ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ୟେଦିୟୁରୁପ୍ପା, ୨ ବର୍ଷ ପୂରଣ ପରେ ଗାଦି ଛାଡିଲେ

ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ତାଙ୍କ ପଦରୁ ଦେଲେ ଇସ୍ତଫା। ବିଜେପି ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ନିଜର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଏ ସମ୍ବନ୍ଧରେ ସେ ନିଜେ ଘୋଷଣା କରିଛନ୍ତି। ସେ ଏ ବିଷୟରେ ରାଜ୍ୟପାଳଙ୍କୁ ଭେଟିବେ ଓ ନିଜର ଇସ୍ତଫାପତ୍ରକୁ ପ୍ରଦାନ କରିବେ।

ନିକଟ ଅତୀତରେ ସେ ଘୋଷଣା କରିଥିଲକି, ଚଳିତ ଜୁଲାଇ ମାସ ୨୫ ତାରିଖରେ ତାଙ୍କ ସରକାର ଦୁଇ ବର୍ଷ ପୂରଣ ହୋଇଛି। ଓ ସେ ଦଳର ଶୀର୍ଷ ନେତୃତ୍ୱଙ୍କର ନିର୍ଦ୍ଦେଶକୁ ନିଶ୍ଚୟ ପାଳନ କରିବେ। ବର୍ତ୍ତମାନ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାର କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟବସାୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନାମ ଚର୍ଚ୍ଚାରେ ଅଛି।

ଯୋଶୀ କହିଥିଲେଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ନିରାନୀ କହିଥିଲେଯେ, ଦଳ ତରଫରୁ ତାଙ୍କୁ ଯାହା ଆଦେଶ ମିଳିବ ତାହାକୁ ସେ ନିଶ୍ଚିତ ପାଳନ କରିବେ। ୨୦୦୪ ମସିହାରୁ ଧରୱାଡରୁ ସାଂସଦ ଥିବା ୫୮ ବର୍ଷୀୟ ଯୋଶୀ କହିଛନ୍ତିଯେ ୟେଦିୟୁରୁପ୍ପାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ତାଙ୍କ ସହ କେହି କଥା ହୋଇନାହାଁନ୍ତି। କେବଳ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉଛି।

ତେଣୁ ଏହା ଉପରେ କୌଣସି ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ। ଯେତେବେଳେ କିଛବି ହେବ ତାହା ସମସ୍ତେ ଜାଣିନେବେ। ଏଥିସହ ସେ କହିଥିଲେଯେ ମୁଖ୍ୟମନ୍ତ୍ରୀ ପଦବୀ ବିଷୟରେ ଯାହାବି ନିଷ୍ପତ୍ତି ନିଆଯିବ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *