ଚାଇନା ପୁଣି ସାଜିଲା ବିପଦର କାରଣ : ବରଫରେ ପୋତି ହୋଇ ରହିଛି ଖତରନାକ ଭାଇରସ,ପଢନ୍ତୁ ପୁରା ଖବର

୧୫ ହଜାର ବର୍ଷର ପୁରୁଣା ଭାଇରସ :-

ଚାଇନାରେ ନିକଟରେ Monkey B Virus (BV) ଦ୍ୱାରା ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ମାଇକ୍ରୋବିଓମ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ଚିନ୍ତା ଆହୁରି ବଢ଼ାଇ ଦେଇଛି | ଅଧ୍ୟୟନ ଅନୁଯାୟୀ, ଚାଇନାର ତିବ୍ଦତୀୟ ମାଳଭୂମିରେ ୧୫ ହଜାର ବର୍ଷ ପୁରୁଣା ବରଫର ସାମ୍ପଲରେ ଭାଇରସ ମିଳିଛି | ସମସ୍ୟାଟି ହେଉଛି ଯେ ବୈଜ୍ଞାନିକମାନେ ମଧ୍ୟ ଏହି ଭାଇରସକୁ ନେଇ ସମ୍ପୂର୍ଣ ଭାବେ ଅଜଣା ଅଟନ୍ତି |

ହଜାର ହଜାର ବର୍ଷ ପୂର୍ବରୁ ପୃଥିବୀରେ ଆକ୍ଟିଭ ଥିଲେ ଏହି ଭାଇରସ :-

ଏହି ଭାଇରସ ପ୍ରଥମଥର ସାମ୍ନାକୁ ଆସିଛି, ଯେଉଁ କାରଣରୁ ମେଡିକାଲ ସାଇନ୍ସ ଏହାକୁ ନେଇ ସମ୍ପୂର୍ଣ ଭାବରେ ଅଜଣା ଅଟେ | ରିପୋର୍ଟରେ ଦାବି କରାଯାଇଛି ଯେ ହଜାର ହଜାର ବର୍ଷ ପୂର୍ବରୁ ଏହି ଭାଇରସ ପୃଥିବୀରେ ଆକ୍ଟିଭ ଥିଲେ ଏବଂ ଏହା ପରେ ଏଗୁଡିକ ବରଫରେ ଜମା ହୋଇଗଲେ |

ଅନେକ ଭାଇରସ ବର୍ତ୍ତମାନ ମଧ୍ୟ ଜିଅନ୍ତା ଅଛନ୍ତି :-

ରିପୋର୍ଟରେ କୁହାଯାଇଛି ଯେ ହଜାର ହଜାର ବର୍ଷ ପରେ ମଧ୍ୟ ଅନେକ ଭାଇରସ ଜୀବନ୍ତ ମିଳିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଆବିଷ୍କାର କରାଯାଇଥିବା ସବୁ ଭାଇରସଠାରୁ ଏହା ସମ୍ପୂର୍ଣ ଭାବେ ଅଲଗା ଅଟେ | ଏଥିରୁ ପ୍ରଶ୍ନ ଉଠିଥାଏ ଯେ ବତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ରିସର୍ଚ୍ଚ ଏହି ଭାଇରସକୁ ରୋକିବାରେ କେତେ ସକ୍ଷମ ହୋଇପାରିବ | ତେବେ ରିପୋର୍ଟରେ କୁହାଯାଇଛି ଯେ ଭାଇରସର ଯାଞ୍ଚ ପାଇଁ ବୈଜ୍ଞାନିକମାନେ ନୂତନ ଉପାୟକୁ ଆପଣାଇଛନ୍ତି |

ଚାଇନାର ପାଶ୍ଚାତ୍ୟ ଗ୍ଲେସିୟରଗୁଡିକର ଷ୍ଟଡି ବାକି :-

ଷ୍ଟଡିରେ କୁହାଯାଇଛି ଯେ ବରଫର ଏହି ଗ୍ଲେସିୟର ସମୟ ସହିତ ଧୀରେ ଧୀରେ ତିଆରି ହୋଇଛନ୍ତି ଏବଂ ଏଥିରେ ପବନ ଏବଂ ଧୂଳି ସହ ଭାଇରସ ମଧ୍ୟ ଜମା ହୋଇଗଲେ | ରିସର୍ଚ୍ଚର ମୁଖ୍ୟ ଲେଖକ ଏବଂ ଓହିଓ ଷ୍ଟେଟ ୟୁନିଭରସିଟିର ରିସର୍ଚ୍ଚର ବ୍ରିଜ ପୋଲାର ଏବଂ ଜଳବାୟୁ ଅନୁସନ୍ଧାନ କେନ୍ଦ୍ରର ଝୀ-ପିଙ୍ଗ ଜୋଙ୍ଗଙ୍କ ଅନୁଯାୟୀ ବର୍ତ୍ତମାନ ଚୀନର ପାଶ୍ଚାତ୍ୟ ଗ୍ଲେସିୟରଗୁଡିକର ଅଧ୍ୟୟନ କରାଯାଇ ନାହିଁ |

ବରଫରେ ଜମା ହୋଇ ରହିଛନ୍ତି ୩୩ ଭାଇରସ :-

ଅନୁସନ୍ଧାନକାରୀମାନଙ୍କୁ ବରଫରେ ଜମା ହୋଇ ରହିଥିବା ୩୩ ଟି ଭାଇରସର ଜେନେଟିକ କୋଡ଼ ମିଳିଛି, ସେଥିମଧ୍ୟରୁ ଚାରିଟି ଚିହ୍ନଟ ପୂର୍ବରୁ କରାଯାଇଛି | ସେହିପରି ୨୮ ଟି ଭାଇରସ ପ୍ରଥମ ଥର ପାଇଁ ମିଳିଛି | ଏମାନଙ୍କ ବିଷୟରେ ପୂର୍ବରୁ କୌଣସି ସୂଚନା ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *