ବଲାଙ୍ଗୀର ପାର୍ଟିରୁ ବିଦ୍ୟାଭାରତୀଙ୍କ ଆଣିବାକୁ ଯାଇଥିବା ଡ୍ରାଇଭର ଶେଷରେ ଖୋଲିଲା ମୁହଁ, ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଦେଲା ବଡ ବୟାନ

ଏସିଏଫଓ ସୌମ୍ୟରଞ୍ଜନଙ୍କର ମୃତ୍ୟୁର ରହସ୍ୟ ଦିନକୁ ଦିନ ବଢିଚାଲିଛି। ବର୍ତ୍ତମାନ ଏହି ଘଟଣା ଏକ ଅଡୁଆ ସୂତା ଭଳି ମନେ ହେଉଛି ଓ ଅନେକ ପ୍ରକାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଅଛି। ବର୍ତ୍ତମାନ ସାମ୍ନାକୁ ଗାଡି ଡ୍ରାଇଭରର ତଥ୍ୟ ସାମ୍ନାକୁ ଆସିଛି।

ବିଦ୍ୟାଭାରତୀଙ୍କୁ ତାଙ୍କ ବଲାଙ୍ଗୀର ପାର୍ଟିରୁ ଆଣିବାକୁ ଯାଇଥିଲା ଗାଡିର ଡ୍ରାଇଭର। ଏପ୍ରିଲ ୧୩ ତାରିଖ ଦିନ ଏହି ଡ୍ରାଇଭର ବିଦ୍ୟାଭାରତୀଙ୍କର ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗୀର ଯାଇଥିଲେ। ବିଦ୍ୟାଭାରତୀ ଏବଂ ତାଙ୍କର ସ୍ଵାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କର ବାପଘରର ଗୌଡ ଗାଁକୁ ଫେରିଥିଲେ। ଗାଡି ଭିତରେ ସେଦିନ କୌଣସି କଥାବାର୍ତ୍ତା ହୋଇନଥିଲେ କିନ୍ତୁ ସମସ୍ତେ ବହୁତ ଖୁସିଥିଲେ ବୋଲି ଡ୍ରାଇଭର କହିଛନ୍ତି ।

ଏପ୍ରିଲ ୧୩ ତାରିଖରେ ବଲାଙ୍ଗୀରରୁ ଆସିବା ପରେ ଗୌଡଗାଁରେ ୬ ରୁ ୭ ଦିନ ରହିଥିଲେ। ପରେ ୨୨ ତାରିଖରେ ଅର୍ଥାତ ସୁଦଶା ବ୍ରତର ପୂର୍ବଦିନ ପୁଣି ସେହି ଡ୍ରାଇଭର ଜଣକ ସୌମ୍ୟରଞ୍ଜନ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡିସ୍ଥିତ ତାଙ୍କ କ୍ବାର୍ଟରକୁ ନେଇ ଯାଇଥିଲେ। ସେହି ଦିନ ରାତିରେ ଉକ୍ତ ଡ୍ରାଇଭରଙ୍କୁ ସୌମ୍ଯ ତାଙ୍କ କ୍ବାର୍ଟରରେ ରହିବାକୁ କହିଥିଲେ। ଡ୍ରାଇଭର କହିଛନ୍ତିକି ପାରଳାଖେମୁଣ୍ଡି ଯାଉଥିବା ସମୟରେ ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା।

Leave a Reply

Your email address will not be published. Required fields are marked *