EPFO ଧାରୀଙ୍କ ପାଇଁ ଖୁସିଖବର,ପିଏଫ ଖାତାରେ ଏହି ଦିନ ଆସିବ ମୋଟା ଅଙ୍କର ପଇସା,ଏଠାରେ ଚେକ କରନ୍ତୁ ବାଲାନ୍ସ

ଇପିଏଫଓ ଲାଟେଷ୍ଟ ନ୍ଯୁଜ:-

କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ସଦସ୍ୟଙ୍କ ପାଇଁ ଖୁସିଖବର ଆସିଛି। ଏହି ମାସରେ ପିଏଫ ମେମ୍ବର୍ସଙ୍କ ଖାତାରେ ଅଧିକ ପଇସା ଆସିବାକୁ ଲାଗିଲା। କୁହାଯାଉଛିକି ଇପିଏଫଓ ସଦସ୍ୟଙ୍କୁ ଶୀଘ୍ର ପିଏଫ ଉପରେ ସୁଧ ମିଳିବ। ମୋଦୀ ସରକାର ଅର୍ଥ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧକୁ ମଞ୍ଜୁରୀ ଏଇପାରେ। ବିଶ୍ବାସ କରାଯାଉଛିକି ପିଏଫର ୮.୫ ପ୍ରତିଶତ ସୁଧ ଜୁଲାଇ ମାସର କିମ୍ବା ଅଗଷ୍ଟ ମାସର ଆରମ୍ଭରେ ପଠାଯାଇପାରେ।

ସୁଧ ଦର ୭ବର୍ଷର ତଳ ସ୍ତରରେ:-

ଜଣାଇଦେଉଛୁକି ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ ପରେ ବର୍ତ୍ତମାନ ଇପିଏଫଓ ସବସ୍କ୍ରାଇବ ଏକାଉଣ୍ଟରେ ୮.୫ ପ୍ରତିଶତ ଦରରେ ପଇସା ପଠାଯିବ। ଆପଣଙ୍କୁ ଜଣାଇ ଦେଉଛୁକି ଗତଥର ଫିସ୍କାଲ ବର୍ଷ ୨୦୧୯-୨୦ରେ କେୱାଇସିରେ ହୋଇଥିବା ଅସୁବିଧା ଯୋଗୁଁ ଅନେକ ସବସ୍କ୍ରାଇବର୍ସଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଇପିଏଫଓର ଅର୍ଥ ବର୍ଷ ୨୦୨୦-୨୧ ପାଇଁ ସୁଧ ଦରକୁ ବିନା ପରିବର୍ତ୍ତନରେ ୮.୫ ପ୍ରତିଶତ ଉପରେ ରଖାଯାଇଥିଲା। ଯାହାକି ଗତବର୍ଷ ୭ବର୍ଷ ତଳ ସ୍ତରରେ ସୁଧର ଦର ଅଟେ।

ଏମିତି ଚେକ କରନ୍ତୁ ପିଏଫ ବାଲାନ୍ସ?

୧। ମିସ୍ଦ କଲରେ ଜାଣନ୍ତୁ ବାଲାନ୍ସ

ଆପଣ ନିଜର ପିଏଫର ପଇସା ଚେକ କରିବା ପାଇଁ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ୦୧୧-୨୨୯୦୧୪୦୬ ଉପରେ ମିସ୍ଦ କଲ ଦେବାକୁ ହେବ। ଏହାପରେ ଇପିଏଫଓରେ ମେସେଜ ଜରିଆରେ ଆପଣଙ୍କୁ ପିଏଫର ଡିଟେଲ ମିଳିଯିବ। ଏଠାରେ ମଧ୍ୟ ଆପଣଙ୍କୁ ୟୁଏଏନ, ପେନ ଓ ଆଧାର ଲିଙ୍କ ହେବା ଜରୁରୀ ଅଟେ।

୨। ଅନଲାଇନ ଚେକ କରନ୍ତୁ ବାଲାନ୍ସ:-

– ଅନଲାଇନ ବାଲାନ୍ସ ଚେକ କରିବା ପାଇଁ ଆପଣ ଇପିଏଫଓର ୱେବସାଇଟ ଉପରେ ଲଗ ଇନ କରନ୍ତୁ, epfindia.gov.in ରେ ଯାଇ ଇ-ପାସବୁକ

ଉପରେ କ୍ଲିକ କରନ୍ତୁ।

– ବର୍ତ୍ତମାନ ଆପଣଙ୍କୁ ଇ-ପାସବୁକ ଉପରେ କ୍ଲିକ କରିବା ମାତ୍ରେ ଏକ ନୂଆ ପେଜ passbook.epfindia.gov.in ରେ ଆସଯିବେ।

– ବର୍ତ୍ତମାନ ଏଠାରେ ଆପଣଙ୍କୁ ନିଜର ୟୁଜର ନାମ(UAN ନମ୍ବର), ପାସୱାର୍ଡ ଓ କ୍ୟାପଚା ଦେବାକୁ ହେବ।

– ସମସ୍ତ ତଥ୍ୟ ଭର୍ତ୍ତି କରିବା ପରେ ଏକ ନୂଆ ପେଜରେ ଆସିଯିବେ ଓ ଏଠାରେ ମେମ୍ବର ଆଇଡିକୁ ଚୟନ କରନ୍ତୁ।

– ଏଠାରେ ଇ-ପାସବୁକରେ ନିଜର ଇପିଏଫ ବାଲାନ୍ସ ମିଳିଯିବ।

୩। ଉମଙ୍ଗ ଏପରେ ମଧ୍ୟ ବାଲାନ୍ସ ଚେକ କରିପାରିବେ:-

– ଏଥିପାଇଁ ଆପଣ ନିଜର ଉମଙ୍ଗ ଏପକୁ ଖୋଲନ୍ତୁ ଓ ଇପିଏଫଓ ଉପରେ କ୍ଲିକ କରନ୍ତୁ।

– ବର୍ତ୍ତମାନ ଆପଣ ଅନ୍ୟ ପେଜ ଉପରେ ଏମ୍ପ୍ଲଇ-ସେଣ୍ଟ୍ରିକ ସର୍ଭିସ ଉପରେ କ୍ଲିକ କରନ୍ତୁ।

– ଏଠାରେ ଆପଣ ‘ଭ୍ୟୁ ପାସବୁକ’ ଉପରେ କ୍ଲିକ କରନ୍ତୁ। ଏହା ସହିତ ଆପଣ ନିଜର ୟୁଏଏନ ନମ୍ବର ଓ ପାସୱାର୍ଡ ନମ୍ବର ଦିଅନ୍ତୁ।

– ଓଟିପି ଆପଣଙ୍କ ରେଜିଷ୍ଟାର୍ଡ ମୋବାଇଲ ନମ୍ବରରେ ଆସିବ, ଏହାପରେ ଆପଣ ନିଜର ପିଏଫ ବାଲାନ୍ସ ଚେକ କରିପାରିବେ।

୪। ଏସଏମଏସ ଜରିଆରେ ବାଲାନ୍ସ ଚେକ କରନ୍ତୁ:-

ଯଦି ଆପଣଙ୍କର ୟୁଏଏନ ନମ୍ବର ଇପିଏଫଓରେ ରେଜିଷ୍ଟାର୍ଡ ହୋଇଥିବ ତେବେ ଆପଣ ନିଜର ପିଏଫ ବାଲାନ୍ସର ସୂଚନା ମେସେଜ ଜରିଆରେ ନେଇପାରିବେ। ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ରେ ଇପିଏଫଓଏଚଓ ଲେଖି ପଠାଇଦିଅନ୍ତୁ। ଏହାପରେ ଆପଣଙ୍କୁ ପିଏଫର ସୂଚନା ମେସେଜ ଜରିଆରେ ମିଳିଯିବ। ଆପଣଙ୍କୁ ଜଣାଇଦେଉଛୁକି, ଯଦି ଆପଣଙ୍କୁ ହିନ୍ଦୀ ଭାଷାରେ ସୂଚନା ଆବଶ୍ୟକ ତେବେ ଇପିଏଫଓଏଚଓ ୟୁଏଏନ ଲେଖି ପଠାଇ ଦିଅନ୍ତୁ। ପିଏଫ ବାଲାନ୍ସ ଜାଣିବାର ଏହି ସେବା ଇଂରେଜ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲଗୁ, ତାମିଲ, ମଲୟାଲମ ଓ ବଙ୍ଗାଳୀରେ ମିଳିଥାଏ। ପିଏଫ ବାଲାନ୍ସ ପାଇଁ ଜରୁରୀ ଅଟେ ଆପଣଙ୍କର ୟୁଏଏନ, ବ୍ଯାଙ୍କ ଏକାଉଣ୍ଟ, ପେନ ଓ ଆଧାର ସହ ଲିଙ୍କ ହେବା ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *