ଆପଣ ଜାଣନ୍ତି କି ? ପ୍ରକୃତରେ ଜେସିବି ମେସିନର ରଙ୍ଗ ହଳଦିଆ ହୋଇଥାଏ କାହିଁକି ?

ଜେସିବି କମ୍ପାନୀର ମେସିନ ଆପଣ ନିଶ୍ଚିତ ଦେଖିଥିବେ|କନଷ୍ଟକସନ ସହ ଜଡ଼ିତ ଏହି କମ୍ପାନୀର ମେସିନ ଦୁନିଆସାରା ପରିଚିତ|ଏହି କମ୍ପାନୀର ମେସିନର ଖାସ କଥା ଯେ ଏହା ହଳଦିଆ ରଙ୍ଗର ହୋଇଥାଏ|କିନ୍ତୁ ଆପଣ କ’ଣ ଜାଣନ୍ତି ହଳଦିଆ ରଙ୍ଗ କାହିଁକି ଅନ୍ୟ ରଙ୍ଗ ନୁହେଁ?

ଏହି ସମ୍ପର୍କରେ ଜାଣିବା ପୂର୍ବରୁ ଏହି କମ୍ପାନୀ ସମ୍ବନ୍ଧରେ କିଛି ବିଶେଷ କଥା ଜାଣନ୍ତୁ|କହିରଖେ ଯେ ଜେସିବି ବ୍ରିଟେନର ମେସିନ ବନାଇବାର ଏକ କମ୍ପାନୀ ଯାହାର ମୁଖ୍ୟାଳୟ ଷ୍ଟେଫ୍ଡସାୟର ସହରରେ ଅବସ୍ଥିତ|ଏହାର ପ୍ଲାଣ୍ଟ ଚତୁଃପାର୍ଶ୍ଵରେ ମହାଦୀପ ରହିଛି|ଏହା ଦୁନିଆର ଏମିତି ଏକ କମ୍ପାନୀ ଯାହା ଵିନା ନାଁରେ ୧୯୪୫ରେ ଲଞ୍ଚ ହୋଇଥିଲା|ଏହାକୁ ବନାଇବା ଲୋକ ଏହାର ନାମ ବହୁଦିନ ଭାବିଲା କିନ୍ତୁ ଭଲ ନାଁ ନମିଳିବାରୁ “ଜେସେଫ୍ ସାୟରିଲ ବମଫୋର୍ଡ”ନାମ ଦେଲା|

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହା ପ୍ରଥମ ଏମିତି ବ୍ରିଟିଶ କମ୍ପାନୀ ଥିଲା,ଯାହା ଭାରତରେ ନିଜର ଫ୍ୟାକ୍ଟ୍ରି ଲଗାଇଥିଲେ|ଆଜିର ସମୟରେ କମ୍ପାନୀର ଅଧିକାଂଶ ପ୍ରଡକ୍ଟ ଭାରତରେ ନିର୍ମିତ ହେଉଛି|

୧୯୪୫ ମସିହାରେ ଜେସେଫ୍ ସିରିଏଲ ବମଫୋର୍ଡ ସବୁଠାରୁ ପ୍ରଥମ ମେସିନ ଏକ ଟ୍ରିପିଙ୍ଗ ଟ୍ରେଲର ବନାଇଥିଲେ ଯାହା ସେ ସମୟରେ ବଜାରରେ ୪୫ ପାଉଣ୍ଡ ମାନେ ପାଖାପାଖି ୪୦୦୦ ଟଙ୍କାରେ ବିକ୍ରି ହେଲା|

ଦୁନିଆର ସବୁଠାରୁ ପ୍ରଥମ ଓ ସବୁଠାରୁ ଦ୍ରୁଚ ଗତି ଯୁକ୍ତ ଟ୍ରାକ୍ଟର ଫାଷ୍ଟ୍ରେକ ଜେସିବି କମ୍ପାନୀ ବନେଇଛି|ଏହାର ଦ୍ରୁତତମ ସ୍ପିଡ୍ ୬୫ କିମି ପ୍ରତି ଘଣ୍ଟା ଅଟେ|ଏହାକୁ ପ୍ରିନ୍ସ ଅଫ ହ୍ୱଲ୍ସ ପୁରସ୍କାର ମିଳିଥିଲା|

୧୯୪୮ରେ ଏହି କମ୍ପାନୀ ଅନ୍ତର୍ଗତ ମାତ୍ର ୬ ଜଣ କାମ କରୁଥିଲେ, କିନ୍ତୁ ଆଜିର ସମୟରେ ଦୁନିଆରେ ଏହି କମ୍ପାନୀରେ ପାଖାପାଖି ୧୧ ହଜାର କର୍ମଚାରୀ କାମ କରୁଛନ୍ତି|

ଆରମ୍ଭରେ ଏହାର ରଙ୍ଗ ଧଳା ଓ ଲାଲ ରଙ୍ଗର ତିଆରି ହେଉଥିଲା, କିନ୍ତୁ ପରେ ଏହା ହଳଦିଆ କରିଥିଲେ|ପ୍ରକୃତରେ ଏହାର ପଛରେ ଯୁକ୍ତି ଏହା ଯେ ଏହି ରଙ୍ଗ କାରଣରୁ ଜେସିବି ଖୋଳାଯାଉଥିବା ଯାଗାରେ ସହଜରେ ଦେଖାଯାଏ|ଫଳରେ ଲୋକଙ୍କୁ ଜଣାପଡେ ଯେ ଆଗରେ ଖୋଳିବା କାମ ଚାଲିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *