କଲେକ୍ଟର ଅଫିସରେ ବିବାହ କରିବାକୁ ପହଞ୍ଚିଲେ ପ୍ରେମିକ – ପ୍ରେମିକା, ଝିଅକୁ ଉଠାଇ ନେଇଗଲେ ପରିବାର ଲୋକେ, ପ୍ରେମିକଙ୍କୁ ଖୁବ ପି-ଟି-ଲେ

ମଧ୍ୟପ୍ରଦେଶରେ ଏକ ପ୍ରେମୀ ଯୋଡ଼ିଙ୍କର ବିବାହ କରିବାର ଇଚ୍ଛା ଅଧୁରା ରହିଗଲା | ପ୍ରେମୀ ଯୋଡି କଲେକ୍ଟର ଅଫିସରେ ପହଞ୍ଚି ଭାବିଲେ ଯେ ସେମାନେ ବର୍ତ୍ତମାନ ସହଜରେ ବିବାହ କରିପାରିବେ | କିନ୍ତୁ ସେତେବେଳକୁ ଝିଅର ପରିବାର ଲୋକ ସେଠାକୁ ଆସି ଧମକାଇଲେ ଏବଂ ନିଜ ଝିଅକୁ ସେଠାରୁ ଉଠାଇ ନେଇଗଲେ | କେବଳ ଏତିକି ନୁହେଁ, ପରିବାର ଲୋକେ ପ୍ରେମିକଙ୍କୁ ବହୁତ ପିଟିଲେ | ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି |

ବାସ୍ତବରେ ଏମପିର ରିବାରେ ସେମରୀୟାରେ ରହୁଥିବା ଜଣେ ଯୁବତୀ ନାଗୋଉଦରେ ରହୁଥିବା ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ଦୁହେଁ ବିବାହ କରିବାପାଇଁ ଚାହୁଁଥିଲେ | ଯେଉଁଥିରେ ଝିଅର ପରିବାର ଲୋକେ ବାଧା ଦେଉଥିଲେ |

ଯୁବତୀ ସୁଯୋଗ ଦେଖି ଦିନେ ନିଜ ପ୍ରେମିକ ସହିତ ପଳାଇ ସିଧା କଲେକ୍ଟର ଅଫିସରେ ପହଞ୍ଚିଗଲା | ଏହି କଥାର ସୂଚନା ଝିଅର ପରିବାର ଲୋକଙ୍କୁ ମଧ୍ୟ ମିଳିଗଲା ଏବଂ ସେମାନେ ମଧ୍ୟ ସେଠାକୁ ଆସି ଧ-ମ-କ ଦେଲେ |

ନିଜ ପରିବାରର ଲୋକମାନଙ୍କୁ ଦେଖି ଯୁବତୀ କହିଥିଲେ ଯେ ସେ ଯୁବକଙ୍କ ସହିତ ବିବାହ କରି ସାରିଛନ୍ତି ଏବଂ କଲେକ୍ଟର ଅଫିସରେ ବିବାହ ରେଜିଷ୍ଟର କରିବାକୁ ଆସିଛନ୍ତି | ଯୁବତୀ ନିଜ ପରିବାର ଆଗରେ ଗୁହାରି କରି ଚାଲିଲା ଯେ ତାକୁ ତାର ପ୍ରେମିକ ସହିତ ରହିବାକୁ ଦିଆଯାଉ, କିନ୍ତୁ ପରିବାର ଲୋକେ ତାର କୌଣସି କଥା ଶୁଣିନଥିଲେ |

ପରିବାର ଲୋକେ କିଛି ବି ନ ଶୁଣି ତାର ପ୍ରେମିକଙ୍କୁ ସେଠାରେ ପିଟିବା ଆରମ୍ଭ କରିଦେଲେ | କେବଳ ଏତିକି ନୁହେଁ, ଯୁବତୀ ଜଣକ ବହୁତ ମନା କରିବାପରେ ମଧ୍ୟ ପରିବାର ଲୋକେ ତାଙ୍କୁ ଘୋଷାରି ଘୋଷାରି ନିଜ ସହିତ ନେଇଗଲେ |

ଏହି ସମୟରେ ଝିଅଟି ବେହୋସ ହୋଇଗଲା, ଯାହାପରେ ତାକୁ ପରିବାର ଲୋକେ ପାଖରେ ଥିବା କ୍ୟାଣ୍ଟିନରେ ବସାଇଲେ ଏବଂ ହୋସ ଆସିବାମାତ୍ରେ ଜବରଦସ୍ତ ଗାଡ଼ିରେ ବସାଇ ଚାଲିଗଲେ | ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ କଲେକ୍ଟର ଅଫିସ ପାଖରେ ଏହି ହଙ୍ଗାମା ଚାଲିଲା, କିନ୍ତୁ କେହି ବି ସେମାନଙ୍କୁ ସାହାଯ୍ୟ କଲେନାହିଁ |

କଲେକ୍ଟର ଅଫିସ ବାହାରେ ଏହିପରି ଘଟଣାର ଭିଡିଓ ଭାଇରଲ ହେବାପରେ ରିବାର ଏସପି ରାକେଶ କୁମାର ସିଂହ ଆକ୍ସନ ନେଲେ ଏବଂ ମାମଲାର ଯାଞ୍ଚ କରିବେ ବୋଲି ଭରସା ଦେଇଛନ୍ତି | କେବଳ ଏତିକି ନୁହେଁ, ଏସପି ପୋଲିସକୁ ତୁରନ୍ତ ସେହି ଯୁବତୀଙ୍କୁ ଖୋଜିବାକୁ ଆଦେଶ ମଧ୍ୟ ଦେଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *