ଏହି ଦେଶରେ ବିବାହ ପୂର୍ବରୁ ବର-କନ୍ୟାଙ୍କ ଉପରେ ଫିଙ୍ଗା ଯାଇଥାଏ ପଚା ଟମାଟୋ ଏବଂ ଅଣ୍ଡା,ଜାଣନ୍ତୁ କଣ ରହିଛି ଏମିତି ଅଜବ ପରମ୍ପରା

ବିବାହ ଏକ ଏପରି ସମାରୋହ ଅଟେ, ଯାହା ପରେ ଦୁଇଜଣ ଲୋକ ଏବଂ ଦୁଇଟି ପରିବାର ପରସ୍ପର ସହିତ ଯୋଡି ହୋଇଯାନ୍ତି | ପ୍ରତ୍ୟେକ ଦେଶ ଏବଂ ପ୍ରତ୍ୟେକ ରାଜ୍ୟରେ ବିବାହରେ ଅନେକ ପ୍ରକାରର ରୀତିନୀତି ପାଳନ କରାଯାଇଥାଏ | ପ୍ରତ୍ୟେକ ଧର୍ମର ଅଲଗା ଅଲଗା ରୀତିନୀତି ରହିଥାଏ, ଯାହାକୁ ଲୋକମାନେ ପାଳନ କରିଥାନ୍ତି | ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଜଣାଥାଏ, କିନ୍ତୁ କୁହାଯାଏ ନା ଯେ ଦୁନିଆ ବିବିଧତା ଦ୍ୱାରା ଭରିରହିଛି | ସେହିପରି ଅନେକ ଦେଶରେ ଏବଂ ସମ୍ପ୍ରଦାୟରେ ଅଜବ ରୀତିନୀତିକୁ ମଧ୍ୟ ପାଳନ କରାଯାଏ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ସେହିପରି ଦେଖିବାକୁ ଗଲେ ତ ଆମ ଦେଶ ଭାରତ ମଧ୍ୟ ବିବିଧତା ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଛି | ଏଠାରେ ଅଲଗା ଅଲଗା ରାଜ୍ୟରେ ହେଉଥିବା ବିବାହର ରୀତିନୀତିରେ ମଧ୍ୟ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏପରି ଏକ ଦେଶ ବିଷୟରେ, ଯେଉଁଠାରେ ହେଉଥିବା ବିଚିତ୍ର ପ୍ରଥା ଏବଂ ପରମ୍ପରା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ସତରେ କି ଅଜବ ଧରଣର ପ୍ରଥା ରହିଛି |

ଭାରତରେ ଯେକୌଣସି ସମ୍ପ୍ରଦାୟର ବିବାହ ହେଉନା କାହିଁକି, ଅଧିକାଂଶ ବିବାହରେ ଗୋଟିଏ ପ୍ରଥା ନିଶ୍ଚିତ ଭାବେ ପାଳନ କରାଯାଇଥାଏ ଏବଂ ତାହା ହେଉଛି ହଳଦୀ ପ୍ରଥା | ଆମର ଏଠି ହଳଦୀକୁ ବହୁତ ଶୁଭ କୁହାଯାଏ | ତେଣୁ ବିବାହ ପୂର୍ବରୁ ପୁଅ-ଝିଅଙ୍କ ମୁହଁରେ ସୁନ୍ଦରତା ଆଣିବାପାଇଁ ହଳଦୀ ଏବଂ ଚନ୍ଦନ ଲଗାଯାଇଥାଏ | ଯଦି ଆପଣଙ୍କୁ କୁହାଯିବ ଯେ ବିବାହ ପୂର୍ବରୁ ଆପଣଙ୍କୁ ପଚା ଅଣ୍ଡା ଏବଂ ଟମାଟୋର ସାମ୍ନା କରିବାକୁ ପଡିବ, ସେତେବେଳେ ହୁଏତ ଆପଣଙ୍କୁ ଅଜବ ଲାଗିବ | କିନ୍ତୁ କଣ ଆପଣ ଜାଣିଛନ୍ତି, ଦୁନିଆରେ ଏପରି ମଧ୍ୟ ଦେଶ ରହିଛି, ଯେଉଁଠାରେ ବିବାହ ପୂର୍ବରୁ ହଳଦୀ ଚନ୍ଦନ ପରିବର୍ତ୍ତେ ବର-କନ୍ୟାଙ୍କ ଉପରେ ପଚା ଅଣ୍ଡା, ପଚା ଟମାଟୋ ଏବଂ ମାଛ ଇତ୍ୟାଦି ଖରାପ ଜିନିଷ ଫିଙ୍ଗାଯାଇଥାଏ | ସ୍କଟଲ୍ୟାଣ୍ଡରେ ହେଉଥିବା ବର ଏବଂ କନ୍ୟାଙ୍କୁ ସର୍ବପ୍ରଥମେ ଗୋଟିଏ ଗଛରେ ବାନ୍ଧି ଦିଆଯାଇଥାଏ ଏବଂ ତାପରେ ସେମାନଙ୍କ ଉପରେ କ୍ଷୀର, ଅଟା, ପଚା ଅଣ୍ଡା, ପଚା ଟମାଟୋ ଏବଂ ସଢ଼ି ଯାଇଥିବା ମାଛ ଇତ୍ୟାଦି ଜିନିଷ ପକାଯାଇଥାଏ |

ଏହା ପଛରେ କଣ ରହିଛି ବିଶ୍ୱାସ :-

ଏହି ପ୍ରଥାକୁ ପାଳନ କରୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଏହାଦ୍ୱାରା ଆସନ୍ତା ସମୟରେ ବର-କନ୍ୟାଙ୍କୁ ଖରାପ ଶକ୍ତିରୁ ରକ୍ଷା କରାଯାଇପାରିବ | ଯଦି ବିବାହ ପୂର୍ବରୁ ସେମାନେ ଏହି ସବୁ ଜିନିଷକୁ ସାମ୍ନା କରି ନିଜକୁ ସମ୍ଭାଳି ନିଅନ୍ତି, ତେବେ ଆଗାମୀ ଜୀବନର ଚ୍ୟାଲେଞ୍ଜଗୁଡିକୁ ମଧ୍ୟ ସେମାନେ ସହଜରେ ସାମ୍ନା କରିପାରିବେ | ତେବେ ଏହି ପ୍ରଥା ପୁରା ସ୍କଟଲ୍ୟାଣ୍ଡରେ ପାଳନ କରାଯାଏ ନାହିଁ ବରଂ ଏଠିକାର କିଛି ଅଂଚଳରେ ହିଁ ଏହି ପରମ୍ପରାକୁ ପାଳନ କରାଯାଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *