ଆସିଲା ଏସିଏଫ ସୌମ୍ଯରଞ୍ଜନ ମହାପାତ୍ରଙ୍କର ପୋଷ୍ଟମର୍ଟମ ରିପୋର୍ଟ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଲା। ସୌମ୍ୟରଞ୍ଜନଙ୍କ ପରିବାରକୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଗଲା। କଟକର ମର୍କତନଗର ଥାନାରୁ ପୋଷ୍ଟମର୍ଟମ ରିପୋର୍ଟ ପରିବାର ବର୍ଗ ନେଲେ। ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋ-ଡ଼ି ଯାଇଥିଲା ବୋଲି ମୃ-ତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକସ୍ଥଳୀ ଖାଲି ଥିଲା ଓ ସେଥିରୁ କୌଣସି ପ୍ରକାର ଦୁର୍ଗନ୍ଧ ନଥିଲା ବୋଲି ଉଲ୍ଲେଖ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ୬ ଘଣ୍ଟା ପୂର୍ବରୁ ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରଖାଯାଇଛି।

ଗତ ୧୨ ତାରିଖ ଦିନ ରାତିରେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ତାଙ୍କ ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନଙ୍କ ଦେହରେ ନି-ଆଁ ଲାଗି ଯାଇଥିଲା। ଏ ସମ୍ବନ୍ଧରେ ସୌମ୍ୟରଞ୍ଜନଙ୍କର ପତ୍ନୀ ବିଦ୍ୟାଭାରତୀ ପଡ଼ୋଶୀଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଗଲା। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ଯରଞ୍ଜନଙ୍କର ମୃ-ତ୍ୟୁ ହୋଇଯାଇଥିଲା।

ସୌମ୍ୟରଞ୍ଜନଙ୍କ ଶରୀରରେ କିପରି ନି-ଆଁ ଲାଗିଲା? ଏ ନେଇ ପତ୍ନୀ ବିଦ୍ୟାଭାରତୀ ମଧ୍ୟ କିଛି ମୁହଁ ଖୋଲୁନଥିଲେ। ଯାହାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ବଦ୍ୟାଭାରତୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ମାନସିକ ଚାପ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ସମ୍ପର୍କ ରଖିଥିବାର ସୌମ୍ୟରଞ୍ଜନଙ୍କ ପରିବାର ଲୋକମାନେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ମଧ୍ୟ ଖଣ୍ଡନ କରିଥିଲେ। ସୌମ୍ୟରଞ୍ଜନଙ୍କର ବାପାଙ୍କର ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନାର ପୋ-ଲି-ସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବରେ ଏହାର ତଦନ୍ତ କରିଥିଲେ। ଡିଏଫଓ, ବିଦ୍ୟାଭାରତୀ, ରୋଷେୟା, ବଲାଙ୍ଗିର ନେଇଥିବା କାର ଚାଳକଙ୍କୁ ବର୍ତ୍ତମାନ ପର୍ଯ୍ଯନ୍ତ ଜେରା କରାଯାଇ ପଚରାଉଚୁରା କରାଯାଇଥିଲା। ଜେରା କରିବା ପରେ ଗଜପତି ଏସପି ଡିଏଫଓଙ୍କୁ କ୍ଲିନଚିଟ ଦେଇଥିଲେ।

Leave a Reply

Your email address will not be published. Required fields are marked *