ଅଜବ ଗଜବ: କାହାଣୀ ଭାରତର ଏମିତି ଏକ ଶୂନଶାନ ସ୍ଥାନର,ଯେଉଁଠାରୁ ଦେଖାଯାଏ ଶ୍ରୀଲଙ୍କା,ଅନ୍ଧାର ହେବା ପରେ ଏଠାକୁ ଆସିବାକୁ ମନା

ତାମିଲନାଡୁର ପୂର୍ବ ତଟରେ ରାମେଶ୍ୱରମ ଦୀପର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯାହାର ନାମ ଧନୁଷକୋଡି|ଏହା ଭାରତର ଶେଷ ଭାଗରେ ଏମିତି ଏକ ଜାଗା ଯେଉଁଠାରୁ ଶ୍ରୀଲଙ୍କା ଦେଖାଯାଏ|ଏକ ସମୟରେ ଏଠାରେ ଲୋକମାନେ ରହୁଥିଲେ କିନ୍ତୁ ଏବେ ଏହି ଜାଗା ପୂରାପୂରି ଶୂନଶାନ ଅଟେ|ଧନୁଷକୋଡି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏମିତି ଏକ ସ୍ଥଳୀୟ ସୀମା ଅଟେ ଯାହା ପକ ଜଳସନ୍ଧିର ବାଲିରେ କେବଳ ୫୦ ଗଞ୍ଜ ଲମ୍ବା ଅଟେ ଓ ଏହି ଜାଗା ବିଶ୍ୱର ସବୁଠାରୁ ଛୋଟ ସ୍ଥାନରେ ଅନ୍ୟତମ|

ଆପଣଙ୍କୁ କହିରଖେ ଯେ ଦିନର ଉଜ୍ଜଳରେ ଭାରୀ ସଂଖ୍ୟାରେ ଲୋକମାନେ ବୁଲିବାକୁ ଆସନ୍ତି,କିନ୍ତୁ ଅନ୍ଧାର ହେବା ହେବା ପରେ ଏଠାରେ ବୁଲିବା ମନା ହୋଇଥାଏ|ଲୋକମାନେ ସନ୍ଧ୍ୟା ହେବା ପୂର୍ବରୁ ଏଠାରୁ ରାମେଶ୍ୱରମ୍ ଫେରି ଆସନ୍ତି|କାରଣ ଧନୁଷକୋଡିରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ୧୫ କିମି ରାସ୍ତା ପୂରା ଶୂନଶାନ,ଡରୁଆ ଓ ରହସ୍ୟମୟ ଥାଏ|ବହୁଲୋକ ଏହାକୁ ଭୁତହା ମାନନ୍ତି|

୧୯୬୪ ମସିହାରେ ଆସିଥିବା ଭୟଙ୍କର ତୂଫାନ ପୂର୍ବରୁ ଏହା ମାନ୍ୟଗଣ୍ୟ ପର୍ଯ୍ୟଟନ ସ୍ଥଳୀ ଥିଲା|ସେଦିନ ରେଳଷ୍ଟେସନ, ହସ୍ପିଟାଲ, ଚର୍ଚ୍ଚ, ପୋଷ୍ଟ ଅଫିସ ନଷ୍ଟ ହୋଇଯାଇଥିଲା|

କୁହାଯାଏ ଯେ ୧୦୦ ରୁ ଉର୍ଦ୍ଧ୍ବ ରେଳଯାତ୍ରୀ ଥିବା ଏକ ରେଳଗାଡ଼ି ସମୁଦ୍ରରେ ବୁଡିଯାଇଥିଲା|ଏହାପରେ ଏହି ଜାଗା ବିଲକୁଲ ଖରାପ ହୋଇଥିଲା|

ମାନ୍ୟତା ଅନୁସାରେ ଧନୁଷକୋଡି ସେହି ଜାଗା ଯେଉଁଠାରେ ସମୁଦ୍ର ଉପରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା|କୁହାଯାଏ ଯେ ଏହି ଜାଗାରେ ଭଗବାନ ରାମ ହନୁମାନଙ୍କୁ ଏକ ପୋଲ ନିର୍ମାଣ ପାଇଁ ଆଦେଶ ଦେଇଥିଲେ,ଯାହା ଉପରେ ବାନରସେନା ଲଙ୍କା ଯାଇପାରିବେ, ଏଠାରେ ରାବଣ ମାତା ସୀତାଙ୍କୁ ହରଣ କରି ରଖିଥିଲା|ଏଠାରେ ରାମଙ୍କ ସମ୍ପର୍କୀୟ ବହୁ ମନ୍ଦିର ରହିଛି|

କୁହାଯାଏ ଯେ ରାବଣର ଭାଇ ବିଭୀଷଣର ଅନୁରୋଧରେ ଭଗବାନ ରାମ ନିଜ ଧନୁର ଏକ ଶିରାରେ ସେତୁକୁ ଭାଙ୍ଗିଥିଲେ, ଏଥିପାଇଁ ଏହାର ନାମ ଧନୁଷକୋଡି ହେଲା|ଧନୁଷର ଅର୍ଥ ଧନୁ ଓ କୋଡିର ଅର୍ଥ ଶିରା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *