୧୫ ଲକ୍ଷ ଟଙ୍କା ଆକାଉଣ୍ଟରେ ସେଫ ରହିଥାଏ | ଯଦି ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ବିନିଯୋଗ କରିବେ ଏବଂ ବିନିଯୋଗର ରକମ ୩୦ ଲକ୍ଷ ଅଟେ, ତେବେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କୁ ମିଶାଇ ୨୦ ହଜାର ଟଙ୍କା ଲେଖାଏଁ ପ୍ରତିମାସରେ ମିଳିବ | ଏହି ପଲିସୀର ଅବଧି ୧୦ ବର୍ଷର ଅଟେ |

ଏହି ସୂଚନା ମଧ୍ୟ ବହୁତ ଜରୁରୀ :-

ଏହି ଯୋଜନାରେ ୧୦ ବର୍ଷ ପରେ ଆପଣଙ୍କୁ ମୂଳଧନ ଫେରାଇ ଦିଆଯାଇଥାଏ | ଯଦି ପଲିସୀ କିଣିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଏହି ୧୦ ବର୍ଷ ଭିତରେ ହୋଇଯାଏ, ତେବେ ମୂଳଧନ ନୋମିନିଙ୍କ ଖାତାକୁ ଚାଲିଯାଏ | ଯୋଜନା ସହିତ ଜଡିତ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ 022-67819281 କିମ୍ବା 022-67819290 ରେ କଲ କରିପାରିବେ | ଏଲଆଇସି ଏଥିପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛି | 1800-227-717 ନମ୍ବରରେ ଫୋନ କରି ଏହି ଯୋଜନା ସହିତ ଜଡିତ ସୂଚନା ନେଇପାରିବେ |

ମିଳିପାରେ ଲୋନ :-

ଏହି ଯୋଜନାରେ ଲୋନ ମଧ୍ୟ ନେଇପାରିବେ | ଏହି ପଲିସୀ ମାଧ୍ୟମରେ କିଣା ମୂଲ୍ୟରେ ୭୫% ପର୍ଯ୍ୟନ୍ତ ଲୋନ ମଧ୍ୟ ମିଳିପାରେ | ଏହି ଲୋନ ସୁବିଧା ପଲିସୀ ଅବଧି ୩ ବର୍ଷ ପୁରା ହେବାପରେ ହିଁ ମିଳିପାରିବ | ଏହି ଯୋଜନା ଦ୍ୱାରା କିଣା ମୂଲ୍ୟର ୯୮% ପର୍ଯ୍ୟନ୍ତ କୌଣସି ଏମର୍ଜେନ୍ସି ପାଇଁ ଟଙ୍କା ମଧ୍ୟ ଉଠାଯାଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *