ଦେଖନ୍ତୁ ଭିଡିଓ : ସ୍ଵିମିଙ୍ଗର ମଜା ନେବାପାଇଁ ବ୍ୟକ୍ତି ବାହାର କଲେ ଅଜବ ଯୁଗାଡ଼, ପୁଲକୁ ଦେଖି ଆପଣ ମଧ୍ୟ ହୋଇଯିବେ ଫ୍ୟାନ

ଭାରତୀୟ ଲୋକମାନେ ସାରା ଦୁନିଆରେ ନିଜ ଯୁଗାଡ଼ ପାଇଁ ଫେମସ ହୋଇଛନ୍ତି | ଭାରତରେ ଲୋକମାନଙ୍କ ପାଖରେ ଏମିତି କିଛି ଯୁଗାଡ଼ ରହିଥାଏ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି | କେବଳ ଭାରତରେ ନୁହେଁ, ସାରା ଦୁନିଆରେ ଏପରି ଅନେକ ଲୋକ ମିଳିଥାନ୍ତି, ଯେଉଁ ମାନଙ୍କର ଯୁଗାଡ଼କୁ ଦେଖି ଅନେକଥର ଆମେ ଭାବିଥାନ୍ତି ଯେ ପ୍ରକୃତରେ ଏହି ଆଇଡ଼ିଆ ଆମ ମନକୁ କାହିଁକି ଆସିଲା ନାହିଁ | ବର୍ତ୍ତମାନ ଏପରି ଏକ ଯୁଗାଡ଼ର ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କ ଯୁଗାଡ଼ ଟେକନିକର ଫ୍ୟାନ ହୋଇଯିବେ |

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ ସେଗୁଡିକୁ ଦେଖିଲେ ନିଜ ହସ ଉପରେ କଣ୍ଟ୍ରୋଲ କରିହୁଏ ନାହିଁ | ସେହିପରି ଆଉ କିଛି ଭିଡିଓ ଏତେ ଇମୋସନାଲ ହୋଇଥାଏ ଯେ ଆପଣଙ୍କ ଆଖିରେ ଲୁହ ଆସିଯାଏ | ଏପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ହସି ହସି ଗଡ଼ିଯିବେ | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପୁଲରେ ବହୁତ ମଜାରେ ସ୍ଵିମିଙ୍ଗ କରୁଛି | ବର୍ତ୍ତମାନ ଆପଣ କହିବେ ଏଥିରେ କଣ ବିଶେଷ କଥା ରହିଛି ? ତେବେ ବନ୍ଧୁମାନେ, ଏହି ବ୍ୟକ୍ତିଙ୍କ ପୁଲକୁ ଟିକେ ଧ୍ୟାନରେ ଦେଖିବେ | ଏହା କୌଣସି ସାଧାରଣ ସ୍ଵିମିଙ୍ଗ ପୁଲ ନୁହେଁ, ବରଂ ଟ୍ରଲିରେ ତିଆରି କରାଯାଇଥିବା ଯୁଗାଡ଼ ପୁଲ ଅଟେ |

ଏହି ବୁଦ୍ଧିମାନ ବ୍ୟକ୍ତି ନିଜର ଖୁସି ପାଇଁ ଟ୍ରାକ୍ଟର ସହିତ ଲାଗିଥିବା ଟ୍ରଲିରେ ପ୍ଲାଷ୍ଟିକ ସିଟ ବିଛାଇ ପାଣି ଭର୍ତ୍ତି କରି ଦେଇଛନ୍ତି ଏବଂ ମଜାରେ ସେଥିରେ ପହଁରୁଛନ୍ତି | ଏହି ଯୁଗାଡ଼ ପୁଲ ତାଙ୍କୁ ସ୍ଵିମିଙ୍ଗ ପୁଲର ଅନୁଭବ ଦେଉଛି | ଭିଡିଓରେ ଦେଖିପାରିବେ ଯେ ଟ୍ରାକ୍ଟର ପାଖରେ ଆଉ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି, ଯିଏ କି ସ୍ଵିମିଙ୍ଗ କରୁଥିବା ବ୍ୟକ୍ତିଙ୍କ ଯୁଗାଡ଼କୁ ଦେଖି ହସୁଛନ୍ତି |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by hepgul5 (@hepgul5)

ଖୁବ ଦ୍ରୁତ ଗତିରେ ଭାଇରଲ ହେଉଥିବା ଏହି ଭିଡିଓକୁ ଇନ୍ସଟାଗ୍ରାମରେ hepgul5 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଲୋକମାନଙ୍କୁ ଏହି ମଜାଳିଆ ଭିଡିଓ ଖୁବ ଭଲ ଲାଗୁଛି | ଲୋକମାନେ ଏହି ଭିଡିଓକୁ କେବଳ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ରିଆକ୍ସନ ଏବଂ କମେଣ୍ଟ ଦେଉଛନ୍ତି | ସୋସିଆଲ ମିଡ଼ିଆ ୟୁଜରମାନଙ୍କୁ ଏହି ବ୍ୟକ୍ତିଙ୍କ ଯୁଗାଡ଼ ବହୁତ ପସନ୍ଦ ହୋଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *