କୋଚ ହୋଇ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ,ଏହି ଖେଳାଳି ମାନେ କଲେ ଭବିଷ୍ୟବାଣୀ

ପାକିସ୍ତାନର ପୂର୍ବତନ ଖେଳାଳି ଡାନିସ କେନେରିଆ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଧୋନୀ ଭବିଷ୍ୟତରେ କମେଣ୍ଟାରୀ ସ୍ଥାନରେ କୋଚିଂ ଭୂମିକାକୁ ଗୁତୁତ୍ୱ ଦେବେ। କେନେରିଆ ଏହାପଛର କାହାଣୀକୁ ଖୋଲି କହିନଥିଲେ। ସେ ନିଜର youtube ଚ୍ୟାନେଲ ମାଧ୍ୟମରେ ଧୋନୀଙ୍କୁ ନେଇ ଏହିକଥା କହିଥିଲେ।

କେନେରିଆ କହିଥିଲେ- ଏମଏସ ଧୋନୀ କମେଣ୍ଟାରୀ ଅପେକ୍ଷା କୋଚିଂକୁ ଗୁରୁତ୍ୱ ଦେବେ। ମୋତେ ଆଶା ରହିଛି ଧୋନୀ ଜଲଦି ଏହି କ୍ୟାରିଅର ଭିତରେ ନିଜର ପାଦ ଥାପିବେ।

ଧୋନୀ ଓ କେନେରିଆ ପରସ୍ପର ବିପକ୍ଷରେ 2006 ମସିହାରେ ପାକିସ୍ତାନ ଗସ୍ତ ସମୟରେ ଖେଳିଥିଲେ। ସେସମୟରେ କେନେରିଆଙ୍କ ଗୋଟିଏ ଓଭରରୁ ଧୋନୀ ଛକା ଚୌକା ମାରି ବହୁତ ରନ ସଂଗ୍ରହ କରିଥିଲେ।

ବିଗତ ବର୍ଷ କ୍ରିକେଟକୁ କହିଲେ ଅଲବିଦା:-

ଆପଣଙ୍କୁ ଜଣାଇଦେଉଛୁ କି, 2020 ମସିହାରେ ଧୋନୀ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଥିଲେ। ଶେଷଥର ସେ ଭାରତ ପାଇଁ 2019 ବିଶ୍ୱକପ ସେମି ଫାଇନାଲରେ ଖେଳିଥିଲେ। ଏହି ମ୍ୟାଚକୁ ଭାରତ ହାରିଯାଇଥିଲା କିନ୍ତୁ ଧୋନୀ ଏବେବି ନିଜର ଜଲୱା ଆଇପିଏଲରେ ଦେଖାଉଛନ୍ତି।

ଆଇପିଏଲ 2021 ରେ ତାଙ୍କର ଦଳ ଚେନ୍ନାଇ ସୁପର କିଙ୍ଗସ ଶାନଦାର ପ୍ରଦର୍ଶନ କରିଥିଲେ। କିନ୍ତୁ କରୋନା ଭାଇରସ କାରଣରୁ ଖେଳକୁ ଅଧାରୁ ଅଟକାଇ ଦିଆଗଲା।

ଆଇପିଏଲରେ ଏବେବି ଜାରି ରହିଛି ଅଧିନାୟକର ଜଲୱା:-

ବହୁତ ବିଚାର-ବିମର୍ଶ ସହିତ ସେପ୍ଟେମ୍ବର ମାସରେ ଆଇପିଏଲ ୟୁଏଇରେ ଆରମ୍ଭ ହୋଇପାରେ। ଯେଉଁଠାରେ ଚାରୋଟି ପ୍ଲେ ଅଫ ସହିତ ବାକି 31ଟି ମ୍ୟାଚ ଖେଳାଯିବ। ଆଇପିଏଲ ପରେ ୟୁଏଇରେ ହିଁ ବିଶ୍ୱକପ t-20 ଆରମ୍ଭ ହୋଇଯିବ।

ଆଇପିଏଲରେ ଧୋନୀ ବହୁତ ଫିଟ ନଜର ଆସୁଛନ୍ତି ଓ ନିଜର ଟିମକୁ ବହୁତ ଭଲ ଭାବରେ ହ୍ୟାଣ୍ଡଲ କରି ଆଗକୁ ନେଇଯାଉଛନ୍ତି। ହୁଏତ 2020 ଆଇପିଏଲ ଚେନ୍ନାଇ ପାଇଁ ଭଲ ଯାଇନଥିଲା କିନ୍ତୁ 2021 ସିଜିନ ବହୁତ ଶାନଦାର ଯାଇଛି।

ଅନ୍ତଃରାଷ୍ଟ୍ରୀୟ ମ୍ୟାଚରୁ ଅବସର ପରେ ଧୋନୀ ବର୍ତ୍ତମାନ ଆଇପିଏଲରେ ହିଁ ନଜର ଆସିଛନ୍ତି। ଏହାପରେ ତାଙ୍କର ଆଗାମୀ ଯୋଜନା ଗୁଡିକ କଣ ରହିଛି ଏହାଉପରେ କୌଣସି ଖବର ବର୍ତ୍ତମାନ ସୁଦ୍ଧା ନାହିଁ। ଏହାବିଷୟରେ ସେ କିଛିବି କହିନାହାଁନ୍ତି କିନ୍ତୁ କିଛିଦିନ ତଳେ ସେ ନିଜର 40ତମ ଜନ୍ମ ଦିବସ ପାଳନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *