ପିଲାଦିନର ପ୍ରେମକୁ ପାଇବା ପାଇଁ ୪ଥର ଘରୁ ପଳାଇଥିଲେ, ଶେଷରେ ଥା-ନା-ରେ କଲେ ବିବାହ,ଜାଣନ୍ତୁ ପୁରା ଖବର

ବିହାରର ରୋହତାସ ଜିଲ୍ଲାରେ ଡେହରି ସ୍ଥିତ ମହିଳା ଥାନା ଶୁକ୍ରବାର ଦିନ ବିବାହ ମଣ୍ଡପ ରୂପରେ ପରିବର୍ତ୍ତନ ହୋଇଗଲା | ମହିଳା ଥାନାଧ୍ୟକ୍ଷଙ୍କ ଅଧୀନରେ ମନ୍ତ୍ର ଉଚ୍ଚାରଣର ଶବ୍ଦ ମଧ୍ୟରେ ଏଠାରେ ଏକ ପ୍ରେମୀ ଯୋଡିଙ୍କର ବିବାହ କରାଯାଇଛି | ଏହି ସମୟରେ ପ୍ରେମିକ ନିଜର ପିଲାଦିନର ପ୍ରେମିକାର ମଥାରେ ସିନ୍ଦୁର ଦେଲା ଏବଂ ସାତ ଫେରା ନେଇ ବିବାହ ସମ୍ପନ୍ନ କଲା |

ଝିଅଟି ପୋଲି-ସ-କୁ ମାଗିଲା ସାହାଯ୍ୟ :-

ମହିଳା ଥାନାଧ୍ୟକ୍ଷ ମାଧୁରୀ କୁମାରୀ କହିଛନ୍ତି ଯେ, “ଟଁଡବା ଗ୍ରାମର ପ୍ରେମିକ ଅଭୟକାନ୍ତ ଏବଂ ପଡୁ଼ହାର ଗାଁର ପ୍ରେମିକା ପ୍ରିୟଙ୍କାଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା | କିନ୍ତୁ ପୁଅ ଏବଂ ଝିଅର ପରିବାର ଲୋକେ ବିବାହ ବିରୋଧରେ ଥିଲେ | ତେଣୁ ଝିଅଟି ଯାଇ ମହିଳା ପୋ-ଲି-ସ ଷ୍ଟେସନରେ ଏହାର ଅ-ଭି-ଯୋ-ଗ କରିଥିଲା | ଏହାପରେ ଆମେ ପୁଅକୁ ଥାନାକୁ ଡ଼କାଇଲୁ , ଯେଉଁଠାରେ କି ପୁଅଟି ମଧ୍ୟ ବିବାହ କରିବାପାଇଁ ରାଜି ବୋଲି କହିଲା | ଦୁହିଁଙ୍କ ବିବାହର ସହମତି ପରେ ତୁରନ୍ତ ଥାନା ପରିସରରେ ହିଁ ବିବାହ କରାଇବା ପାଇଁ ସ୍ଥିରକରାଗଲା | ଏହାପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହିଁଙ୍କର ବିଧିବଦ୍ଧ ଭାବରେ ବିବାହ କରାଗଲା |”

ବିବାହ ପାଇଁ ୪ଥର ଘରୁ ପଳାଇ ଆସିଥିଲେ ଯୁବତୀ :-

କୁହାଯାଉଛି ଯେ ଏହି ବିବାହ ପାଇଁ ପ୍ରେମିକ ଏବଂ ପ୍ରେମିକାଙ୍କ ପରିବାର ଲୋକେ ପ୍ରସ୍ତୁତ ନଥିଲେ | ବିବାହ ପାଇଁ ପ୍ରେମିକା ନିଜ ଘରୁ ୪ଥର ପଳାଇ ଯାଇଥିଲେ | କିନ୍ତୁ ବିବାହ ସମୟରେ ଦୁଇ ପକ୍ଷରୁ ପରିବାର ଲୋକେ ଥା-ନା-ରେ ଉପସ୍ଥିତ ରହିଲେ | ମାଧୁରୀ କୁମାରୀ କହିଛନ୍ତି ଯେ ବିବାହ କରିବାପାଇଁ ସ୍ଥିର କରାଯିବା ପରେ ପୋ-ଲି-ସ ଜିନିଷପତ୍ର ଯୋଗାଡ଼ କଲା ଏବଂ ପଣ୍ଡିତଙ୍କୁ ଡକାଗଲା | ଏହି ସମୟରେ ମହିଳା ଥାନାଧ୍ୟକ୍ଷ ଏବଂ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ପ୍ରେମିକ ଏବଂ ପ୍ରେମିକା ବିବାହର ବନ୍ଧନରେ ବାନ୍ଧି ହୋଇଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *