ଏହି କାରଣରୁ ବ୍ୟାପିବାକୁ ଯାଉଛି କରୋନାର ତୃତୀୟ ଲହରୀ,ସାମ୍ନାକୁ ଆସିଲା ଏହି ଭୟଙ୍କର ତଥ୍ୟ

WHO ମୁତାବିକ, ଭ୍ୟାରିଏଣ୍ଟ ଅଫ କଂସନର୍ସ ବହୁତ ଜୋରରେ ବ୍ୟାପିବା, କରୋନା ପ୍ରୋଟୋକଲରେ ଢିଲା ଦେଖାଦେବା ଓ ଦୁନିଆରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଧୀରେଧୀରେ ପଡ଼ିବା କରୋନା ମାମଲାର କାରଣ ହୋଇପାରନ୍ତି। ବିଗତ ଦୁଇମାସରେ କରୋନାରେ ହୋଇଥିବା ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା କିନ୍ତୁ ବିଗତ ଦୁଇମାସର ଏହି ହ୍ରାସ ଅଟକି ଯାଇଥିଲା। ମୃତ୍ୟୁ ଅନୁମାନ ସମାନ ଥିଲା।

ଏହି ଦେଶରେ ସାମ୍ନାକୁ ଆସିଲେ ସର୍ବାଧିକ କରୋନା ରୋଗୀ:-

ଆମେରିକା ଓ ୟୁରୋପରେ ବିଗତ ସପ୍ତାହରେ କରୋନାରେ ମୃତ୍ୟୁ ହୋଇଥିବା ହାର ସର୍ବାଧିକ ରହିଥିଲା। ଏହି ରିପୋର୍ଟରେ ଭାରତର ସ୍ଥାନ ଚତୁର୍ଥ ଅଟେ। କିନ୍ତୁ ଭାରତରେ ବିଗତ ସପ୍ତାହ ଅପେକ୍ଷା କରୋନା ମାମଲା ଟିକେ କମିଛି।

ଏହି ପାଞ୍ଚଟି ଦେଶରେ ଲଗାତର ବଢୁଛି କରୋନା :-

1- ବିଗତ ସପ୍ତାହରେ ଇଣ୍ଡୋନେସିଆରେ ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳିଥିଲା। ଏଠାରେ ସାଢେ଼ ୩ଲକ୍ଷ ରୁ ଅଧିକ କେସ ଦର୍ଜ ହୋଇଥିଲା। 2- ୟୁନାଇଟେଡ଼ କିଙ୍ଗଡ଼ମରେ ବିଗତ ସପ୍ତାହରେ ପାଖାପାଖି ୩ଲକ୍ଷ ମାମଲା ସାମ୍ନାକୁ ଆସିଛି। 3- ବ୍ରାଜିଲ ଏହି ଲିଷ୍ଟରେ ତିନି ନମ୍ବରରେ ରହିଛି ଏଠାରେ ୩ଲକ୍ଷ ରୁ କିଛି କମ ମାମଲା ସାମ୍ନାକୁ ଆସିଛି। 4- ଭାରତରେ ବିଗତ ସପ୍ତାହରେ 2 ଲକ୍ଷ 68 ହଜାର କେସ ଦାରଜ ହୋଇଛି। 5-ଆମେରିକାରେ 216433 ମାମଲା ସାମ୍ନାକୁ ଆସିଛି।

ଅଲଫା ଭ୍ୟାରିଏଣ୍ଟ: 180 ଦେଶରେ ବ୍ୟାପିଛି, ବିଗତ ସପ୍ତାହରେ 6ଟି ନୂଆ ଦେଶରେ ମଧ୍ୟ ବ୍ୟାପିଛି।

ବିଟା ଭ୍ୟାରିଏଣ୍ଟ: 130 ଦେଶରେ ବ୍ୟାପିଛି, ବିଗତ ସପ୍ତାହରେ 7ଟି ନୂଆ ଦେଶରେ ବ୍ୟାପିଛି।

ଗାମା ଭ୍ୟାରିଏଣ୍ଟ: 78 ଦେଶରେ ବ୍ୟାପିଛି, ବିଗତ ଦୁଇ ସପ୍ତାହରେ ତିନୋଟି ନୂଆ ଦେଶରେ ସ୍ଥାନ ବନାଇଛି।

ଡେ଼ଲ୍ଟା ଭ୍ୟାରିଏଣ୍ଟ: ଏହି ଭ୍ୟାରିଏଣ୍ଟ ଏବେ 124 ଦେଶରେ ବ୍ୟାପିସାରିଛି। ବିଗତ ଏକସପ୍ତାହରେ 13ଟି ନୂଆ ଦେଶରେ ଏହି ଭ୍ୟାରିଏଣ୍ଟ ନିଜର ସ୍ଥାନ ବନାଇଛି।

ଡେ଼ଲ୍ଟା ଭ୍ୟାରିଏଣ୍ଟକୁ ନେଇ ଚିନ୍ତାରେ ଏହିଦେଶ:-

ବିଗତ ଏକମାସରେ ଡେ଼ଲ୍ଟା ଭ୍ୟାରିଏଣ୍ଟ 75 ପ୍ରତିଶତ ବଢ଼ିଯାଇଛି। ଅଷ୍ଟ୍ରେଲିଆ, ବାଂଲାଦେଶ, ଚୀନ, ଭାରତ, ଇଣ୍ଡୋନେସିଆ, ଇଜରାଇଲ, ସାଉଥ ଆଫ୍ରିକା ଓ ୟୁକେ ଭଳି ଦେଶରେ ଏହା ବହୁତ ଜୋରରେ ବ୍ୟାପୁଛି।

କରୋନା ଏହି ରୂପରେ ତୃତୀୟ ଲହରୀ ଆଣିବ:-

ଚୀନରେ ହୋଇଥିବା ଏକ ଷ୍ଟଡିରେ ପତା ଲାଗିଲା କି, ଡେ଼ଲ୍ଟା ଭ୍ୟାରିଏଣ୍ଟ ଚାରିଦିନ ଭିତରେ ବ୍ୟକ୍ତିଙ୍କୁ ସଂକ୍ରମିତ କରି ଦେଇଥାଏ। ଏହାର ଅର୍ଥ 4 ଦିନରେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇ ସାମ୍ନାକୁ ଆସୁଛି। କରୋନା ଭାଇରସର ସାଧାରଣ ଭ୍ୟାରିଏଣ୍ଟ ମୁକାବିଲାରେ ଡେ଼ଲ୍ଟା ଭ୍ୟାରିଏଣ୍ଟରେ ସଂକ୍ରମିତ ବ୍ୟକ୍ତିଙ୍କ ଭାଇରାଲ ଲୋଡ଼ 1200 ଗୁଣା ଅଧିକ ହେବ। ଭାଇରସର ଏମିତି ରୂପ ଯାହାକି ଭ୍ୟାରିଏଣ୍ଟ ଅଫ କନ୍ସନର୍ସ ନାହିଁ, ତାହା କମ ଖତରନାକ ଅଟେ। ଯେବେକି ଭ୍ୟାରିଏଣ୍ଟ ଅଫ କନ୍ସନର୍ସରେ ଆଶଙ୍କା ଅଧିକ ଅଟେ।

ଡେ଼ଲ୍ଟା ଭ୍ୟାରିଏଣ୍ଟରେ ମୃତ୍ୟୁ ସମ୍ଭାବନା ଅଧିକ ରହିଥାଏ:-

କାନାଡ଼ା ରେ କରୋନାର 2 ଲକ୍ଷରୁ ଅଧିକ ମାମଲାରେ ଷ୍ଟଡ଼ି କରାଯାଇଥିଲା ଯେଉଁଥିରେ ଦେଖାଗଲା ଡେ଼ଲ୍ଟା ଭ୍ୟାରିଏଣ୍ଟ ବହୁତ ଦ୍ରୁତରେ ବ୍ୟାପୁଛି। ସାଧାରଣ କରୋନା ଭାଇରସ ମୁକାବିଲାରେ ଡେ଼ଲ୍ଟା ଭ୍ୟାରିଏଣ୍ଟରେ ସଂକ୍ରମିତ ବ୍ୟକ୍ତିଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା 120%, ଆଇସିୟୁରେ ଭର୍ତ୍ତି ହେବାର ଆଶଙ୍କା 287%, ମୃତ୍ୟୁ ଆଶଙ୍କା 137% ଅଧିକ ଦେଖାଯାଇଛି। ଏହି ଅନୁମାନ ଟିକେ କମ ଥିଲା। ଏହିପରି ଅଲଫା, ବିଟା, ଗାମା ତିନିକୁ ମିଶାଇ ଆଶଙ୍କା 59 ପ୍ରତିଶତ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ଓ ମୃତ୍ୟୁର ଆଶଙ୍କା 61 ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କିନ୍ତୁ ଭଲ କଥା ଏହା ହେଉଛି କି, ଭ୍ୟାକ୍ସିନ ସବୁ ଭ୍ୟାରିଏଣ୍ଟ ବିପକ୍ଷରେ କାମ କରୁଛି।

ଏସିଆ ଦେଶରେ ଅବସ୍ଥା କଣ ରହିଛି? :-

ଦକ୍ଷିଣ ଏସିଆ ଯେମିତିକି ଭାରତ ଓ ଶ୍ରୀଲଙ୍କାରେ କରୋନା ମାମଲା କମିଯାଇଛି କିନ୍ତୁ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମିଆଁମାରରେ ଏହି କେସ ବଢ଼ିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *