ଭାରତ ବନାମ ଶ୍ରୀଲଙ୍କା : ୯ ବର୍ଷ ପରେ ଶ୍ରୀଲଙ୍କା ଠାରୁ ହାରିଲା ଭାରତ,୨-୧ ରେ ସିରିଜକୁ କଲା କବଜା

ଶ୍ରୀଲଙ୍କା ନିଜର ଶେଷ ଦିନିକିଆ ମ୍ୟାଚରେ ଭାରତକୁ 3 ଉଇକେଟରେ ହରାଇ ଦେଇଛି। ଭାରତ କିନ୍ତୁ ଏହାପୂର୍ବରୁ ସିରିଜ ନିଜ ନାମରେ କରିସାରିଥିଲା। ଶିଖର ଧାୱନଙ୍କ ଅଧିନାୟକତାରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ବର୍ଷା ବାଧାପ୍ରାପ୍ତ ସତ୍ତ୍ୱେ 227 ରନର ଲକ୍ଷ୍ୟ ଶ୍ରୀଲଙ୍କାକୁ ଦେଇଥିଲେ। ଜବାବରେ ଶ୍ରୀଲଙ୍କାର ଓପନିଂ ଯୋଡ଼ି ଅଭିସ୍କା ଫରନାଣ୍ଡ(76) ଓ ରାଜପକ୍ଷ(65) ଅର୍ଧଶତକୀୟ ପାଳି ଖେଳି ମାତ୍ର 39 ଓଭରରେ ଏହି ବିଜୟ ହାସଲ କରିଥିଲେ। ଭାରତ ତରଫରୁ ରାହୁଲ ଚହର ସଫଳ ବୋଲର ଥିଲେ, ସେ 54 ରନ ଦେଇ 3ଟି ଉଇକେଟ ନେଇଥିଲେ। ଏହାପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ, ସଞ୍ଜୁ ସାମସନ ଓ ସୂର୍ଯ୍ୟ କୁମାର ଯାଦବ ଭଲ ପାଳି ଖେଳିବା ସହ ଏହାକୁ ବଡ଼ ସ୍କୋରରେ ବଦଳାଇ ପାରିନଥିଲେ। ଭାରତୀୟ ଦଳ ମାତ୍ର 43.3 ଓଭରରେ 225 ରନ କରି ଅଲଆଉଟ ହୋଇଯାଇଥିଲା। ଏବେ ଉଭୟ ଦଳର ସାମ୍ନା t-20 ରେ ହେବାକୁ ଯାଉଛି। 2017 ମସିହା ପରେ ଶ୍ରୀଲଙ୍କାର ଏହା ଭାରତ ବିପକ୍ଷରେ ଦିନିକିଆରେ ପ୍ରଥମ ବିଜୟ ଥିଲା। ଏହାସହ 2012 ପରେ ନିଜ ଘରେ ପ୍ରଥମଥର ଶ୍ରୀଲଙ୍କା ଭାରତକୁ ଦିନିକିଆରେ ହରାଇ ଦେଇଛି।

ରନର ପିଛା କରି ଶ୍ରୀଲଙ୍କାର ଓପନର ଭାନୁକା ଜଲଦି ଆଉଟ ହୋଇଯାଇଥିଲେ। କୃଷ୍ଣପା ଗୌତମ ତାଙ୍କୁ ଚେତନ ସକାରିୟାଙ୍କ ହାତରେ କ୍ୟାଚ କରିଥିଲେ। ଏହି ଉଇକେଟ ଭାରତର ପାୱାର ପ୍ଲେ ଓଭରରେ ପ୍ରଥମ ଉଇକେଟ ଥିଲା। ଏହି ଉଇକେଟ ପରେ ଅଭିସ୍କା ଫରନାଣ୍ଡୋ ଓ ରାଜପକ୍ଷ 109 ରନର ଭାଗିଦାରୀ ଇନିଂସ ଖେଳିଥିଲେ। ଉଭୟ ଭାରତର ଅନୁଭବହୀନ ବୋଲରଙ୍କ ବହୁତ ଫାଇଦା ଉଠାଇଥିଲେ। ରାଜପକ୍ଷ 42 ବଲରୁ 9ଟି ଚୌକା ସହ ଦିନିକିଆରେ ନିଜର ପ୍ରଥମ ଅର୍ଧଶତକୀୟ ପାଳି ଖେଳିଲେ। ଏହାପରେ ଚେତନ ସକାରିୟା ରାଜପକ୍ଷଙ୍କୁ କ୍ୟାଚ କରାଇଥିଲେ।

ଧନଞ୍ଜୟ ଡ଼ି ସିଲଭା(2) ଙ୍କୁ ଆଉଟ କରି ସକାରିୟ ନିଜର ଦ୍ଵିତୀୟ ଉଇକେଟ ପାଇଥିଲେ। ଏମିତିରେ ଶ୍ରୀଲଙ୍କାର ସ୍କୋର 3ଟି ଉଇକେଟରେ 151 ରନ କରିଥିଲେ। ଏହାପରେ ଚରିତ ଅସଲଙ୍କା 24 ରନର ଏକ ଭଲ ପାଳି ଖେଳି ଦଳକୁ 200 ପାର କରାଇଲେ। ସେ ହାର୍ଦିକ ପାଣ୍ଡ୍ୟାଙ୍କ ଏକ ଧିମା ବଲକୁ ବୁଝି ନପାରି କ୍ୟାଚ ଦେଇ ବସିଲେ। ଅଧିନାୟକ ଦାସୁନ ସନାକା ଏହାର 4ଟି ବଲ ପରେ ରାହୁଲ ଚହରଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଫରନାଣ୍ଡୋ ମଧ୍ୟ 76 ରନ କରି ଆଉଟ ହୋଇଥିଲେ। ଏହାପରେ ଚମିକା କରୁଣାରତ୍ନ ମଧ୍ୟ 3 ରନ କରି ଆଉଟ ହୋଇଗଲେ।

ଏହାପରେ ରମେଶ ମେଣ୍ଡିସ (15) ଓ ଅକିଲା ଧନଞ୍ଜୟ (5) ରନ କରି ଦଳକୁ ଜିତାଇଥିଲେ।

ଭାରତ ହରାଇଲା ଭଲ ପ୍ରାରମ୍ଭିକ ଇନିଂସ:-

ପୂର୍ବରୁ ଦୁଇଟି ମ୍ୟାଚ ଓ ସିରିଜ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। 23 ଓଭର ଶେଷ ବେଳକୁ ଭାରତୀୟ ଦଳ 3 ଉଇକେଟ ହରାଇ 123 ରନ କରିଥିଲା। ଏହାପରେ ବର୍ଷା ହେବା କାରଣରୁ 47-47 ଓଭର ଲେଖାଏଁ ମ୍ୟାଚ ଖେଳାଗଲା। ଭାରତ 43 ଓଭରରେ ଅଲଆଉଟ ହୋଇ 227 ରନ କରିଥିଲା। ବର୍ଷା ପରେ ଖେଳ ସମୟରେ ଭାରତ ମାତ୍ର 38 ରନରେ ପାଞ୍ଚଟି ଉଇକେଟ ହରାଇ ଦେଇଥିଲା। ଲେଗ ସ୍ପିନର ଭାବରେ ଅକିଲା ଧନଞ୍ଜୟ ଓ ପ୍ରବୀଣ ଜୟବିକ୍ରମା ମଧ୍ୟ 3-3ଟି ଉଇକେଟ ପାଇଥିଲେ।

ଅଧିନାୟକ ଶିଖର ଧାୱନ(23), ପୃଥ୍ୱୀ ସ(49), ନିଜର ପ୍ରଥମ ମ୍ୟାଚ ଖେଳୁଥିବା ସାମସନ 46 ଓ ସୂର୍ଯ୍ୟ କୁମାର ଯାଦବ 40 ରନ କରିଥିଲେ। ପୃଥ୍ବୀ ସ ନିଜର 8ଟି ଦମଦାର ଚୌକା ସହିତ ନିଜର ପ୍ରଥମ ଅର୍ଧଶତକ ହାସଲ କରିବାରେ ବର୍ତି ଯାଇଥିଲେ। ସେ ଦାସୁନ ସନାକାଙ୍କ ଏକ ସିଧା ବଲକୁ ଏଲବି ଡ଼ବ୍ଲ୍ୟୁ ଆଉଟ ହୋଇଯାଇଥିଲେ। ସେ ଏକ ଡ଼ିଆରଏସ ହରାଇଥିଲେ ଓ ସାମସନଙ୍କ ସହିତ 74 ରନର ଭାଗିଦାରୀ ପାଳି ଖେଳିଥିଲେ।

ମନୀଷ ପାଣ୍ଡେ ପୁଣି ଫେଲ:-

ସାମସନ, ଜୟବିକ୍ରମାଙ୍କ ବଲରେ କଭର ଅପ ସହଜ କ୍ୟାଚ ଦେଇଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ଦାୟିତ୍ବର ସହ ପାଳି ନିଜର ହାତକୁ ନେଇଥିଲେ କିନ୍ତୁ ସେ ଧନଞ୍ଜୟଙ୍କ ଦ୍ୱାରା ଡ଼ିଆରଏସ ଆଉଟ ହୋଇଯାଇଥିଲେ। ସୁର୍ଯ୍ୟ ନିଜର ପାଳିରେ 7ଟି ଚୌକା ମାରିଥିଲେ। ମନୀଷ ପାଣ୍ଡେ 19ଟି ବଲରେ ମାତ୍ର 11 ରନ ପୁଣି ଅସଫଳତା ଓ ହାର୍ଦିକ ପାଣ୍ଡ୍ୟା 17 ବଲରୁ 19 ରନ ସେତେଟା ଖାଆସ ପ୍ରଦର୍ଶନ କରିନଥିଲେ। ଦିନିକିଆରେ ଡେବ୍ୟୁ କରିଥିବା ନୀତିଶ ରାଣା, କୃଷ୍ନାପା ଗୌତମଙ୍କ ପାଖରେ ଚମକ ଦେଖାଇବାର ମୌକା ଥିଲା କିନ୍ତୁ କିଛି ଫାଇଦା ଉଠାଇ ପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.