ଆଇପିଏଲ 2021: ସେପ୍ଟେମ୍ବର 19 ତାରିଖରେ ହେବାକୁ ଯାଉଛି ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ପ୍ରଥମମ୍ୟାଚ,ଜାଣନ୍ତୁ ସମ୍ପୂର୍ଣ୍ଣ ସେଡ୍ୟୁଲ

ଆଇପିଏଲ 2021 କୁ କରୋନାର ଦ୍ଵିତୀୟ ଲହରୀ ଚାଲିଥିବାରୁ ଅଟକାଇ ଦିଆଗଲା। ଏହି ବାୟୋ ବବଲ ମଧ୍ୟରେ ଖେଳାଳି ମାନେ ଲଗାତାର ଭାବରେ ପଜିଟିଭ ଚିହ୍ନଟ ହେଉଥିଲେ। ବର୍ତ୍ତମାନ ଏବେ ଫ୍ୟାନ ମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଇପିଏଲର ବାକି ବଞ୍ଚିଥିବା ମ୍ୟାଚ ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେବ ଆଇପିଏଲ:-

ମେ 4 ତାରିଖରେ ସ୍ଥଗିତ କରାଯାଇଥିବା ଆଇପିଏଲକୁ ଆଉଥରେ ଆରମ୍ଭ କରାଯିବ ଓ ଏହାର ଫାଇନାଲ ଅକ୍ଟୋବର ମାସରେ ଖେଳାଯିବ। ଆଇପିଏଲ 2021 ର ବାକି ରହିଥିବା ମ୍ୟାଚ ସେପ୍ଟେମ୍ବର 19 ତାରିଖରେ ଖେଳାଯିବ ଓ ଏହାର ଫାଇନାଲ ଅକ୍ଟୋବର 15 ତାରିଖରେ ଖେଳାଯିବ।

ଏହି ଦଳ ମଧ୍ୟରେ ଖେଳାଯିବ ପ୍ରଥମ ମୁକାବିଲା:-

ଆଇପିଏଲ 2021 ରେ ଏବେବି 31ଟି ମ୍ୟାଚର ଆୟୋଜନ ହେବା ବାକି ରହିଛି। ଏହିସବୁ ମ୍ୟାଚ ୟୁଏଇର ତିନୋଟି ଭେନ୍ୟୁ ଶାରଜାହ ଓ ଆବୁଧାବିରେ ଖେଳାଯିବ। ANI ରିପୋର୍ଟ ମୁତାବିକ, ଅକ୍ଟୋବର 10 ତାରିଖରେ ଆଇପିଏଲର ପ୍ରଥମ କ୍ବାଲିଫାଏ ମ୍ୟାଚ ଖେଳାଯିବ। ଏହାପରେ ଏଲିମିନେଟର ମ୍ୟାଚ ଅକ୍ଟୋବର 11 ତାରିଖରେ ଖେଳାଯିବ। ଏହାପରେ ଅକ୍ଟୋବର 13 ତାରିଖରେ କ୍ଵଲିଫାୟର-2 ମ୍ୟାଚ ଖେଳାଯିବ।

ଦୁବାଇରେ ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ। ଆଇପିଏଲର ବାକି 31ଟି ମ୍ୟାଚର ଆୟୋଜନ ୟୁଏଇରେ ହିଁ ହେବ। ଅକ୍ଟୋବର 15 ତାରିଖରେ ଏହି ସିଜିନର ଫାଇନାଲ ମ୍ୟାଚ ଖେଳାଯିବ।

ବିସିସିଆଇ ଆଇପିଏଲ ଫେଜ-2 ର ଆୟୋଜନ ଜଲଦି ଘୋଷଣା କରିବ। ଏହି ଆଇପିଏଲ ମ୍ୟାଚ ପରେ ଭାରତକୁ 2021 ରେ ୟୁଏଇ ଓ ଓମାନରେ ପ୍ରଥମ t-20 ବିଶ୍ୱକପ ମ୍ୟାଚ ଖେଳିବାର ଅଛି।

ଅକ୍ଟୋବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି t-20 ବିଶ୍ୱକପ:-

ଆଇସିସି t-20 ବିଶ୍ୱକପର ଆୟୋଜନ ଅକ୍ଟୋବର 17 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚରେ 16ଟି ଦଳ ଭାଗ ନେବାକୁ ଯାଉଛନ୍ତି। ଯେବେକି ଏହାର ଫାଇନାଲ ମୁକବିଲା ନଭେମ୍ବର 16 ତାରିଖରେ ଖେଳାଯିବ। ବିସିସିଆଇ ଅଧିକାରୀ ଭାବରେ ଏହାର ଖୁଲାସା କରିନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଆଇପିଏଲ ଫାଇନାଲର କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଫାଇନାଲ ଅକ୍ଟୋବର 15 ତାରିଖରେ ହିଁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *