ରେଲୱେ ଦେଲା ବଡ ଚେତାବନୀ : ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କରିବେ ଏହି ଭୁଲ, ତେବେ ୩ ବର୍ଷ ପର୍ଯ୍ୟନ୍ତ ହେବ ଜେ-ଲ ଦ-ଣ୍ଡ

ଟ୍ରେନରେ ନିଆଁ ଲାଗିବାର ଘଟଣା ଆଜିକାଲି ଅନେକଥର ସାମ୍ନାକୁ ଆସୁଛି | ନିକଟରେ ନୂଆଦିଲ୍ଲୀ-ଦେହରାଡୁନ ଶତାବ୍ଦୀ ଏକ୍ସପ୍ରେସର ଗୋଟିଏ କୋଚରେ ନିଆଁ ଲାଗିଯାଇଥିଲା | ସେହିପରି ଗାଜିଆବାଦ ଷ୍ଟେସନରେ ମଧ୍ୟ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା | ଏହି ଘଟଣାକୁ ଦୃଷ୍ଟିରେ ରଖି ରେଲୱେ ଯାତ୍ରୀମାନଙ୍କ ପାଇଁ ଏକ ଅଫିସିଆଲ ନୋଟିଫିକେସନ ଜାରି କରିଛି |

ରେଲୱେ ଟ୍ୱିଟ କରି କହିଲା ଏହି କଥା :-

ରେଲୱେ ଟ୍ୱିଟ କରି କହିଛି ଯେ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ଜ୍ୱଳନଶୀଳ ସାମଗ୍ରୀ ନିଜେ ନେଇ ଚାଲିବେନାହିଁ କିମ୍ବା କାହାକୁ ନେଇଯିବା ପାଇଁ ଦେବେ, ଏହା ଏକ ଦଣ୍ଡନୀୟ ଅ-ପ-ରା-ଧ ଅଟେ | ଏପରି କରିବା ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ସହିତ ଜେ-ଲ ମଧ୍ୟ ହୋଇପାରେ | ପଶ୍ଚିମ ମଧ୍ୟ ରେଲୱେ ଅନୁଯାୟୀ, ଟ୍ରେନରେ ନିଆଁ ବିସ୍ତାର କରିବା କିମ୍ବା ଜ୍ୱଳନଶୀଳ ଜିନିଷ ପରିବହନ କରିବା ରେଳ ଅଧିନିୟମ, ୧୯୮୯ ର ଧାରା ୧୬୪ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ, ଯେଉଁଥିପାଇଁ ଧରାପଡ଼ିବା ବ୍ୟକ୍ତିଙ୍କୁ ୩ବର୍ଷ ପର୍ଯ୍ୟନ୍ତ କଏଦି କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇଟିଯାକ ଦ-ଣ୍ଡ ଦିଆଯାଇପାରେ |

ଏହି ଜିନିଷଗୁଡ଼ିକ ଉପରେ ଲଗାଯାଇଛି ପ୍ରତିବନ୍ଧକ :-

ରେଲୱେର ଟ୍ୱିଟ ଅନୁଯାୟୀ, ଟ୍ରେନର ଡବାରେ କିରୋସିନି, ଶୁଖିଲା ଘାସ, ଷ୍ଟୋଭ, ପେଟ୍ରୋଲ, ମାଟିର ତେଲ, ଗ୍ୟାସ ସିଲିଣ୍ଡର,ଦିଆସିଲି, ବାଣ କିମ୍ବା ନିଆଁ ବିସ୍ତାର କରୁଥିବା ଅନ୍ୟ କୌଣସି ଜ୍ୱଳନଶୀଳ ଜିନିଷକୁ ନିଜ ସହ ନେଇ ଯାତ୍ରା ନ କରିବାପାଇଁ କଠୋର ଚେତାବନୀ ଦିଆଯାଇଛି | ଆପଣଙ୍କୁ କହିରଖୁଛୁ ଯେ ରେଲୱେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବାପାଇଁ ଏହି ନିୟମ ତିଆରି କରିଛି, ଯେପରିକି ଟ୍ରେନରେ ଯାତ୍ରା କରୁଥିବା ସବୁ ଯାତ୍ରୀ ସୁରକ୍ଷିତ ଭାବେ ଯାତ୍ରା କରିବେ ଏବଂ ସେମାନଙ୍କ ଖୁସି ସର୍ବଦା ରହିବ |

ରେଲୱେ ପରିସରରେ ସିଗାରେଟ ଟାଣିବା ଅ-ପ-ରା-ଧ :-

କେବଳ ଏତିକି ନୁହେଁ, ନିଆଁ ଦ୍ୱାରା ଘଟୁଥିବା ଘଟଣାକୁ କଣ୍ଟ୍ରୋଲ କରିବାପାଇଁ ରେଲୱେ ଦ୍ୱାରା ତିଆରି କରାଯାଉଥିବା ଯୋଜନା ଅଧୀନରେ ଯଦି କେହି ଟ୍ରେନରେ ସିଗାରେଟ କିମ୍ବା ବିଡି ଟାଣୁଥିବା ସମୟରେ ଧରାପଡିଯାଏ, ତେବେ ତାକୁ ଜେ-ଲ ମଧ୍ୟ ହୋଇପାରେ | ଏହାବ୍ୟତୀତ ଜୋରିମାନା ମଧ୍ୟ ଦେବାକୁ ପଡିପାରେ | ରେଲୱେ ପରିସରରେ ସିଗାରେଟ ବିଡି ଟାଣିବା ଦଣ୍ଡନୀୟ ଅ-ପ-ରା-ଧ ଅଟେ | ଏପରି କରୁଥିବାବେଳେ ଯାତ୍ରୀ ଉପରେ ୨୦୦ଟଙ୍କା ଜୋରିମାନା ଲଗାଯାଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *