ଓଡିଆ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ହେଲେ ଆବଦ୍ଧ, ଏହି ଝିଅ ହେଲେ ତାଙ୍କର ଜୀବନ ସାଥି

ହାସ୍ୟ ଅଭିନେତା ଗୁଡୁଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ଲୋକେ ଏବଂ ଓଲିଉଡର ଦର୍ଶକମାନେ ନିଶ୍ଚିତ ଭାବରେ ଜାଣିଥିବେ। ନିଜର ନିଖୁଣ ଅଭିନୟ ଏବଂ କମେଡ଼ି ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଗୁଡୁ ବର୍ତମାନ ତାଙ୍କ ଜୀବନକୁ ବୈବାହିକ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି।

ଗୁଡୁ ନିଜ ବାନ୍ଧବୀ ପ୍ରିୟଙ୍କାଙ୍କ ସହ ସୋମବାର ଜୁଲାଇ ୨୬ ତାରିଖରେ ବିବାହ କରିଛନ୍ତି। ତେବେ ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ଏହି ବିବାହ ଅନୁଷ୍ଠିତ ହୋଇଛି |

କରୋନା କଟକଣା ହେତୁ ବିବାହରେ କେବଳ କେତେକ ଗଣିତ ବନ୍ଧୁ ଏବଂ ପରିବାରବର୍ଗଙ୍କର ଉପସ୍ଥିତିରେ ଏହି ଅନୁଷ୍ଠିତ ହୋଇଥିଲେ। ତେବେ ବିବାହ ସ୍ଥଳରେ କରୋନାର ଗାଇଡଲାଇନ ମାନିବା ଓ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।

Leave a Reply

Your email address will not be published. Required fields are marked *