ବିନା ପଇସା ଖର୍ଚ୍ଚ କରି ମିସ୍ଦ କଲ ଓ ହ୍ଵାଟସଆପ ମେସେଜ ଜରିଆରେ ବୁକ କରନ୍ତୁ ଗ୍ଯାସ ସିଲିଣ୍ଡର, ଏହା ହେଉଛି ସହଜ ଉପାୟ

ଗ୍ଯାସ ସିଲିଣ୍ଡର ବୁକ କରିବାର ତାରିଖ ବର୍ତ୍ତମାନ ଆହୁରି ସହଜ ହୋଇଗଲା। ଆପଣ କେବଳ ଏକ ମିସଡ କଲ ଜରିଆରେ କିମ୍ବା ହ୍ଵାଟସଆପ ମେସେଜ ଜରିଆରେ ନିଜର ଗ୍ଯାସ ସିଲିଣ୍ଡର ବୁକ କରିପାରିବେ। ଭାରତର ସବୁଠାରୁ ବଡ ପେଟ୍ରୋଲିୟମ କମ୍ପାନୀ ଯେମିତି ଭାରତ ଗ୍ଯାସ, ଇଣ୍ଡେନ ଗ୍ଯାସ ଓ ଏଚପି ଗ୍ଯାସ ଗ୍ରାହକଙ୍କୁ ହ୍ଵାଟସଆପ ଏପରେ ସିଲିଣ୍ଡର ବୁକ କରିବାର ସର୍ଭିସ ଦେଉଅଛି। ଆସନ୍ତୁ ଜାଣିବା ଏହି ବିଷୟରେ…

ମିସ୍ଦ କଲ ଦେଇ ବୁକ କରନ୍ତୁ ସିଲିଣ୍ଡର:-

ଯଦି ଆପଣ ଫୋନରେ ଗ୍ଯାସ ସିଲିଣ୍ଡର ବୁକ କରିବା ପାଇଁ ପର୍ଯ୍ୟାପ୍ତ ବାଲାନ୍ସ ନାହିଁ ତେବେ ଆପଣ ମିସ୍ଦ କଲ ଦେଇ ଗ୍ଯାସ ସିଲିଣ୍ଡର ବୁକ କରିପାରିବେ। ଏଥିପାଇଁ ଇଣ୍ଡେନ ଏଲପିଜିର ଗ୍ରାହକ ୮୪୫୪୯୫୫୫୫୫ରେ, ବିପିସିଏଲ ଗ୍ରାହକ ୭୭୧୦୯୫୫୫୫୫ରେ ଓ ଏଚପି ଗ୍ରାହକ ୯୪୯୩୬୦୨୨୨୨ରେ ନିଜର ରେଜିଷ୍ଟାର୍ଡ ମୋବାଇଲ ନମ୍ବରରେ ମିସ୍ଦ କଲ ଦେଇପାରିବେ। ଆପଣଙ୍କ ସିଲିଣ୍ଡର ସେକେଣ୍ଡରେ ବୁକ ହୋଇଯିବ ଓ ଆପଣଙ୍କୁ ଏଥିସହ ସମ୍ବନ୍ଧିତ ମେସେଜ ମଧ୍ୟ ମିଳିଯିବ।

ହ୍ଵାଟସଆପ ଜରିଆରେ ଏମିତି ବୁକ କରନ୍ତୁ ସିଲିଣ୍ଡର:-

ଇଣ୍ଡେନ ଗ୍ଯାସ ଗ୍ରାହକ ୭୫୮୮୮୮୮୮୨୪ ନମ୍ବରରେ ବୁକିଙ୍ଗ କରିପାରିବେ। ୟୁଜର ଏହି ନମ୍ବର ୭୫୮୮୮୮୮୮୨୪କୁ ମୋବାଇଲରେ ସେଭ କରିଦିଅନ୍ତୁ। ଏହାପରେ ହ୍ଵାଟସଆପ ଓପନ କରନ୍ତୁ। ସେଭ କରାଯାଇଥିବା ନମ୍ବରକୁ ଖୋଲନ୍ତୁ ଓ ନିଜର ସେହି ରେଜିଷ୍ଟାର୍ଡ ନମ୍ବରରେ Book କିମ୍ବା REFILL# ଲେଖି ପଠାଇଦିଅନ୍ତୁ। REFILL# ଲେଖି ପଠାଇବା ମାତ୍ରେ ଆପଣଙ୍କର ଅର୍ଡର ସମ୍ପୂର୍ଣ ହେବାର ଉତ୍ତର ଆସିବ। ରିପ୍ଲାଇରେ ସିଲିଣ୍ଡର ବୁକିଙ୍ଗର ଡେଲିଭେରୀ କେବେ ହେବ, ଡେଟ ଲେଖା ହୋଇଥିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *