ବ୍ଲୁ ହ୍ୱଏଲ୍ ମାଛର ବାନ୍ତି ଗରିବ ମାଛଧରାଳିକୁ କଲା କରୋଡପତି,ରାତାରାତି ଲାଗିଲା ୧୧ କୋଟି ଟଙ୍କାର ଲଟେରୀ

ଏମିତିରେ ଧନି ହେବା ପାଇଁ କଠିନ ପରିଶ୍ରମ ଓ ଟ୍ୟାଲେଣ୍ଟର ଆବଶ୍ୟକ|କିନ୍ତୁ ବେଳେବେଳେ ଭାଗ୍ୟ ମଧ୍ୟ ଆପଣଙ୍କୁ ଏକ ଝଟକାରେ ଧନୀ ବନାଇଦିଏ|ଏବେ ୟମନର ଗରିବ ମାଛଧରାଳି ସହ ଏହି ଘଟଣା ନିଅନ୍ତୁ|ତାକୁ ସମୁଦ୍ରରେ ଏମିତିକା ଭାସୁଥିବା ସୁନା ମିଳିଲା ଯାହା ରାତାରାତି ତାର ଭାଗ୍ୟ ବଦଳାଇ ଦେଲା|ଯୁଦ୍ଧଗ୍ରସ୍ତ ଦେଶ ୟମନର ଅଧିକାଂଶ ଲୋକ ସାଧାରଣତଃ ପେଟ ପାଳିବାକୁ ସମୁଦ୍ରରୁ ମାଛ ଧରିଥାନ୍ତି|ୟମନୀ ମାଛଧରାଳି ଫାରେସ ଅବ୍ଦୁଲ ହକିମ ଓ ତାଙ୍କ ସାଥି ମାଛ ଧରିବାକୁ ସମୁଦ୍ର ଯାଇଥିଲେ, କିନ୍ତୁ ତାଙ୍କୁ ଜଣାନଥିଲା ଯେ ତାଙ୍କ ହାତ କଳା ସୁନା ହୋଇଯିବ|

ମାଛଧରାଳି ଅବ୍ଦୁଲ ହକିମ କହିଛନ୍ତି ଯେ ଅଦନର ଦକ୍ଷିଣ ତଟରେ ପାଖାପାଖି ୨୬ କିମି ଦୂରରେ ତାଙ୍କ ଦୃଷ୍ଟି ଏକ ମୃତ ନୀଳ ତିମି ଉପରେ ପଡିଥିଲା|ସେ ମୃତାଵସ୍ଥାରେ ପାଣିରେ ଭାସୁଥିଲା|ମାଛଧରାଳି ତାକୁ କୂଳକୁ ଆଣିଲା ଓ ପେଟ ଚିରିଲା|ଭିତରେ ତାକୁ ଭାସୁଥିବା ସୁନା ବା ଏମ୍ବରଗ୍ରୀସ (ନୀଳ ତିମିର ଵାନ୍ତିରୁ ମିଳେ)ମିଳିଲା|କହିରଖେ ଯେ ଏମ୍ବରଗ୍ରୀସ ନୀଳ ତିମିର ପାଚନ ତନ୍ତ୍ରରୁ ମିଳେ|ଏହାର ଉପଯୋଗ ଇତ୍ର ବନାଇବାରେ ହୋଇଥାଏ|

ଯେତେବେଳେ ମାଛଧରାଳି ତିମିକୁ ତଟକୁ ଆଣି ତା ପେଟ ଚିରିବାରୁ ତାକୁ ୧୨୭ କିଗ୍ରାର ଦୁର୍ଲଭ ଏମ୍ବରଗ୍ରୀସ ମିଳିଲା,ଯାହାର ମୂଲ୍ୟ ୧୧ କୋଟିରୁ ଉର୍ଦ୍ଧ୍ବ|ଦୁନିଆର ସବୁଠାରୁ ଗରିବ ଦେଶରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଅଧିକ|ଏହି ରାଶି ପାଇବା ପରେ କିଛି ଅଂଶ ସମ୍ପ୍ରଦାୟର ଆବଶ୍ୟକ ଲୋକଙ୍କୁ ବଣ୍ଟାଗଲା|

ସେ କହିଛନ୍ତି ମୋ କାମ ମାଛ ଧରିବା|ମୁଁ ଏଥିପାଇଁ ସବୁଦିନ ସମୁଦ୍ରକୁ ଯାଏ|ସେଦିନ ମୋ ପାଇଁ ସାମାନ୍ୟ ଥିଲା ପୁଣି ମୋତେ ମୃତ ନୀଳତିମି ମିଳିଲା ଯାହା ପୂରା ଏମ୍ବରଗ୍ରୀସରେ ଭରିଥିଲା|ସେହି ମୂହୁର୍ତ୍ତ ମୋ ଭାଗ୍ୟକୁ ବଦଳାଇ ଦେଇଥିଲା|ଏହାକୁ ବିକି କିଛି ମାଛଧରାଳି ପାଇଁ ଡଙ୍ଗା ଓ କିଛି ଟଙ୍କା ନୂଆଘର ତିଆରି ହେଲା|ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ସମସ୍ତଙ୍କ ଭାଗ୍ୟରେ ଏମିତି ହେଉ|

ନୀଳ ତିମିର ବାନ୍ତି ପରଫ୍ୟୁମ ଇଣ୍ଡଷ୍ଟ୍ରିରେ ବହୁଳ ଭାବରେ ହୋଇଥାଏ|ଏହା ମଧ୍ୟରେ ଵିନା ଗନ୍ଧ ଯୁକ୍ତ ଆଲୋକହଲ ମିଳେ ଯାହା ପରଫ୍ୟୂମର ଗନ୍ଧ ବହୁତ ସମୟ ପର୍ଯ୍ୟନ୍ତ ବଜାୟ ରଖିବାକୁ ସକ୍ଷମ ହୁଏ|ଏହାକୁ ଭାସନ୍ତା ସୁନା ମଧ୍ୟ କୁହାଯାଏ|ଏହା ପୂର୍ବରୁ ଏକ ମାଛଧରାଳିକୁ ୧୦୦ କିଲୋ ଏମ୍ବରଗ୍ରୀସ ମିଳିଥିଲା ଯାହାର ମୂଲ୍ୟ ୨୪ ଲକ୍ଷ ପାଉଣ୍ଡ ଥିଲା|ଏବେ ଏହା ସବୁଠାରୁ ବଡ଼ ମିଳିଛି|

ବୈଜ୍ଞାନିକଙ୍କ ଅନୁସାରେ ନୀଳ ତିମିର ବାନ୍ତିରେ ନିର୍ମିତ ଏକ ବିଶେଷ ପଦାର୍ଥ ଉତ୍ପନ୍ନ ହୋଇଥାଏ|ଏହାକୁ ସେ ବହୁବାର ହଜମ ନକରିବା ଫଳରେ ବାନ୍ତି କରିଦିଏ|ଏହାକୁ ଏମ୍ବରଗ୍ରୀସ କହନ୍ତି|ଏହା କଳା ବା ଧୂସର ରଙ୍ଗର ହୋଇଥାଏ|ଏହା ମୋମ ଭଳି ଜ୍ୱଳନଶୀଳ ପଦାର୍ଥ ଅଟେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *