ରାଜ କୁନ୍ଦ୍ରାଙ୍କ ଅଫିସରେ ଚଢ଼ାଉ, ଅ-ଶ୍ଳୀ-ଳ ଭିଡିଓ ଏବଂ ହାର୍ଡ ଡିସ୍କ ଜବତ

ସଫ୍ଟ ପ-ର୍ଣ୍ଣୋ-ଗ୍ରା-ଫି କେସରେ ମୁମ୍ବାଇ ପୋ-ଲି-ସ ବୁଧବାର ସନ୍ଧ୍ୟାରେ ରାଜ କୁନ୍ଦ୍ରାଙ୍କ ମୁମ୍ବାଇରେ ଥିବା ଭିଆନ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଫିସ ଏବଂ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଥିଲା | ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଅଫିସରେ ଲାଗିଥିବା କେତେକ କମ୍ପ୍ୟୁଟରର ହାର୍ଡ ଡିସ୍କକୁ ଜବତ କଲା ଏବଂ ସର୍ଭରକୁ ସିଜ କରିଦେଲା | ପୋ-ଲି-ସ-କୁ ଚଢ଼ାଉ ସମୟରେ ଅ-ଶ୍ଳୀ-ଳ ଭିଡିଓ ମିଳିଛି, ଯାହାକୁ ଜବତ କରାଯାଇଛି |

ଶିଳ୍ପା ଶେଟ୍ଟୀ ମଧ୍ୟ ଅଟନ୍ତି କମ୍ପାନୀର ଡ଼ାଇରେକ୍ଟର :-

ରାଜ କୁନ୍ଦ୍ରାଙ୍କ କମ୍ପାନୀ ଭିଆନ ଇଣ୍ଡଷ୍ଟ୍ରିଜର ରେଜିଷ୍ଟ୍ରେସନ Retail Trade, Except Of Motor Vehicles And Motorcycles, Repair Of Personal And Household Goods ଭାବରେ ହୋଇଥିଲା | ଭିଆନ ଇଣ୍ଡଷ୍ଟ୍ରିଜ ଲିମିଟେଡରେ ମୋଟ ୧୦ଜଣ ଆକ୍ଟିଭ ଡ଼ାଇରେକ୍ଟର ଅଛନ୍ତି, ଯେଉଁଥିରେ ବଲିଉଡ ଅଭିନେତ୍ରୀ ତଥା ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାମ ମଧ୍ୟ ରହିଛି |

ଉମେଶ କାମତ ମଧ୍ୟ ଥିଲେ ରାଜ କୁନ୍ଦ୍ରାଙ୍କ କମ୍ପାନୀରେ ଡ଼ାଇରେକ୍ଟର :-

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଉମେଶ କାମତ ମଧ୍ୟ ଭିଆନ ଇଣ୍ଡଷ୍ଟ୍ରିଜ ଲିମିଟେଡର ଡ଼ାଇରେକ୍ଟର ଥିଲେ | କମ୍ପାନୀର ସବିଶେଷ ତଥ୍ୟ ଅନୁଯାୟୀ, ଯେତେବେଳେ ଉମେଶ କାମତଙ୍କ ଉପରେ ଚଳିତ ବର୍ଷ ଫେବୃଆରୀରେ ମାମଲା ରୁଜୁ ହୋଇଥିଲା, ସେତେବେଳେ ତାଙ୍କୁ କମ୍ପାନୀର ଡ଼ାଇରେକ୍ଟର ପଦବୀରୁ ରିଯାଇନ ଦେଇ ଅଲଗା କରାଯାଇଥିଲା | କହିରଖୁଛୁ ଯେ ଉମେଶ କାମତ ବ୍ରିଟେନର କେନ୍ରିନ ପ୍ରଡକ୍ସନ ହାଉସର ଭାରତରେ ପ୍ରତିନିଧୀ ଥିଲେ, ଯାହା ମାଧ୍ୟମରେ ବିଭିନ୍ନ OTT ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଅପଲୋଡ କରାଯାଉଥିଲା |

ଜୁଲାଇ ୧୯ ତାରିଖରେ ହୋଇଥିଲା ରାଜ କୁନ୍ଦ୍ରାଙ୍କ ଗି-ର-ଫ :-

ଜୁଲାଇ ୧୯ ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା ପାଇଁ ଡାକିଥିଲେ | ରାଜ କୁନ୍ଦ୍ରା ରାତି ୯ ଟାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବାଇକୁଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ | ପଚରାଉଚରା ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ​​ଏବଂ ଏହା ପରେ ରାତି ୧୧ ଟାରେ ରାଜ କୁନ୍ଦ୍ରାଙ୍କୁ ଗି-ର-ଫ କରାଯାଇଥିଲା | ଏହା ପରେ ତାଙ୍କୁ ସକାଳ ୪ ଟାରେ ଯାଞ୍ଚ କରିବାପାଇଁ ଜେଜେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ତାପରେ ସେଠାରୁ ସକାଳ ୪ଟାରେ ମୁମ୍ବାଇ ପୋ-ଲି-ସ କମିସନରଙ୍କ କାର୍ଯ୍ୟାଳୟକୁ ନେଇଥିଲା |

ଜୁଲାଇ ୨୩ ପର୍ଯ୍ୟନ୍ତ ପୋ-ଲି-ସ ହେପାଜତରେ ରାଜ କୁନ୍ଦ୍ରା :-

ଗି-ର-ଫ ପରେ ମୁମ୍ବାଇ ପୋ-ଲି-ସ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦ରେ କୋର୍ଟରେ ହାଜର କରିଥିଲା, ଯେଉଁଠାରୁ ତାଙ୍କୁ ୨୩ ଜୁଲାଇ ପର୍ଯ୍ୟନ୍ତ ପୋ-ଲି-ସ ହେପାଜତକୁ ପଠାଯାଇଥିଲା | ରାଜ କୁନ୍ଦ୍ରା କୋର୍ଟଙ୍କୁ କହିଛନ୍ତି ଯେ ମୁଁ କମ୍ପାନୀକୁ ୨୫୦୦୦ ଡଲାରରେ ବିକ୍ରି କରିଥିଲି ଏବଂ ମୋର ସେଥିରେ କୌଣସି ଭାଗ ନଥିଲା | ତେବେ ପୋ-ଲି-ସ କହିଛି ଯେ ଯଦି ରାଜ କୁନ୍ଦ୍ରା ପ୍ରଦିପ ବକ୍ସିଙ୍କୁ ନିଜ କମ୍ପାନୀ ୨୫,୦୦୦ ଡଲାରରେ ବିକ୍ରି କରିଦେଇଥିଲେ, ତେବେ କମ୍ପାନୀର ହ୍ଵାଟ୍ସଆପ ଗ୍ରୁପ ‘H Accounts’ ରେ କାହିଁକି ଆକ୍ଟିଭ ଥିଲେ ? ସେ ପ୍ରତ୍ୟେକ ଷ୍ଟ୍ରେଟେଜି ପ୍ରସ୍ତୁତ କରିବାରେ କାହିଁକି ସାମିଲ ଥିଲେ ? ହ୍ଵାଟ୍ସଆପ ଚାଟ ଦର୍ଶାଏ ଯେ ରାଜ କୁନ୍ଦ୍ରା ପ୍ରତ୍ୟେକ ନିଷ୍ପତ୍ତିରେ ସାମିଲ ଥିଲେ |

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.