ଭାରତ ବନାମ ଶ୍ରୀଲଙ୍କା : ଭାରତ ୩୮ ରନରେ ଜିତିଲା ପ୍ରଥମ ଟି-୨୦,ସୂର୍ଯ୍ୟ ଓ ଭୁବିଙ୍କ କମାଲ

ଭାରତ ପ୍ରଥମ ଟି-୨୦କୁ ନିଜ ନାମରେ କରିନେଇଛି। ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କର ଭାରତ ଦିନକିଆ ପରେ ଟି-୨୦ ସିରିଜର ସାନଦାର ଆରମ୍ଭ କରିଛି। ପ୍ରଥମ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ପ୍ରଦର୍ଶନ ସାମାନ୍ୟ ନିରାଶଜନକ ରହିଲା, କିନ୍ତୁ ଭଲ ବୋଲିଂ କାରଣରୁ ମ୍ଯାଚ ଜିତିଗଲେ ଓ ଶ୍ରୀଲଙ୍କାକୁ ପରାସ୍ତ ହେବାକୁ ପଡିଲା।

ଭାରତ ଜିତିଲା ପ୍ରଥମ ଟି-୨୦:-

ମ୍ଯାଚ କଥା କହିବୁ ଯଦି ତେବେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପାଞ୍ଚ ୱିକେଟରେ ୧୬୪ ରନ କରିଥିଲେ। ଭାରତର ଆରମ୍ଭ ବହୁତ ଖରାପ ହୋଇଥିଲାକି ପ୍ରଥମ ବୋଲରେ ପୃଥ୍ବୀ ଶୋ ଆଉଟ ହୋଇଗଲେ। କିନ୍ତୁ ଛୋଟ ଛୋଟ ପାର୍ଟନରସିପ ହେଲା, ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ମଧ୍ୟ ପିଟିଲେ, ଯାହା ସାହାଯ୍ୟରେ ଭାରତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଲା। ଏହି ସ୍କୋରର ଫିନିଶର ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ଖାସ ଯୋଗଦାନ ଦେଇପାରିଲେ ନାହିଁ। ଅନ୍ତିମ ଓଭରରେ ଭାରତ ଅଧିକ ରନ କରିପାରିଲା ନାହିଁ।

ଷ୍ଟାର ବୋଲର ଭୁବନେଶ୍ବର କୁମାର:-

କିନ୍ତୁ ଯେତେବେଳେ ଶ୍ରୀଲଙ୍କାର ବ୍ୟାଟିଂର ସମୟ ଆସିଲା, ସେତେବେଳେ ଭାରତ ସଠିକ ଉତ୍ତର ଦେଲା। ୨୩ ରନରେ ପ୍ରଥମ ୱିକେଟ ଯିବା ପରେ ଶ୍ରୀଲଙ୍କାର ବ୍ୟାଟିଂ ଭାଙ୍ଗିବା ଆରମ୍ଭ କରିଲା ଓ ଗୋଟିଏ ପରେ ଗୋଟିଏ ୱିକେଟ ପଡିଚାଲିଲା। ଅନୁଭବି ବୋଲର ଭୁବନେଶ୍ବର କୁମାର ଲମ୍ବା ସମୟ ପରେ ନିହାର ସ୍ଵୀଙ୍ଗର କମାଲ ଦେଖାଇଲେ ଓ ସବୁଠାରୁ ସଫଳ ବୋଲର ଭାବରେ ପ୍ରମାଣିତ ହେଲେ। ସେ ମାତ୍ର ୨୨ ରନ ଦେଇ ଚାରୋଟି ୱିକେଟ ନିଜ ନାମରେ କରିଲେ ଓ ବିଜୟରେ ଏକ ଗୁରୁତ୍ଵପୂର୍ଣ ଭୂମିକା ନିଭାଇଲେ। ଦୀପକ ଚହର ସିଧା ବୋଲିଂ କରି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନକୁ ଖମୋସ ରଖିଲେ ଓ ୨୪ ରନ ଦେଇ ୨ଟି ୱିକେଟ ନିଜ ନାମରେ କରିଲେ।

ବୋଲରଙ୍କ ଦମରେ ଭାରତର ପ୍ରତ୍ୟାବର୍ତ୍ତନ:-

ଭାରତ ପାଇଁ ଭଲ ପେହେଲୁ ଏହା ରହିଲାକି ଏହି ବିଜୟରେ ସମସ୍ତଙ୍କର ଯୋଗଦାନ ରହିଲା। ହାର୍ଦ୍ଦିକ, ବରୁଣ, କୃନାଲ ଓ ୟଜୁବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଲେ। ଏମିତିରେ ଭାରତର ମଜବୁତ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ତିଷ୍ଠି ପାରିଲେ ନାହିଁ ଓ ପ୍ରଥମ ଟି-୨୦ ହାରିଗଲେ।

Leave a Reply

Your email address will not be published. Required fields are marked *