ଦେଖନ୍ତୁ ଭିଡ଼ିଓ : ବରକୁ ନେଇ ଦୌଡ଼ି ପଳାଇଲା ଘୋଡା,ବରଯାତ୍ରୀମାନେ କାର,ବାଇକ ନେଇ ୪ କିଲୋମିଟର ପର୍ଯ୍ୟନ୍ତ ପଛରେ ଦୌଡିଲେ, ଭିଡିଓ ଭାଇରଲ

ଆମ ଦେଶରେ ବିବାହକୁ ନେଇ ଅଲଗା ପ୍ରକାରର ଉତ୍ସାହ ଏବଂ ଖୁସି ରହିଥାଏ | ମାସେ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ମଧ୍ୟ କରାଯାଏ, ଯେପରିକି ବିବାହରେ କୌଣସି ଅଭାବ ନ ରହେ | କିନ୍ତୁ ଯେତେବେଳେ ସେହି ବିବାହ ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି ହୁଏ, ସେତେବେଳେ ସବୁକିଛି ଖରାପ ହୋଇଯାଏ | ଏପରି କିଛି ରାଜସ୍ଥାନର ଅଜମେରରେ ହୋଇଥିବା ଏକ ବିବାହରେ ହେଲା, ଯେଉଁଠାରେ ଘୋଡା ବରକୁ ନେଇ ହିଁ ପଳାଇ ଗଲା | ଆଜ୍ଞା ହଁ, ବରଯାତ୍ରୀ ସମୟରେ ଘୋଡାର ଏମିତି କିଛି ହେଲା ଯେ ସେ ବରକୁ ନେଇ ଫେରାର ହୋଇଗଲା |

ରାଜସ୍ଥାନରେ ଗୋଟିଏ ବିବାହ ଉତ୍ସବ ସମୟରେ ହୋଇଥିବା ଅଜବ ଘଟଣାର ଗଜବ ଭିଡିଓ ସାମ୍ନାକୁ ଆସିଛି | ମାମଲାଟି ଅଜମେରର ନାସିରବାଦର ଅଟେ, ଯେଉଁଠାରେ ରାମପୁରା ଗାଁ ପାଖରେ ଜଣେ ବରର ବରଯାତ୍ରୀ ବାହାରି ଯାଉଥିଲା | ଠିକ ସେତିକିବେଳେ ବାଣର ଶବ୍ଦରେ ଘୋଡା ଚମକି ପଡିଲା ଏବଂ ଲୋକଙ୍କ ଭିଡ ଭିତରେ ଏହି ଘୋଡା ଜୋରରେ ଦୌଡ଼ି ପଳାଇବାକୁ ଲାଗିଲା | ତାସହିତ ବରକୁ ମଧ୍ୟ ନେଇଗଲା | ବର ତାକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ସେ ଅଟକି ନଥିଲା |

ଦେଖନ୍ତୁ ଭିଡିଓ :-

ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା, ଯାହାପରେ ବରଯାତ୍ରୀମାନଙ୍କୁ ଯାହା ବି ଗାଡି ମିଳିଲା ସେଥିରେ ବସି ସେମାନେ ଘୋଡା ପଛରେ ଧାଇଁଲେ | ପ୍ରାୟ ୪ କିଲୋମିଟର ପରେ ଘୋଡ଼ାକୁ ରୋକାଯାଇ ପାରିଲା ଏବଂ ବରକୁ ଓଲ୍ହାଗଲା | ତେବେ ଯାହା ବି ହେଉ ଏହି ସମୟରେ କୌଣସି ବଡ଼ ଦୁର୍ଘଟଣା ଘଟିଲା ନାହିଁ | ବର ମଧ୍ୟ କୌଣସି ଆଘାତ ପାଇନାହିଁ, କିନ୍ତୁ ଏହି ଘଟଣା ପାଇଁ ତାର ସ୍ୱାସ୍ଥ୍ୟ ନିଶ୍ଚିତ ଖରାପ ହୋଇଗଲା |

ଏହି ଘଟଣାର ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଲୋକମାନେ କେବଳ ଏହାକୁ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଭିଡିଓ ଦେଖି ଅନେକ ଲୋକ ଡରିଗଲେ ଏବଂ ଅନେକ ଲୋକ ବରର ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *