BAN vs ZIM: ଲାଇଭ ମ୍ୟାଚ ସମୟରେ ଷ୍ଟମ୍ପ ସହିତ ହେଲା ଏହିପରି କିଛି,ଦର୍ଶକ ମାନେ କହିଲେ “ଭୂତ ଆସିଲା “ଦେଖନ୍ତୁ ଭିଡ଼ିଓ

ଜିମ୍ବାୱେ ଦ୍ଵିତୀୟ t-20 ମ୍ୟାଚରେ ବାଂଲାଦେଶ ବିପକ୍ଷରେ 23 ରନରେ ବିଜୟ ହାସଲ କରିବା ପରେ 1-1 ରେ ସିରିଜକୁ ସ୍ଥଗିତ ରଖିଛି। କିନ୍ତୁ ଏହି ମ୍ୟାଚ ସମୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚାର ବିଷୟ ହୋଇଯାଇଛି। ଏହି ମୁହୂର୍ତ୍ତର ମ୍ୟାଚର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ମୈଦାନକୁ ଭୂତ ଆସିଲା କି?:-

ଏହି ମ୍ୟାଚର ଦ୍ଵିତୀୟ ପାଳିରେ ଯେତେବେଳେ ଜିମ୍ବାୱେ ଦଳ ବ୍ୟାଟିଂ କରିବାକୁ ଆସିଥିଲା ସେତେବେଳେ ଏମିତି କିଛି ହେଲା ଯାହାକି ସମସ୍ତଙ୍କୁ ଡ଼ରାଇ ଦେଇଥିଲା। ଜିମ୍ବାୱେ ବ୍ୟାଟିଂ କରୁଥିବା ବେଳେ ଅଚାନକ ଷ୍ଟମ୍ପରୁ ବେଲ ଖସି ପଡ଼ିଥିଲା। ଏହି ଫଇସଲା ତୃତୀୟ ଅମ୍ପାୟାରଙ୍କ ପାଖକୁ ଗଲା ଯେଉଁଥିରେ କୁହାଗଲା କି, ବେଲ ପବନ ହେବାରୁ ଗଳି ପଡ଼ିଲା, କିନ୍ତୁ ଲୋକଙ୍କର ମାନିବା ହେଉଛି ମୈଦାନକୁ ଭୂତ ଆସିଥିଲା।

ଜିମ୍ବାୱେ ଜିତିଲା ମ୍ୟାଚ:-

ଏହି ମ୍ୟାଚରେ ଜିମ୍ୱାୱେ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ଉଇକେଟ ହରାଇ 166 ରନ କରିଥିଲା। ଏହାପରେ ବାଂଲାଦେଶ ଏହି ଲକ୍ଷ୍ୟର ପିଛା କରି 19.5 ଓଭରରେ 143 ରନ କରି ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ଏହାପୂର୍ବରୁ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ ଜିମ୍ୱାୱେ ଠାରୁ ଜିତିସାରିଥିଲା।

ଜିମ୍ବାୱେର ସଲାମୀ ବ୍ୟାଟ୍ସମ୍ୟାନ ବେସଲି ମେଦେୱର 57 ବଲରେ ପାଞ୍ଚଟି ଚୌକା ଓ ତିନୋଟି ଛକା ସହାୟତାରେ 73 ରନ କରିଥିଲେ। ଯେବେକି ଛଅ ନମ୍ବର୍ ବ୍ୟାଟ୍ସମ୍ୟାନ ରିଆନ ବର୍ଲସ 19ଟି ବଲରେ 34 ରନର ପାଳି ଖେଳିଥିଲେ। ବାଂଲାଦେଶ ତରଫରୁ ବାମହାତୀ ଦ୍ରୁତ ବୋଲର ଶୋରିଫୁଲ ଇସଲାମ 33 ରନ ଦେଇ 3ଟି ଉଇକେଟ ନେଇଥିଲେ।

ଜିମ୍ବାୱେ ବୋଲର ମୁଜରାଵନୀ 21 ରନ ଦେଇ 2ଟି ଉଇକେଟ ନେଇଥିଲେ। ଏହାପରେ ମଧ୍ୟ ଉଇକେଟ ଗଳିବାକୁ ଲାଗୁଥିଲା। ଅଫିଫ ହୁସେନ 24 ଓ ଶମିମ ହୁସେନ 29 କିଛି ଯୋଗଦାନ ଦେଇଥିଲେ। ବାମହାତୀ ସ୍ପିନର ୱେଲିଙ୍ଗଟନ ମାଶାକାଜା ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି 20 ରନ ଦେଇ ତିନୋଟି ଉଇକେଟ ପାଇଥିଲେ। ଦ୍ରୁତ ବୋଲର ଲ୍ୟୁକ ଜଙ୍ଗୱେ ମଧ୍ୟ ତିନୋଟି ଉଇକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *