ହ୍ଵାଟ୍ସଆପରେ କରନ୍ତୁ ନାହିଁ ଏହି ୫ଟି ଭୁଲ, ହୋଇପାରେ ଆପଣଙ୍କୁ ଜେଲ, ଆକାଉଣ୍ଟ ମଧ୍ୟ ହୋଇପାରେ ବ୍ୟାନ

ହ୍ଵାଟ୍ସଆପର ବ୍ୟବହାର କୋଟି କୋଟି ଭାରତୀୟ ଲୋକ କରିଥାନ୍ତି | ଯଦି ହ୍ଵାଟ୍ସଆପକୁ ଲାଇଫଷ୍ଟାଇଲର ଅଂଶ କୁହାଯାଏ, ତେବେ କିଛି ବି ଭୁଲ ହେବନାହିଁ | ଅଫିସ, ସ୍ଟୁଡେଣ୍ଟସ ଏବଂ ବିଜନେସ ପାଇଁ ହ୍ଵାଟ୍ସଆପ ବ୍ୟବହାର କରାଯାଇଥାଏ | କିନ୍ତୁ ଏହି ଆପରେ ଏପରି ଅନେକ ଜିନିଷ ଅଛି, ଯାହା କିଛି ଲୋକଙ୍କୁ ଜଣାନାହିଁ | କଣ ଆପଣ ଜାଣିଛନ୍ତି ଆପଣଙ୍କର ଗୋଟିଏ ଭୁଲ ଦ୍ୱାରା ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ | ନିକଟରେ ହ୍ଵାଟ୍ସଆପ ଭାରତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଦେଇଛି | ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ କାରଣ ଦ୍ୱାରା ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ |

ହ୍ଵାଟ୍ସଆପ ଆକାଉଣ୍ଟକୁ ପରମାନେଣ୍ଟ କିମ୍ବା ଟେମ୍ପରାରି ଭାବରେ ବ୍ୟାନ କରାଯାଇଥାଏ | ପରମାନେଣ୍ଟର ଅର୍ଥ ଏହା ଯେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ୟାନ କରି ଦିଆଯିବ | ସେହିପରି ଟେମ୍ପରାରିର ଅର୍ଥ ଏହା ଯେ ଆକାଉଣ୍ଟ ରିଭ୍ୟୁ ହେବାପରେ ପୁଣିଥରେ ଚାଲୁ ହୋଇପାରିବ |

ପଠାନ୍ତୁ ନାହିଁ ବେକାର କିମ୍ବା ସ୍ପାମ ମେସେଜ :-

ପ୍ରାୟତ ଦେଖାଯାଏ ଯେ ଲୋକମାନେ ହଜାର ହଜାର ସଂଖ୍ୟାରେ ସ୍ପାମ ମେସେଜ ସେଣ୍ଡ କରନ୍ତି | ଯଦି କେହି ସ୍ପାମ ମେସେଜ ପଠାଇଲେ ଏବଂ ତାକୁ ରିପୋର୍ଟ କରି ଦିଆଗଲା, ତେବେ ତାଙ୍କ ନମ୍ବରକୁ ଟ୍ରାକ କରାଯାଇଥାଏ ଏବଂ ସମୟ ଆସିଲେ ବ୍ୟାନ କରାଯାଏ | ସେହିପରି, ଯଦି ଆପଣ କାହାକୁ ହ୍ଵାଟ୍ସଆପ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପଠାଉଛନ୍ତି, ତେବେ ସେହି ଆକାଉଣ୍ଟକୁ ତୁରନ୍ତ ବ୍ଲକ କରି ଦିଆଯାଏ କିମ୍ବା କୌଣସି ୟୁଜର ଚାଇଲଡ ଅଶ୍ଳୀଳ ବିଷୟବସ୍ତୁ ପଠାଇ ଥାନ୍ତି କିମ୍ବା ଫରୱାର୍ଡ଼ କରନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ହୋଇପାରେ |

କରନ୍ତୁ ନାହିଁ ଥାର୍ଡ଼ ପାର୍ଟି ଆପ୍ସର ବ୍ୟବହାର :-

ଯଦି ଆପଣ ହ୍ଵାଟ୍ସଆପରେ ଥାର୍ଡ଼ ପାର୍ଟି ଆପ୍ସକୁ ବ୍ୟବହାର କରୁଛନ୍ତି, ତେବେ ତାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ | କାରଣ ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ବ୍ୟାନ କରାଯାଇପାରିବ | ଆପ୍ସ ଷ୍ଟୋରରେ ଅନେକ ଥାର୍ଡ଼ ପାର୍ଟି ଆପ୍ସ ରହିଛି, ଏହାଦ୍ୱାରା ୟୁଜର୍ସଙ୍କୁ ବିପଦ ରହିଥାଏ | ହ୍ଵାଟ୍ସଆପ ମଧ୍ୟ କହିଛି ଯେ ଥାର୍ଡ଼ ପାର୍ଟି ଆପ୍ସ ଏଠାରେ ପ୍ରତିବନ୍ଧକ ଅଟେ | ଆପ ପ୍ରତି ମାସରେ ସ୍କାନିଂ କରିଥାଏ | ଯଦି କୌଣସି ୟୁଜର ଥାର୍ଡ଼ ପାର୍ଟି ବ୍ୟବହାର କରୁଥିବା ସମୟରେ ଧରାପଡିଯାଏ, ସେତେବେଳେ ତାକୁ ବ୍ୟାନ କରିଦିଆଯାଏ | କିନ୍ତୁ ଏହା ଟେମ୍ପରାରି ବ୍ୟାନ ହୋଇଥାଏ | ଅର୍ଥାତ ରିଭ୍ୟୁ ପାରେ ଆପଣ ଆକାଉଣ୍ଟ ପୁଣିଥରେ ଚାଲୁ ହୋଇପାରେ |

ହ୍ଵାଟ୍ସଆପ ହ୍ୟାକ :-

ଯଦି କେହି ହ୍ଵାଟ୍ସଆପ ହ୍ୟାକ କିମ୍ବା ହ୍ୟାକ କରିବାକୁ ଚେଷ୍ଟା କରନ୍ତି, ତେବେ ଆପ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ | ଯଦି କେହି ଆପଣଙ୍କର ହ୍ଵାଟ୍ସଆପ ହ୍ୟାକ କରେ କିମ୍ବା ଏହା କରିବାକୁ ଚେଷ୍ଟା କରେ, ତେବେ ଆପଣ ପୋଲିସର ସାଇବର ସେଲରେ ଅଭିଯୋଗ କରିପାରିବେ | ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କ ହ୍ଵାଟ୍ସଆପ ହ୍ୟାକ କରିବାର ଅଭିଯୋଗରେ ଲିଗାଲ ନୋଟିସ ପଠାଯାଇପାରିବ |

ଅପରାଧିକ କାର୍ଯ୍ୟକଳାପରେ ସାମିଲ :-

ଦଙ୍ଗାକୁ ଉତ୍ସାହିତ କରିବା ଏବଂ ଲଢେଇ କରିବା ପାଇଁ ହ୍ଵାଟ୍ସଆପର ବ୍ୟବହାର ହୋଇଥାଏ | ସୁରକ୍ଷା ଏଜେନ୍ସିର ଅଭିଯୋଗ ଉପରେ ହ୍ଵାଟ୍ସଆପ ଆକାଉଣ୍ଟକୁ ବ୍ୟାନ କରିପାରେ |

କପିରାଇଟ ନିୟମ ଭାଙ୍ଗିବା ଉପରେ ହୋଇପାରେ ଜେଲ :-

ଯଦି କେହି ହ୍ଵାଟ୍ସଆପରେ କୌଣସି ଫିଲ୍ମ କିମ୍ବା ଏପରି କଣ୍ଟେଣ୍ଟକୁ ସେୟାର କରେ, ଯେଉଁଥିରେ କପିରାଇଟ ଥିବ, ତେବେ ତାଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ | ଯଦି ତାଙ୍କର ଅଭିଯୋଗ ହୋଇଥାଏ, ତେବେ ଜେଲ ମଧ୍ୟ ହୋଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *