ବିବାହର ୧୭ ଦିନ ପରେ ପତ୍ନୀକୁ କଲା ପ୍ରେମିକ ପାଖରେ ସମର୍ପଣ,ପୂର୍ବରୁ ଏମିତି ହୋଇଥିଲା ଚୁକ୍ତିନାମା

ପ୍ରେମ ଅନ୍ଧ ହୋଇଥାଏ,ଏହାର ଜ୍ୱଳନ୍ତ ଉଦାହରଣ ରାଞ୍ଚିରେ ଦେଖିବାକୁ ମିଳିବ,ଯେତେବେଳେ ଏକ କନ୍ୟା ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡି ନିଜ ପ୍ରେମିକ ପାଖକୁ ପଳାଇଗଲା|ପ୍ରେମୀ ମଧ୍ୟ ନିଜର ବିବାହିତ ପ୍ରେମିକାକୁ ରଖିବାକୁ ପ୍ରସ୍ତୁତ ହୋଇଗଲା|କୁହାଯାଉଛି ଯେ ଯୁବତୀଙ୍କ ବିବାହ ପୂର୍ବରୁ କୈାଣସି ଯୁବକ ସହ ପ୍ରେମ ସମ୍ପର୍କ ଥିଲା|ଏହା ସତ୍ୱେ ଯୁବତୀଙ୍କ ଘର ଲୋକ ଅନ୍ୟ ଜାଗାରେ ବାହା ଦେଇଥିଲେ|ସେ ବିବାହ ପରେ ମଧ୍ୟ ପ୍ରେମିକ ସହ ଫୋନ ମାଧ୍ୟମରେ ସମ୍ପର୍କରେ ଥିଲା|

ଯେତେବେଳେ ପୁଅ ଘର ଲୋକଙ୍କୁ ଜଣାଗଲା ଯେ ତାଙ୍କ ବୋହୂ ଅନ୍ୟ କୈାଣସି ପିଲା ସହ ପ୍ରେମ କରୁଛି ତ ତାଙ୍କ ପାଦତଳୁ ମାଟି ଖସିଗଲା ଓ ସମ୍ପର୍କୀୟ ମାନେ ନିଜ ମଧ୍ୟରେ ବୁଝାମଣା କରି ଏକ ଏଗ୍ରିମେଣ୍ଟ ବନାଇଲେ ଓ ପତି ନିଜେ ପତ୍ନୀଙ୍କୁ ପ୍ରେମୀକ ପାଖରେ ସମର୍ପଣ କରିଥିଲେ|ଏହି ମାମଲାରେ ଯୁବତୀ ପ୍ରେମିକକୁ କହିଲା ଯେ ତାଙ୍କ ମା ସବୁ ଜାଣୁଥିଲେ ଓ ସେ ବିବାହ କରାଇଥିଲେ|

ସୂଚନାଯୋଗ୍ୟ ଯେ ରାଞ୍ଚିର ସୁଖଦେବ ନଗର ଥାନା କ୍ଷେତ୍ରରେ ରହୁଥିବା ଯୁବତୀର ବିବାହ ରାତୁ ଥାନା କ୍ଷେତ୍ରର ଚିପରା ନିବାସୀ ସହ ୩ ଜୁଲାଇକୁ ବିବାହ ହୋଇଥିଲା|ମାତ୍ର କିଛି ଦିନ ମଧ୍ୟରେ ଏହି ବିବାହ ଭାଙ୍ଗିଗଲା|ଏହି ସମୟରେ ଉଭୟ ପକ୍ଷ ବସିକି ବୁଝାମଣା କରିବାକୁ ଚେଷ୍ଟା କଲେ କିନ୍ତୁ ହେଲା ନାହିଁ|

ନୂଆ ବୋହୁ ପଳେଇବା ଫଳରେ ଶଶୁର ଘର ଲୋକମାନେ ବହୁତ ଚିନ୍ତିତ ଥିଲେ|ପୁଣି କୈାଣସି ମତେ ତାକୁ ମନେଇ ୧୯ ଜୁଲାଇକୁ ନିଜ ଘରକୁ ଆଣିଲେ |କିନ୍ତୁ ସେ କୈାଣସି ଭାବେ ଶଶୁର ଘରେ ରହିବାକୁ ପ୍ରସ୍ତୁତ ନଥିଲା|ଛୋଟଛୋଟ କଥାରେ ଝ-ଗ-ଡା କରୁଥିଲେ|ଏହାଫଳରେ ଯୁବକ ମଧ୍ୟ ରହିବାକୁ ମନାକଲା ଓ ଦୁହେଁ ଅଲଗା ରହିବାକୁ ନିଷ୍ପତ୍ତି ନେଲେ|

ଯେତେବେଳେ ପତିପତ୍ନୀ ଏକସଙ୍ଗେ ରହିବାକୁ ମନାକଲେ ତେଵେ ଘରଲୋକଙ୍କୁ ଗୋଟିଏ ନିଷ୍ପତ୍ତି ନେବାକୁ ପଡ଼ିଥିଲା|ତାଙ୍କ ନିଷ୍ପତ୍ତି ହେଲା ଯେ ଯୁବତୀଙ୍କୁ ପ୍ରେମିକ ସହ ରହିବାକୁ ଦିଆଯାଉ|୨୦ ଜୁଲାଇରେ ରାତୁର ପ୍ରଖଣ୍ଡ ମୁଖ୍ୟାଳୟକୁ ପ୍ରେମୀକୁ ଡକାଗଲା|ଏହାପରେ ପ୍ରେମୀ ପ୍ରେମିକା ଓ ବର ପକ୍ଷରୁ ଏକ ଚୁକ୍ତିନାମା ସ୍ବାକ୍ଷର କରାଗଲା|ପତି ପତ୍ନୀଙ୍କୁ ତା ପ୍ରେମିକ ସହ ରହିବାକୁ ସହମତି ଦେଇଥିଲେ|

ପ୍ରେମିକ କହିଲେ ଯେ ତା ସହ ସମ୍ପର୍କ ପୁର୍ବରୁ ଦେଢ ବର୍ଷ ଧରି ଚାଲୁଥିଲା|ଏହା ତା ସମ୍ପର୍କୀୟଙ୍କୁ ଜଣାଥିଲା|ସବୁ କଥା ଜାଣିବା ପରେ ମଧ୍ୟ ତାର ବିବାହ କରିଥିଲେ|

ଏହି ମାମଲାକୁ ନେଇ ଯୁବତୀର ପ୍ରେମି କହିଲା ଯେ ଯୁବତୀଙ୍କ ମା ସବୁ ଜାଣି ତାର ବିବାହ ଅନ୍ୟ ଜାଗାରେ କରିଥିଲେ|କଥା ପ୍ରଘଟ ହେବାରୁ ଶଶୁର ଘର ଲୋକମାନେ ଏକ ଚୁକ୍ତି କରି ମୋତେ ଅର୍ପଣ କଲେ|ମୁଁ ପ୍ରେମ କରିଛି ମାନେ ତାକୁ ନିଭାଇବି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *