ଚାରି ମହଲା ଉପରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଛୁ ମାରିଲା ବ୍ୟକ୍ତିଜଣକ,ଚାଦରକୁ ରସି କରି ସେଥିରେ ଖସି ପଳାଇଥିଲେ

କରନା ସାରା ଦୁନିଆରେ ନିଜର କାୟା ବିସ୍ତାର କରିବାକୁ ଲାଗିଛି। କରୋନା ର ଲକ୍ଷଣ ମିଳୁଥିବା ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥାଏ। ଅଷ୍ଟ୍ରେଲିଆ ରେ ଏହିଭଳି ଭାବେ ସଂଗରୋଧ ରେ ରହୁଥିବା ବ୍ୟକ୍ତି ଜଣକ ଯାହା କରିଥିଲେ ତାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ରେ ଦେଖିବାକୁ ମିଳିଥିଲା। ଏକ ହୋଟେଲରେ ସଂଗରୋଧ ଭାବେ ରହୁଥିବା ବ୍ୟକ୍ତି ଜଣକ ଖଟର ଚାଦର କୁ ଦଉଡି କରି ଖସି ପଳାଇଥିଲେ।

୩୯ ବର୍ଷୀୟ ଅଷ୍ଟ୍ରେଲିଆ ବ୍ୟକ୍ତି ଯିଏକି ସଂଗରୋଧରେ ରହୁଥିଲେ ହୋଟେଲର ବେଡ଼ ଉପରେ ପଡି ଥିବା ଚାଦରକୁ ସାହାଯ୍ୟରେ ଦଉଡି କରି ଝରକା ଦେଇ ବାହାରକୁ ଚାଲି ଯାଇଥିଲେ। ପୋ-ଲି-ସ ଏହି ଘଟଣାର ଯାଞ୍ଚ କରୁଛି।

ପୋ-ଲି-ସ କହିବା ଅନୁସାରେ ସଂଗରୋଧ ରେ ରହୁଥିବା ବ୍ୟକ୍ତି ବ୍ରିସବ୍ରେନ ରେ ଆନ୍ତର୍ଜାତୀୟ ଉଡାଯାହାଜ ସାହାଯ୍ୟରେ ପର୍ଥ ରେ ଆସି ପହଞ୍ଚିଥିଲେ।

କୋଭିଡ଼ି ପ୍ରୋଟକଲ ଅନୁସାରେ ବ୍ୟକ୍ତିଙ୍କ ପାଖରେ ଆବଶ୍ୟକ ମାପଦଣ୍ଡ ନଥିଲା ଓ ସେ ଅବତରଣ କରିବା ପରେ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆ ଛାଡିବା ପାଇଁ ଆଦେଶ ଦିଆଯାଇଥିଲା। ତାଙ୍କୁ ରାତି ସାରା ସଙ୍ଗରୋଧରେ ରଖିବା ପାଇଁ ଏକ ହୋଟେଲରେ ରଖା ଯାଇଥିଲା।

କିନ୍ତୁ ସେହି ବ୍ୟକ୍ତି ଜଣକ ରାତି ଅଧରେ ହିଁ ହୋଟେଲ ଛାଡି ପଳେଇ ଯାଇଥିଲା। ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ସାରା ଅଷ୍ଟ୍ରେଲିଆ ଏକ ବଡ ଲାକଡାଉନ ଲାଗୁ ହୋଇଥିଲା। କାରଣ ୧୬ ଜୁନରେ କରନା ର ଡେଲେଟା ଭ୍ୟାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିଥିଲା ଓ ସଂକ୍ରମଣ ବହୁତ ମାତ୍ରାରେ ବଢ଼ିବାରେ ଲାଗିଥିଲା।

ଏବେ ସବୁ ସପ୍ତାହରେ ନିୟୁ ସାଉଥ ୱେଲସ୍ ରେ ଦକ୍ଷିଣ ଅଷ୍ଟ୍ରେଲିଆ ରେ ହଜାର ହଜାର ସଂଖ୍ୟାର ମାମଲା ସାମ୍ନାକୁ ଆସୁଛି। ଏହି ତିନି ରାଜ୍ୟରେ ରହୁଥିବା ପାଖାପାଖି ୨୬ ମିଲିୟନ ବାସିନ୍ଦାଙ୍କ ମଧ୍ୟରୁ ଅଧେ ବାସିନ୍ଦା ଏହି କରୋନାରୁ ରୋକିବା ପାଇଁ ଲାକଡାଉନ ଲାଗୁ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *