ପୃଥ୍ବୀ ଶୋ ଓ ସୂର୍ଯ୍ୟକୁମାର ଯାଦବ ଦ୍ଵିତୀୟ ଟି-୨୦ରୁ ପଡିପାରନ୍ତି ବାଦ,ଭାରତର ପ୍ଲେଇଙ୍ଗ ଇଲେଭେନ ହୋଇପାରେ ଏମିତି

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ଶ୍ରୀଲଙ୍କାରେ ଖେଳାଯାଉଛି। ପ୍ରଥମ ମ୍ଯାଚ ସରି ଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ ମଙ୍ଗଳବାର ଦିନ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନରେ କିଛି ପରିବର୍ତ୍ତନ ହୋଇପାରେ। ପୃଥ୍ଵୀ ଶୋ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳରେ ଚୟନ ହୋଇଛନ୍ତି। ବର୍ତ୍ତମାନ ଏହି ଦୁଇ ଜଣ ଖେଳାଳି ଶ୍ରୀଲଙ୍କାରୁ ସିଧାସଳଖ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ।

ବର୍ତ୍ତମାନ ଏହି ଦୁଇଜଣ ଖେଳାଳି ଗୋଟିଏ ବାୟୋ ବବଲରୁ ସିଧାସଳଖ ଅନ୍ୟ ଏକ ବାୟୋ ବବଲରେ ପ୍ରବେଶ କରିବେ। ତେଣୁ ଦୁଇଜଣ ଖେଳାଳିଙ୍କୁ ବର୍ତ୍ତମାନ ବାଧ୍ୟତାମୂଳଖ ପୃଥକବାସରେ ରହିବାକୁ ପଡିବ ନାହିଁ। ତେଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳର ପ୍ରବନ୍ଧକ ଶୋ ଓ ସୂର୍ଯ୍ୟକୁମାରଙ୍କୁ ଦ୍ଵିତୀୟ ଟି-୨୦ରେ ବିଶ୍ରାମ ନେଇପାରନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାୟକୱାଡ ଓ ଦେବଦତ୍ତ ପାଡିକଲଙ୍କୁ ଦଳରେ ସୁଯୋଗ ମିଳିବ।

ମନୀଷ ପାଣ୍ଡେଙ୍କୁ ଦିନିକିଆରେ ସୁଯୋଗ ମିଳିଥିଲା କିନ୍ତୁ ସେ ବିଶେଷ କିଛି ଖାସ ପ୍ରଦର୍ଶନ କରିନଥିଲେ। ତେଣୁ ଦଳକୁ ଫେରିବା ତାଙ୍କ ପାଇଁ ଅସୁବିଧା ହେବ। ଏହି ଦୁଇଟି ପରିବର୍ତ୍ତନ ଛଡା ଦଳର ପ୍ରବନ୍ଧକ ଆଉ କିଛି ବିଶେଷ ପରିବର୍ତ୍ତନ କରି ନପାରନ୍ତି। କୋଚ ରାହୁଲ ଦ୍ରାବିଡଙ୍କୁ ସଞ୍ଜୁ ସାମସନଙ୍କ ଉପରେ ବହୁତ ଭରସା ଓ ବିଶ୍ଵାସ ରହିଛି। ଯଦି ସେ ଆଗାମୀ ଦୁଇଟି ମୁକାବିଲାରେ ବଡ ସ୍କୋର କରିବାରେ ବିଫଳ ହେବେ ତେବେ ଏହି ସିରିଜ ତାଙ୍କ ପାଇଁ ଶେଷ ସୁଯୋଗ ହେବ। ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବ୍ୟାଟିଂ ଫର୍ମ ବର୍ତ୍ତମାନ ଚିନ୍ତାର କାରଣ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କ ବ୍ୟାଟରୁ ଭଲ ରନ ଦେଖିବାକୁ ମିଳିନାହିଁ।

ଭାରତର ସମ୍ଭାବ୍ଯ ପ୍ଲେଇଙ୍ଗ ଇଲେଭେନ:-

ଦେବଦତ୍ତ ପାଡିକଲ, ଶିଖର ଧାବନ(ଅଧିନାୟକ), ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, କୃନାଲ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ

Leave a Reply

Your email address will not be published. Required fields are marked *