ବାଥରୁମରେ ଗାଧୋଉଥିଲେ ଯୁବତୀ, ଅଚାନକ ଭୁତ କଲା ଏମିତି କିଛି କାମ

କିଛି ଲୋକ ଭୁତ ଉପରେ ବିଶ୍ୱାସ କରିଥାନ୍ତି ଏବଂ ଆଉ କିଛି ଲୋକ ଅବିଶ୍ୱାସ କରିଥାନ୍ତି | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ପାରାନର୍ମାଲ ଆକ୍ଟିଭିଟିଜକୁ ଅନୁଭବ କରିପାରନ୍ତି | ଏଥିମଧ୍ୟରୁ କିଛି ଭୁତ ଦୁନିଆ ବିଷୟରେ ଷ୍ଟଡି କରି ସେମାନଙ୍କ ସହିତ କଥା ହେବା କିମ୍ବା ସେମାନଙ୍କୁ ସେମାନଙ୍କ ଦୁନିଆକୁ ପଠାଇବାରେ ସକ୍ଷମ ମଧ୍ୟ ହୋଇଥାନ୍ତି | ଡେଲି ଷ୍ଟାରରେ ପ୍ରକାଶିତ ଖବର ଅନୁଯାୟୀ, ଇଂଲଣ୍ଡରେ ରହୁଥିବା ଜଣେ ମହିଳାଙ୍କୁ ଭୁତଠାରୁ ନିଜକୁ ରକ୍ଷା କରିବାପାଇଁ ଏକ୍ସପର୍ଟଙ୍କ ସାହାଯ୍ୟ ନେବାକୁ ପଡିଲା | ପଢନ୍ତୁ ତାଙ୍କ ସହ ପ୍ରକୃତରେ ଏମିତି କଣ ହୋଇଥିଲା |

ବାଥରୁମରେ ଭୁତକୁ ନେଇ ଚିନ୍ତିତ ମହିଳା :-

ଇଂଲଣ୍ଡରେ ରହୁଥିବା ଲିଆହ ଲ୍ୟୁଇସ ଏବଂ ତାଙ୍କ ମା କୋଲେଟଙ୍କ କହିବା ଅନୁଯାୟୀ, ତାଙ୍କ ଘରେ ଏକ ଭୁତ ଥିଲା | ଆରମ୍ଭରେ ତ ସେମାନେ ଭୁତର କାର୍ଯ୍ୟକଳାପକୁ ଅଣଦେଖା କରିଚାଲିଲେ, କିନ୍ତୁ ଯେତେବେଳେ ଭୁତ ଲିଆହଙ୍କ ସାୱାରରେ ପଶି ତାଙ୍କୁ ଆଘାତ ଦେଇଥିଲା, ସେତେବେଳେ ସେ ତା ବିରୋଧରେ ଆକ୍ସନ ନେବାପାଇଁ ପାରାନର୍ମାଲ ଏକ୍ସପର୍ଟ ଇଆନ ଗ୍ରିଫିଥ୍ସଙ୍କୁ ନିଜ ଘରକୁ ଇନଭାଇଟ କରିଥିଲେ | ବାସ୍ତବରେ, ଦିନେ ଯେତେବେଳେ ଲିଆହ ଗାଧେଇ ସାରି ବାହାରିଲେ ସେତେବେଳେ ତାଙ୍କ ଶରୀର ଉପରେ ଆଘାତର ଚିହ୍ନ ଥିଲା | ଏହି ଚିହ୍ନ ଦେଖି ତାଙ୍କ ମାଙ୍କୁ ବିଶ୍ୱାସ ହୋଇଗଲା ଯେ ତାଙ୍କ ଘରେ କୌଣସି ଭୁତ ରହିଛି |

ଦୋକାନଠାରୁ କଲା ମହିଳାଙ୍କୁ ପିଛା :-

ଇଆନ ଗ୍ରିଫିଥ୍ସ ମହିଳାଙ୍କ ଘରେ ପହଞ୍ଚି ଯେତେବେଳେ ଯାଞ୍ଚ ଆରମ୍ଭ କଲେ, ସେତେବେଳେ ତାଙ୍କୁ କୋଲେଟଙ୍କ ଆଲମାରୀ ଭିତରେ କିଛି ଥିବା ଭଳି ଅନୁଭବ ହେଲା | ସେତେବେଳେ ଲିଆହ ତାଙ୍କ ସନ୍ଦେହକୁ ବାସ୍ତବ କରିବାପାଇଁ କହିଥିଲେ ଯେ ତାଙ୍କୁ ସେଠାରୁ ଅଜବ ପ୍ରକାରର ଶବ୍ଦ ଶୁଣାଯାଉଥିଲା | ମାମଲାକୁ ଯାଞ୍ଚ କରିବାପରେ ଜଣାପଡିଲା ଯେ ଲିଆହ ଯେଉଁ ଦୋକାନରେ କାମ କରୁଥିଲେ, ସେଠାରେ କିଛି ବର୍ଷ ପୂର୍ବରୁ ଜଣେ କ୍ରୋଧିତ ନୌଜବାନଙ୍କର ହତ୍ୟା କରାଯାଇଥିଲା | ଏଥିପାଇଁ ବହୁତ ସନ୍ଦେହ କରାଗଲା ଯେ ଏହି ଭୁତ ସେହି ବ୍ୟକ୍ତିର ହିଁ ହୋଇଥିବ |

ମହିଳାଙ୍କୁ ଦେଖା ଯାଉଥିଲା ଛାଇ :-

ବହୁତ ସମୟ ଧରି ଲିଆହଙ୍କୁ ଘରେ ଏବଂ ରାସ୍ତାରେ ଅଲଗା ଅଲଗା ଲୋକଙ୍କର ଛାଇ ଦେଖାଯାଉଥିଲା | ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ତାଙ୍କ ମାଙ୍କୁ ଏପରି କୌଣସି ଜିନିଷ ଦେଖାଯାଉନଥିଲା, ଯେଉଁ କାରଣରୁ ସେ ବହୁତ ଡରୁଥିଲେ | ତେବେ, ଲିଆହଙ୍କ ଉପରକୁ ଦୁଇଥର ଆକ୍ରମଣ କରାଯିବା ପରେ ହିଁ ସେ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେବାକୁ ଚିନ୍ତା କରିଥିଲେ | ଇଆନ ଗ୍ରିଫିଥସ ନିଜର ଶକ୍ତି ବ୍ୟବହାର କରି ସେହି କ୍ରୋଧିତ ଯୁବକଙ୍କ ଆତ୍ମାକୁ ଅନ୍ୟ ଦୁନିଆରେ ପହଞ୍ଚାଇଦେଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.