ଇଏ କେମିତିକା ଡ୍ରାଇଭିଙ୍ଗ : ସ୍ପିଡ଼ରେ ଯାଉଥିବା କାରର ଧକ୍କାରେ ଉଡିଲା ବାଇକ, ଭିଡିଓରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ

ଗୋଟିଏ ସ୍ପିଡ଼ଏ ଯାଉଥିବା କାର ଦ୍ୱାରା ବାଇକରେ ବସିଥିବା ଦୁଇଜଣ ଲୋକଙ୍କୁ ଧକ୍କା ମରିବାର ଭିଡିଓ ସାମ୍ନାକୁ ଆସିଛି | ଆଶ୍ଚର୍ଯ୍ୟ କରି ଦେଉଥିବା ଏହି ଘଟଣାରେ ବାଇକକୁ ଧକ୍କା ମାରିବାପରେ କାର ଆଗକୁ ପଳାଇ ଯାଏ | କାରରେ ବସିଥିବା ଲୋକ ଏହା ମଧ୍ୟ ଦେଖିବାକୁ ଚେଷ୍ଟା କଲାନାହିଁ ଯେ ସେ ଧକ୍କା ଦେବା କାରଣରୁ ଆଘାତ ପାଇଥିବା ଲୋକ ବଞ୍ଚିଲା କି ନାହିଁ |

ଆପଣଙ୍କୁ କହିରଖୁଛୁ ଯେ ଏହି ଘଟଣା ତାମିଲନାଡୁର ଅଟେ | ଏଠାରେ ସଲେମ ଜିଲ୍ଲାରେ ହାଇୱେରେ ଦୁଇଜଣ ବାଇକ ଯାତ୍ରୀ ଯୁବକ କଲଲାକୁରିଚିରୁ ନିଜ ଘର ପଲାନୀ ଯାଉଥିଲେ | କିନ୍ତୁ ଏହି ସମୟରେ ସେମାନେ ଏକ ସ୍ପିଡ଼ରେ ଯାଉଥିବା କାର ଡ୍ରାଇଭରର ଭୁଲର ଶିକାର ହୋଇଗଲେ |

ଦେଖନ୍ତୁ ଭିଡିଓ :-

ସ୍ପିଡ଼ରେ ଯାଉଥିବା କାର ବାଇକ ଯାତ୍ରୀଙ୍କୁ ଧକ୍କା ମାରିଲା | କାରର ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକ କିଛି ଦୂର ପର୍ଯ୍ୟନ୍ତ ରାସ୍ତା ଉପରେ ଘୋଷାରି ହୋଇ ପଡିଲେ | ସେମାନଙ୍କ ବାଇକ ବହୁତ ଖରାପ ଭାବରେ କ୍ଷତିଗ୍ରସ୍ତ ହୋଇଗଲା |

ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ନାମ ଅଜିତ ଏବଂ ଅରୁଣ ଅଟେ | କଲଲାକୁରିଚିର ଅଜିତ ନିଜ ସାଙ୍ଗ ଅରୁଣ ସହିତ ପଲାନୀରୁ ନିଜ ଘରକୁ ଫେରୁଥିଲା | କିନ୍ତୁ ହାଇୱେରେ ଏକ କାର ସେମାନଙ୍କ ବାଇକକୁ ଧକ୍କା ମାରିଦେଲା |

ଏହି ପୁରା ଘଟଣା ପାଖରେ ଯାଉଥିବା ଏକ ଅନ୍ୟ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଗଲା | କାରର କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ କିପରି ରାସ୍ତାରେ ସବୁକିଛି ସାଧାରଣ ଭାବରେ ଚାଲିଥିଲା, କିନ୍ତୁ ଠିକ ସେତିକିବେଳେ ଏକ ସ୍ପିଡ଼ରେ ଯାଉଥିବା ଏସୟୁଭି ପଛରୁ ଆସେ ଏବଂ ଓଭରଟେକ କରିବା ଚକ୍କରରେ ବାଇକକୁ ଧକ୍କା ମାରିଦିଏ |

ଧକ୍କା ଲାଗିବା ମାତ୍ରେ ବାଇକ ଗୋଟେ ପଟେ ଏବଂ ଯୁବକମାନେ ଗୋଟେ ପଟେ ହୋଇ କଚାଡି ହୋଇ ପଡନ୍ତି | ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବେହୋସ ହୋଇଯାଏ ଏବଂ ଅନ୍ୟ ଯୁବକ ତା ପାଖକୁ ଯାଏ ଏବଂ ତାକୁ ଉଠାଇବାପାଇଁ ଚେଷ୍ଟା କରେ |

ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଲୋକମାନେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ଦୌଡ଼ି ଯାଆନ୍ତି | ଲୋକମାନେ ଦୁଇ ଯୁବକଙ୍କୁ ପାଖ ହସ୍ପିଟାଲକୁ ନେଇ ପହଞ୍ଚିଥିଲେ | କିଛି ସମୟ ମଧ୍ୟରେ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା |

ଯାଞ୍ଚ ପରେ ପୋଲିସ କହିଛି ଯେ ସେମାନେ ଧକ୍କା ମାରିଥିବା ଗାଡିକୁ ଚିହ୍ନଟ କରିଛନ୍ତି | କାରଟି ପେରମ୍ବଲୁର ଜିଲ୍ଲାର କୌଣସି ବ୍ୟକ୍ତିଙ୍କ ନାମରେ ରେଜିଷ୍ଟର ରହିଛି | ବର୍ତ୍ତମାନ, ଯାଞ୍ଚ ଜାରି ରହିଛି ଏବଂ ସେପଟେ କାରର କ୍ୟାମେରାରେ କଏଦ ହୋଇଥିବା ଏହି ସଡକ ଦୁର୍ଘଟଣାର ଭିଡିଓ ଭାଇରଲ ହୋଇଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *