୭ ବର୍ଷର ପିଲା ନିଜ କ୍ଳାସମେଟ ସାଙ୍ଗକୁ ଛୁ-ରୀ ଭୁସିବା ପାଇଁ ବାହାରିଲା ଆଉ ତାପରେ …ଜାଣନ୍ତୁ ପୁରା ଘଟଣା

ଲଣ୍ଡନର ଏକ ପ୍ରାଥମିକ ସ୍କୁଲରେ ଯାହା ହେଲା, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ମାତ୍ର ୭ବର୍ଷିୟ ଗୋଟିଏ ପିଲା ସ୍କୁଲର ରୋଷେଇ ଘରୁ ବଡ ଛୁ-ରୀ ବାହାର କରିନେଲା ଏବଂ କହିଲା ଯେ ସେ ନିଜ ସ୍କୁଲର ଅନ୍ୟ ଜଣେ ଛାତ୍ରକୁ ମା-ରି-ବ |

ତେବେ ସେହି ଛାତ୍ରର ଜୀବନ ବଞ୍ଚିଗଲା, ଯାହାକୁ ୭ବର୍ଷିୟ ପିଲା ଛୁ-ରୀ ଭୁସିବାକୁ ଚାହୁଁଥିଲା | ଶିକ୍ଷକମାନଙ୍କୁ ପିଲାଟି ହତିଆର ନେବାର ସୂଚନା ମିଳିଯାଇଥିଲା, ଯାହା ପରେ ସେମାନେ ଠିକ ସମୟରେ ପିଲାକୁ ଧରି ଛୁ-ରୀ-କୁ ଜବତ କରିନେଲେ |

ଯେତେବେଳେ ଶିକ୍ଷକମାନେ ସେହି ୭ ବର୍ଷୀୟ ପିଲାକୁ ଏହାର କାରଣ ପଚାରିଲେ, ସେ ସେତେବେଳେ କହିଲା ଯେ ସେ ନିଜ ସ୍କୁଲର ଅନ୍ୟ ଜଣେ ଛାତ୍ରକୁ ଛୁ-ରୀ ଭୁସିବାକୁ ଚାହୁଁଥିଲା | ଇଭନିଂ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ ସ୍କୁଲର ପ୍ରିନ୍ସିପାଲ ପିଲାଟିକୁ ସମ୍ନାସାମ୍ନି ବସାଇ ବୁଝିବାପାଇଁ ଲାଇଭ୍ସ ନୋଟ ନାଇଭ୍ସ ଚ୍ୟାରିଟିର ସଦସ୍ୟମାନଙ୍କୁ ଡକାଗଲା |

ସ୍କୁଲରେ ୱାର୍କସପ ଏବଂ ସଭା ଯୋଗାଉଥିବା ଲାଇଭ୍ସ ନୋଟ ନାଇଭ୍ସର ପ୍ରତିଷ୍ଠାତା ଏଲିଜା ରେବେରୋ କହିଛନ୍ତି ଯେ, “ଏହି ଘଟଣାର ଦୁଃଖର ବିଷୟ ଏହା ଯେ ଏହା ବର୍ତ୍ତମାନ ଆଉ ଆମ ପାଇଁ ଆଶ୍ଚର୍ଯ୍ୟଜନକ କଥା ନୁହେଁ |”

ସେ କହିଛନ୍ତି ଯେ, ‘ମତେ ମାସକୁ ଦୁଇ କିମ୍ବା ତିନି ଜଣ ପ୍ରଧାନ ଶିକ୍ଷକଙ୍କଠାରୁ କଲ ଆସିଥାଏ ଯେ ସେମାନଙ୍କ ସ୍କୁଲରେ ଛୁ-ରୀ ସହିତ ଜଡିତ ଏକ ବଡ଼ ଘଟଣା ହୋଇଛି ଏବଂ ତିନି ବର୍ଷର ପିଲା, ସାତ କିମ୍ବା ଆଠ ବର୍ଷର ପିଲାମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ସେମାନେ ଆମର ସାହାଯ୍ୟ ମାଗୁଛନ୍ତି |’

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଲଣ୍ଡନରେ ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ୨୨ ଜଣ କିଶୋରଙ୍କର ହ-ତ୍ୟା ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା | କିଶୋରଙ୍କ ହ-ତ୍ୟା-କା-ଣ୍ଡ ମାମଲାରେ ଲଣ୍ଡନ ରେକର୍ଡ ଭାଙ୍ଗିବା ରାସ୍ତାରେ ଅଛି | ୨୦୦୮ ମସିହାରେ ସେଠାରେ ଏପରି ୨୯ ଟି ମୃ-ତ୍ୟୁ କେସ ରେକର୍ଡ କରାଯାଇଥିଲା |

ଜୁଲାଇର ପ୍ରଥମ ପାଞ୍ଚ ଦିନ ମଧ୍ୟରେ ତିନିଜଣ କିଶୋର ପୁଅମାନଙ୍କର ମୃ-ତ୍ୟୁ ଘଟିଥିଲା, ସେମାନଙ୍କ ମଧ୍ୟରୁ ଜଣେ ୧୫ ବର୍ଷର ଏବଂ ଜଣେ ୧୬ ବର୍ଷର, କିନ ହାର୍ଲିଙ୍ଗ ସାମିଲ ଥିଲେ, ଯେଉଁମାନଙ୍କୁ ଅଲଗା ଅଲଗା ଘଟଣାରେ ସେହି ଗୋଟିଏ ରାତିରେ ଛୁରୀ ଭୁସି ମାରି ଦିଆଯାଇଥିଲା | ଏ ବର୍ଷର ଆରମ୍ଭରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉଦ୍ବେଗ ପ୍ରକାଶ କରିଥିଲେ ଯେ ଗ୍ରୀଷ୍ମଛୁଟିରେ ହିଂସା ବଢିପାରେ, ଯେପରିକି ଗତବର୍ଷ ଲକଡାଉନ ପରେ ହୋଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *