ସୌମ୍ଯରଞ୍ଜନଙ୍କର ମୃ-ତ୍ୟୁ ମା-ମ-ଲାର ନୂଆ ମୋଡ: ସାମ୍ନାକୁ ଆସିଲା ବିଦ୍ୟାଙ୍କର ଖାତା, ଅକ୍ଷୟ ପ୍ରବେଶ କରିଲେ

ପାରଳାଖେମୁଣ୍ଡିର ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃ-ତ୍ୟୁ ମା-ମ-ଲାରେ ବର୍ତ୍ତମାନ ଆସିଛି ଏକ ନୂଆ ମୋଡ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃ-ତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ ପୁଣି ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାମ। ସୌମ୍ୟରଞ୍ଜନଙ୍କର ପରିବାର ଲୋକଙ୍କର ଦାବି ଅନୁଯାୟୀ ସେମାନଙ୍କୁ ବୋହୂ ବିଦ୍ୟାଭାରତୀଙ୍କର ଏକ ଖାତା ମିଳିଥିବାବେଳେ ସେଥିରେ ଲେଖା ହୋଇଛି ଏହି ନାମ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ଅଲଗା ଲେଖା ହୋଇଛି ଓ ସେଥିରେ ‘ଅକ୍ଷୟ’ ବୋଲି ଏକ ନାମ ଲେଖାଯାଇଛି ଓ ପରେ ତାକୁ କା-ଟି ମଧ୍ୟ ଦିଆଯାଇଛି। ତେଣୁ ବିଦ୍ୟାଭାରତୀଙ୍କର ସହିତ ଏହି ଅକ୍ଷୟଙ୍କର ସଂପର୍କ ଥାଇ ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କର ସନ୍ଦେହ ମଧ୍ୟ କରୁଛନ୍ତି

ସୌମ୍ୟରଞ୍ଜନଙ୍କର ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତିଯେ, ମୋ ବାପା, ମାମୁ ଓ ଭାଇ ପାରଳାଖେମୁଣ୍ଡି ଯାଇଥିଲେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରୁ ଏହି ଖାତାକୁ ଆଣିଥିଲେ। ଏହି ଖାତାରେ ଯାହା ସବୁ ଲେଖାଯାଇଛିକି, ସେଥିରୁ ସ୍ପ-ଷ୍ଟ ଭାବରେ ଜଣାପଡ଼ୁଛିକିଯେ ସେମାନଙ୍କର ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ କ’ଣ ସଂ-ପର୍କ ଥିଲା। ସେ କେତେ ମାତ୍ରରେ ମୋ ଭାଇକୁ ଭଲ ପାଉଥିଲେ, ସେ ସବୁ କିଛିକୁ ଏହି ଖାତାରେ ଥିବା ଲେଖାରୁ ଜଣାପଡ଼ୁଛି।

ସେ ଆହୁରି କହିଛନ୍ତିଯେ, ଅକ୍ଷୟ କିଏ କହିପାରିବେନି। କିନ୍ତୁ ସନ୍ଦେହ କରାଯାଉଛିକି ତାଙ୍କ ସହିତ ବିଦ୍ୟାଭାରତୀଙ୍କର କିଛି ସଂ-ପର୍କ ଥାଇପାରେ। କାରଣ ଆମେ ଶୁଣିଥିଲୁଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ସ-ମ୍ପର୍କ ଥିଲା। ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହ ସଂ-ପର୍କ ନଥିଲା, ତେଣୁ ତାଙ୍କର ଅକ୍ଷୟଙ୍କ ସହିତ ମଧ୍ୟ ସମ୍ପର୍କ ଥିବ। ଏହି ଘଟ-ଣାଊ ଭଲ ଭାବରେ ତ-ଦନ୍ତ କରିଲେ ସତ ପଦାକୁ ଆସିବ।

ଏହି ମା-ମ-ଲାର ତ-ଦନ୍ତ ପ୍ରକ୍ରିୟା ଅନୁସାରେ ସୌମ୍ୟରଞ୍ଜନଙ୍କର ବାପା ମାଆ ଅସ-ନ୍ତୋଷ ପ୍ରକାଶ କରି କହିଛନ୍ତି। ବୋହୂ ବିଦ୍ୟାଭାରତୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଗି-ର-ଫ କରାଯାଇ ନାହିଁ ବୋଲି ସେମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତିଯେ ଉକ୍ତ ଘ-ଟଣା ସମୟରେ ସୌମ୍ୟରଞ୍ଜନଙ୍କ ସହିତ କେବଳ ବିଦ୍ୟା ଥିଲେ। ତାଙ୍କୁ କାହିଁକି ଜେ-ରା କରାଯାଇ ନାହିଁ। ତାଙ୍କୁ ଗି-ର-ଫ କରି ସବୁକଥା ପଚ-ରାଉ-ଚରା କରିଲେ ସବୁ ସତ କଥା ଜଣାପଡିଯିବ।

ସୂଚନା ଅନୁସାରେ, ପାରଳାଖେମୁଣ୍ଡିର ପୋ-ଲି-ସ ଏହି ଘ-ଟଣାର ବର୍ତ୍ତମାନ ତ-ଦନ୍ତ କରୁଅଛି। ତଦ-ନ୍ତକା-ରୀ ଦଳ ଆଜି ବଲାଙ୍ଗିର ଯାଇଛି। ବାହାଘର ପରେ ବିଦ୍ୟାଭାରତୀ ବଲାଙ୍ଗିରର ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ବୋଲି ସୌମ୍ୟରଞ୍ଜନଙ୍କର ପରିବାର ଲୋକମାନେ କହିଥିଲେ। ସେହି ପାର୍ଟିରେ ଯୋଗ ଦେବାକୁ ସୌମ୍ୟରଞ୍ଜନ ମଧ୍ୟ ଯାଇଥିଲେ। କିନ୍ତୁ ବିଦ୍ୟା ତାଙ୍କୁ ସେଠାରୁ ପଠାଇ ଦେଇଥିଲେ ଓ ପରେ ତାଙ୍କର ଖରାପ ଫଟୋ ପଠାଇ ଟଙ୍କା ପାଇଁ ବ୍ଲାକମେଲିଂ କରିଥିଲେ ବୋଲି ପରିବାର ଲୋକ ଅଭି-ଯୋଗ କରିଥିଲେ।

Leave a Reply

Your email address will not be published.