୩ ବର୍ଷ ପରେ ଆସିବ ମହାପ୍ରଳୟ ! ଟାଇମ ଟ୍ରାଭେଲର କଲେ ବଡ ଦାବି,ଜାଣନ୍ତୁ କଣ କହୁଛନ୍ତି ସେମାନେ ?

ଟାଇମ ଟ୍ରାଭେଲ ଅର୍ଥାତ ଭବିଷ୍ୟତ ଯାତ୍ରା, ଅନେକ ସାଇ-ଫାଇ ଫିଲ୍ମଗୁଡିକରେ ଆପଣ ଏ ବିଷୟରେ ଦେଖିଥିବେ | ଏହାବ୍ୟତୀତ ଅନେକ ଲୋକ ମଧ୍ୟ ଏହିପରି ଯାତ୍ରାର ଅନୁଭବ ଦୁନିଆ ସହିତ ସେୟାର କରି ସାରିଛନ୍ତି | କିନ୍ତୁ ସମସ୍ତଙ୍କର ଅନୁଭବ କେବଳ ଶବ୍ଦରେ ହିଁ ରହିଛି | କେହି ବି ଏହାକୁ ପ୍ରମାଣିତ କରିପାରି ନାହାନ୍ତି | ନିକଟରେ ଆଉ ଜଣେ ଅନ୍ୟ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଭବିଷ୍ୟତରୁ ଫେରିଛନ୍ତି | ସେ ସେଠାରେ ଯାହା ଦେଖିଲେ, ତାହାକୁ ଦୁନିଆ ସହିତ ସେୟାର କରିଛନ୍ତି | ବ୍ୟକ୍ତିଜଣକ କହିଛନ୍ତି ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ଦୁନିଆରେ ମହାପ୍ରଳୟ ଆସିବ | ଏହି ମହାପ୍ରଳୟରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଯିବ |

ମହାପ୍ରଳୟ ବ୍ୟତୀତ ବ୍ୟକ୍ତିଜଣକ ଦାବି କରିଛନ୍ତି ଯେ କିଛି ସମୟ ପରେ ମଣିଷ ଦୁନିଆର ସବୁଠାରୁ ବଡ଼ ଜୀବକୁ ଖୋଜି ବାହାର କରିବ | ଏହି ଜୀବ ବର୍ତ୍ତମାନ ମଧ୍ୟ ଲୋକଙ୍କ ନଜରରୁ ଦୂରରେ ରହିଛି, କିନ୍ତୁ ଭବିଷ୍ୟତରେ ଏହାକୁ ଖୋଜି ନିଆଯିବ | ଏହାସହିତ ଦୁନିଆ ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୂମିକମ୍ପ ଠାରୁ ବଡ଼ ଭୂମିକମ୍ପ ଦେଖିବ | ଏହି ଭୂମିକମ୍ପ ବହୁତ ବଡ଼ ହେବ, ଯେଉଁଥିରେ ଅନେକ ଲୋକଙ୍କର ଜୀବନ ଚାଲିଯିବ | ପୃଥିବୀ ଅଚାନକ ହଲିବ ଏବଂ ପୃଥିବୀର ଏକ ବଡ଼ ଅଂଶ ଏହାଦ୍ୱାରା ପ୍ରଭାବିତ ହେବ | ତେବେ ଏହି ଦାବି ପାଇଁ ଏହି ବ୍ୟକ୍ତି କୌଣସି ପ୍ରମାଣ ଦେଇପାରି ନାହାନ୍ତି |

ଟିକଟକରେ ସେୟାର କଲେ ଭିଡିଓ :-

ଭାରତରେ ଟିକଟକ ବ୍ୟାନ ହୋଇଯାଇଛି, କିନ୍ତୁ ଦୁନିଆର ଅନେକ ଦେଶରେ ଏହାକୁ ବ୍ୟବହାର କରାଯାଉଛି | ଟିକଟକରେ follow_for_follow.08 ନାମରେ ତିଆରି କରିଥିବା ୟୁଜର ଭବିଷ୍ୟତରୁ ଫେରିଛନ୍ତି ବୋଲି ଦାବି କରି ଭିଡିଓ ସେୟାର କରିଛନ୍ତି | ଏଥିରେ ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଏହି ଭିଡିଓକୁ ମଜାକ ଭାବୁଥିବା ଲୋକମାନେ ଭବିଷ୍ୟତରେ ଅନୁତାପ କରିବେ | ସେ କହିଛନ୍ତି ଯେ ଖୁବଶୀଘ୍ର ତାଙ୍କର ପ୍ରଥମ ଦାବି ସତ ହେବ, ଯାହା ଅନୁଯାୟୀ ଦୁନିଆର ସବୁଠାରୁ ବଡ ଜୀବ ଆବିଷ୍କାର ହେବ | ତେବେ ଭିଡିଓରେ ଏହି ଜୀବକୁ ନେଇ ଅଧିକ କିଛି କୁହାଯାଇ ନାହିଁ | କିନ୍ତୁ ଏହାର ଆବିଷ୍କାର ୨୦୨୨ରେ ହେବ, ଏହାର ସୂଚନା ଭିଡିଓରେ ଦିଆଯାଇଛି |

ଆସିବ ବହୁତ ଭୂକମ୍ପ :-

ଏହି ଭିଡିଓରେ ଦ୍ୱିତୀୟ ଦାବି ମହାପ୍ରଳୟକୁ ନେଇ କରାଯାଇଛି | ବ୍ୟକ୍ତିଜଣକ କହିଛନ୍ତି ଯେ ୨୦୨୪ ମସିହାରେ କାଲିଫର୍ନିଆରେ ସବୁଠାରୁ ଭୟଙ୍କର ଭୂକମ୍ପ ହେବ | ଏହାଦ୍ୱାରା ଅନେକ କ୍ଷତି ଘଟିବ | ଏହି ଭିଡିଓର ଚେତାବନୀ ପରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨୫ ହଜାର ଲାଇକ ମିଳିଛି ଏବଂ ଅନେକ ଲୋକ ଏହା ଉପରେ କମେଣ୍ଟ ଦେଇଛନ୍ତି | କିଛି ଲୋକ ଏହାକୁ ଫେକ ବୋଲି ମଧ୍ୟ କହୁଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଅନେକ ଟାଇମ ଟ୍ରାଭେଲରମାନେ ଟିକଟକରେ ହିଁ ଭବିଷ୍ୟତରେ କ’ଣ ହେବ ବୋଲି ଦାବି କରିଛନ୍ତି | ଜଣେ ୟୁଜର ତ ୨୪୮୫ ମସିହାରେ ଦୁନିଆ ଶେଷ ହେବ ବୋଲି ଭବିଷ୍ୟବାଣୀ କରିଦେଇଥିଲେ | ବର୍ତ୍ତମାନ କେବଳ ଆସନ୍ତା ବର୍ଷ ହିଁ ଏହି ନୂତନ ଦାବି ପ୍ରମାଣିତ ହୋଇଯିବ | ଏହା ପରେ ମହାପ୍ରଳୟ ବିଷୟରେ ଆଲୋଚନା କରାଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *