ଭାରତ ବନାମ ଶ୍ରୀଲଙ୍କା : ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ , ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦ୍ଵିତୀୟ ଟି-୨୦ ବାତିଲ

ଭାରତ ଓ ଶୀଲଙ୍କା ମଧ୍ୟରେ ମଙ୍ଗଳବାର ଦିନ ହେବାକୁ ଯାଉଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଛି। ଭାରତୀୟ କ୍ରିକେଟର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ବର୍ତ୍ତମାନ କରୋନାରେ ସଂକ୍ରମିତ ହୋଇଛନ୍ତି। କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିବା ପରେ ମଙ୍ଗଳବାର ଦିନ ହେବାକୁ ଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟି-୨୦କୁ ବାତିଲ କରାଯାଇଛି ।

ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛିକି କଡା ଜୈବ-ବଳୟ ମଧ୍ୟରେ ରହି ମଧ୍ୟ କିଭଳି କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେଲେ। ଦ୍ବିତୀୟ ଟି-ଟ୍ବେଣ୍ଟିକୁ ବାତିଲ କରିଦିଆ ଯାଇଛି । ଏହା କେବେ ଖେଳାଯିବ ସେ ବିଷୟରେ କୌଣସି ସୂଚନା ନାହିଁ ଏହା ସହିତ ସିରିଜ ଆଗକୁ ଜାରି ରହିବ କି ନାହିଁ ଏଥିରେ ମଧ୍ୟ କୌଣସି ସୂଚନା ମିଳିନାହିଁ। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ଦ୍ବିତୀୟ ଟି-୨୦ ଖେଳାଯିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published.