ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମଲା; ସାମ୍ନାକୁ ଆସିଲା ବିଦ୍ୟାଙ୍କ ଆଉ ଏକ ଚିଠି, ଅକ୍ଷୟ ନାଁ କୁ ନେଇ ଚର୍ଚ୍ଚା, ଗି-ର-ଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ଵଶୁର

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହ-ସ୍ୟଜ-ନକ ମୃ-ତ୍ୟୁ। ଘଟଣାକୁ ୨ ସପ୍ତାହ ବିତିଲାଣି ପଛେ ପୋ-ଲି-ସ ର ତ-ଦ-ନ୍ତ ଜା-ରି ରହିଛି। ବର୍ତମାନ ପର୍ଯ୍ୟନ୍ତ ଅଘ-ଟଣ ନା ହ-ତ୍ୟା ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀରରୁ ଫେରିଲା ପାରଳାଖେମୁଣ୍ଡିର ୫ ଜଣିଆ ପୋ-ଲି-ସ ଦଳ। ଗତକାଲି ବଲାଙ୍ଗୀରରେ ପହଞ୍ଚି ପ୍ରାଣିଧନ ନିରୀକ୍ଷକ ତାଲିମ କେନ୍ଦ୍ରର ଉପନିର୍ଦ୍ଦେଶକ ସହିତ କିରାଣୀ ଓ ପିଅନକୁ ପଚ-ରାଉ-ଚରା କରିଛି ପାରଳାଖେମୁଣ୍ଡି ପୋ-ଲି-ସ। ଏଥିସହିତ ବିଦ୍ୟାଭାରତୀ ଏଠାରେ ତାଲିମ ନେବା ବେଳେ ସେ ରହୁଥିବା ଲେଡିଜ ହଷ୍ଟେଲ ର ରୁମ୍ ନମ୍ବର ୧ କୁ ସି-ଲ କରାଯାଇଛି। ତାଙ୍କର ଦୁଇ ଜଣ ରୁମ ରେ ରହୁଥିବା ରୁମମେଟଙ୍କୁ ଫୋନ୍ ମାଧ୍ୟମରେ ପଚ-ରାଉ-ଚରା କରିଛି ପୋ-ଲି-ସ। ପୁଣିଥରେ ବଲାଙ୍ଗୀର ଯିବ ତ-ଦ-ନ୍ତକାରି ଦଳ।

ଅନ୍ୟ ପାର୍ଶ୍ବରେ ସାମ୍ନାକୁ ଆସିଛି ବିଦ୍ୟାଭାରତୀ ଙ୍କ ଆଉ ଏକ ଚିଠି। ଚିଠିରେ ଲେଖା ଯାଇଛି ଯେ, ହେ ଭଗବାନ ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃ-ଣା କରେ। ସେଠାରେ ମୋ ପାଇଁ କେହି ନାହାନ୍ତି… ଇ-ନସ-ଲ୍ଟ ହେଲା। ଅନ ନେସେସେରୀ କଥା କହିକି ଇନସଲ୍ଟ କରିଲି…. ଖାଲି ସୁପର ଫିସିଆଲି ହିଁ ମିଶନ୍ତି….ମନ ଭିତରେ କ୍ଷ-ତି ହିଁ ଚାହାନ୍ତି। କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ…. ଏତେ ପରିମାଣରେ ଜିଲସନେସ, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ…. ଆଉ ତୁମ ଜିଲସନେସ ଦେଖିକି ଉପରେ ଭଗବାନ ହସୁଥିବେ। ମୁଁ ତାଙ୍କୁ ଘୃଣା କରେ। ବହୁତ୍ କଥା ଅଛି ପରେ କହିବି। ଏତିକି ଲେଖିବା ସହିତ ଆଉ କିଛି ଲେଖା କ-ଟା ଯାଇଛି। “ମୋତେ ଅକ୍ଷୟର ଷ୍ଟାଟସ ଦେଖିକି ମୋତେ କହିଥିଲା ଦେଖିବା ପାଇଁ” ଲେଖା ହୋଇ କ-ଟା ହୋଇଛି। ଆଉ ଏବେ ପ୍ରଶ୍ନ ଉଠୁଛି ସେହି ଅକ୍ଷୟ କିଏ?

Leave a Reply

Your email address will not be published. Required fields are marked *