ଅନେକ ଯାତ୍ରୀ ବସିଥିଲେ ବସ ଉପରେ , ଡ୍ରାଇଭର ବ୍ରେକ ମାରିବା ମାତ୍ରେ ହିଁ କଚାଡି ହୋଇ ତଳେ ପଡିଗଲେ, ଦେଖନ୍ତୁ ଭିଡିଓ

Many passengers were sitting on the bus when the driver braked and fell to the ground, watch the videoଇଣ୍ଟରନେଟର ଦୁନିଆରେ ଆଜିକାଲି କିଛି ନା କିଛି ଏପରି ମଜାଳିଆ ଭିଡିଓ ଆସିଯାଏ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଆଜିକାଲି ପୁଣିଥରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖିବାପରେ ଆପଣଙ୍କୁ ହସ ଲାଗିବ, କିନ୍ତୁ ଆପଣଙ୍କୁ ଏକ ବଡ଼ ଶିକ୍ଷା ମଧ୍ୟ ମିଳିବ | ବାସ୍ତବରେ ଏହି ଭିଡିଓରେ ଦେଖାଯାଇଛି ଯେ ବସ ଉପରେ ଅନେକ ଲୋକ ବସିଛନ୍ତି | ବସର ଡ୍ରାଇଭର ଅଚାନକ ବସରେ ବ୍ରେକ ମାରିଦିଏ, ଯାହାଦ୍ୱାରା ବସର ଛାତ ଉପରେ ବସିଥିବା ସବୁ ଲୋକ ଏକାବେଳେ ତଳେ ପଡିଯାନ୍ତି |

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରାସ୍ତା ମଝିରେ ଗୋଟିଏ ବସ ସ୍ପିଡ଼ରେ ଆସୁଛି ଏବଂ ତାର ଛାତ ଉପରେ ବହୁତ ଯାତ୍ରୀ ଆଗ ପଟକୁ ବସିଛନ୍ତି | ଏହାମଧ୍ୟରେ ବସର ଡ୍ରାଇଭର ଅଚାନକ ବସରେ ବ୍ରେକ ମାରିଦିଏ ଏବଂ ଛାତ ଉପରେ ବସିଥିବା ସବୁ ଲୋକ ଏକାବେଳେ କଚାଡି ହୋଇ ତଳେ ପଡିଯାନ୍ତି, ଲୋକମାନଙ୍କୁ ବହୁତ ଆଘାତ ମଧ୍ୟ ଲାଗେ ଏବଂ ଏହି ସମୟରେ ଆଗରେ ଯାଉଥିବା ଏକ ବାଇକକୁ ମଧ୍ୟ ଧକ୍କା ଲାଗିଯାଏ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ଟ୍ୱିଟରରେ ସେୟାର କରିଛନ୍ତି | ଭିଡ଼ିଓର କ୍ୟାପ୍ସନରେ ସେ ଲେଖିଛନ୍ତି, ସାବଧାନ ରୁହନ୍ତୁ, ବସର ଛାତ ଉପରେ ଯାତ୍ରା କରନ୍ତୁ ନାହିଁ | ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ସୋସିଆଲ ମିଡିଆରେ ପ୍ରାୟ ଏକ ହଜାରରୁ ଅଧିକ ଥର ଦେଖାଗଲାଣି | ଅନେକ ଲୋକ ଏହି ଭିଡିଓରେ ବହୁତ ଗୁଡିଏ କମେଣ୍ଟ ମଧ୍ୟ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ସାବଧାନ ରୁହନ୍ତୁ, ଏହା ବହୁତ ସାଙ୍ଘାତିକ ଏବଂ ଖତରନାକ ପ୍ରମାଣିତ ହୋଇପାରେ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସବୁ ବରଯାତ୍ରୀ ଲାଗୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.