ଆପଣ ବି ଭିଡିଓ ଦେଖନ୍ତୁ : ପାକିସ୍ତାନୀ ସାମ୍ବାଦିକ ଇଦରେ ନେଲେ ମଇଁଷିମାନଙ୍କ ଇଣ୍ଟରଭିୟୁ, ଭିଡିଓ ଦେଖି ସମସ୍ତେ ହସୁଛନ୍ତି

ସାରା ଦୁନିଆରେ ସାମ୍ବାଦିକ ନିଜର ଭଲ କାମ ପାଇଁ ହେଡଲାଇନରେ ରହି ଆସିଛନ୍ତି | କିନ୍ତୁ ପାକିସ୍ତାନର ସାମ୍ବାଦିକଙ୍କ କଥା ଟିକେ ନିଆରା ଅଟେ | ବାସ୍ତବରେ ଏଠିକାର ସାମ୍ବାଦିକ ପଶୁମାନଙ୍କର ଇଣ୍ଟରଭିୟୁ କରି ଚର୍ଚ୍ଚାରେ ରହିଥାନ୍ତି | ଆଜିକାଲି ପ୍ରସିଦ୍ଧ ପାକିସ୍ତାନୀ ସାମ୍ବାଦିକ ଅମିନ ହଫିଜଙ୍କ ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯଦି ଆପଣଙ୍କର ମନେ ଥିବ ତେବେ ହଁ, ଇଏ ହେଉଛନ୍ତି ସେହି ଲୋକ ଯିଏକି ଦିନେ ଗଧର ଇଣ୍ଟରଭିୟୁ ନେଇଥିଲେ | ହଫିଜ ଇଦ ଅବସରରେ ଗୋଟିଏ ମଇଁଷିର ଇଣ୍ଟରଭିୟୁ ନେଲେ ଏବଂ ମଇଁଷି ମଧ୍ୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲା |

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେଉଛି | ନାୟଲା ଇନାୟତ ଏହି ଭିଡିଓର କ୍ଲିପକୁ ଟ୍ୱିଟରରେ ସେୟାର କରିଛନ୍ତି | ଏହି ଭିଡିଓରେ ସାମ୍ବାଦିକ ହଫିଜ ଗୋଟିଏ ମଇଁଷିର ଆଗରେ ମାଇକ ରଖିଲେ ଏବଂ ତାକୁ ପଚାରିଲେ, ‘ ଆଜ୍ଞା ଆପଣ କୁହନ୍ତୁ ଯେ ଆପଣଙ୍କୁ ଲାହୋରକୁ ଆସି କିପରି ଲାଗିଲା’ | ଏହାଉପରେ ମଇଁଷି ମଧ୍ୟ ଜବାବ ଦିଏ, ତେଣୁ ସାମ୍ବାଦିକଙ୍କ ଖୁସିର ଠିକଣା ନଥାଏ ଏବଂ ସେ କୁହନ୍ତି, ‘ ମଇଁଷି ଉତ୍ତର ଦେଉଛି ଯେ ଲାହୋର ଭଲ ଲାଗିଲା |’

ଏଠାରେ ଦେଖନ୍ତୁ ଭିଡିଓ :-

ଏହାପରେ ହଫିଜ ମଇଁଷିକୁ ଅଲଗା ପ୍ରଶ୍ନ ପଚାରିଲେ, ‘ଆପଣ କୁହନ୍ତୁ , ଲାହୋରର ଖାଇବା ଭଲ କି ଆପଣଙ୍କ ଗାଁର ଖାଇବା ଭଲ ଅଟେ |’ ଏହା ଉପରେ ମଇଁଷି ଜବାବ ଦିଏ ଏବଂ ହଫିଜ ଖୁସିରେ ଡେଇଁ ପଡନ୍ତି ଏବଂ କୁହନ୍ତି, ହଁ କହୁଛି, ଲାହୋରର ଖାଇବା ଭଲ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖିବାପରେ ସମସ୍ତେ ଖୁବ ହସୁଛନ୍ତି | ଏହି ଭିଡିଓ ଦେଖିବାପରେ ଜଣେ ୟୁଜର କହିଛନ୍ତି ଯେ ସତରେ ପାକିସ୍ତାନ ଚମତ୍କାର ସ୍ଥାନ ଅଟେ, ଏଠାରେ କିଛି ବି ହୋଇପାରେ | ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଅଧିକ ଲୋକ ଦେଖିଲେଣି ଏବଂ ବହୁତ ସେୟାର ମଧ୍ୟ କରୁଛନ୍ତି | ଏହାସହିତ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *