ଭାରତ ବନାମ ଇଂଲଣ୍ଡ: ଟେଷ୍ଟ ସିରିଜ ପୂର୍ବରୁ ବିରାଟ କୋହଲି ଇଂଲଣ୍ଡକୁ ଦେଲେ ଚେତାବନୀ, ଅନୁଷ୍କା ଶର୍ମା ଦେଲେ ଏମିତି ରିଆକ୍ସନ

ଅଗଷ୍ଟ 4 ତାରିଖରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ ହାରିବାପରେ ଦଳ ଆଉ କୌଣସି ଭୁଲ କରିବାକୁ ଚାହୁଁନାହିଁ। ନ୍ୟୁଜିଲାଣ୍ଡ ଠାରୁ ଫାଇନାଲ ହାରିବାପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ଆଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଏହାର କଡ଼ା ଜବାବ ଦେବାକୁ ଯାଉଛନ୍ତି।

ବିରାଟ କୋହଲି ଦେଲେ ଚେତାବନୀ:-

ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତ ଓ କାଉଂଟି ସିଲେକ୍ଟ 11 ଭିତରେ ଏକ ପ୍ରାକ୍ଟିସ ମ୍ୟାଚ ଖେଳାଯାଇଥିଲା ଯାହାକି ଡ୍ର ରେ ସମାପ୍ତ ହୋଇଥିଲା। ଏହାପରେ ବିରାଟ ଇଂଷ୍ଟାଗ୍ରାମରେ ଏକ ଫୋଟ ଶେୟର କରିଥିଲେ। ଏହି ଫୋଟୋ 2018 ସମୟର ଇଂଲଣ୍ଡ ସିରିଜରେ ଯେଉଁଥିରେ କୋହଲି 593 ରନ ପିଟିଥିଲେ। ଭାରତ ଏହି ସିରିଜ 1-4 ରେ ହାରିଥିଲା।

ବିରାଟ କୋହଲି ଏହି ଫଟୋ ଶେୟର କରି ଲେଖିଥିଲେ, ମନେ ରଖ ତୁମେ କିଏ, ଅନ୍ୟ ମାନଙ୍କୁ ବୁଝିବାକୁ ଦିଅ ତୁମେ କିଏ ଅଟ। ବିରାଟଙ୍କ ଏହି ପୋଷ୍ଟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଶାନଦାର ରିଆକ୍ଟ କରିଥିଲେ।

ପୁଣି ଇତିହାସ ଲେଖାଯିବ:-

ବିରାଟ କୋହଲିଙ୍କ ପାଇଁ 2014 ମସିହା ଇଂଲଣ୍ଡ ଗସ୍ତ ବହୁତ ବେକାର ସାବ୍ୟସ୍ତ ହୋଇଥିଲା। ସେ ଏହି ତୋଟାଲ ସିରିଜରେ କେବଳ 134 ରନ ହିଁ କରିପାରିଥିଲେ। ଏହି ସିରିଜ ପରେ କୋହଲିଙ୍କର ବହୁତ ଆଲୋଚନା ହୋଇଥିଲା। ଏହାପରେ ବିରାଟଙ୍କ ଅସଲ ରୂପ 2018 ମସହାରେ ଦେଖିବାକୁ ମିଳିଥିଲା ସେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। 10ଟି ପାଳିରେ ସେ ମୋଟ 593 ରନ କରିଥିଲେ।

ଏବେ ଦେଖାଯିବ କୋହଲିଙ୍କ ବିରାଟ ରୂପ:-

ବିରାଟଙ୍କ ଫ୍ୟାନ୍ସଙ୍କୁ ଆଶା ଥିଲା କି, ବିରାଟ ଫାଇନାଲ ଚମ୍ପିୟାନସିପ ମ୍ୟାଚରେ ନିଜର 71 ତମ ଶତକ ହାସଲ କରିବେ କିନ୍ତୁ କୋହଲି ଏହା କରିବାରେ ବିଫଳ ହୋଇଥିଲେ। ସେ ନିଜର ଶେଷ ଶତକ 2019 ମସିହାରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚରେ କରିଥିଲେ। ସେ ଏହି ମ୍ୟାଚରେ 136 ରନର ପାଳି ଖେଳିଥିଲେ।

ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦଳ ପାଖରେ ବହୁତ ସମୟ ରହିଛି। ଏଥିସହ ଦଳ ଇଂଲଣ୍ଡ କଣ୍ଡିସନରେ ମଧ୍ୟ ନିଜକୁ ସୁହାଇ ପାରିବ। ଆଶା କରାଯାଉଛି ବିରାଟ କୋହଲି ଏହି ସିରିଜରେ ନିଜର ସବୁ କ୍ରୋଧ ବାହାରକୁ ବାହାର କରିବେ। ବିରାଟ ଅଲୋଚକଙ୍କୁ ଜବାବ ନିଜ ବ୍ୟାଟରେ ଦେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *