ହେ ଭଗବାନ, କିଛି ବି କରି ଛା-ଡପ-ତ୍ର କରାଇ ଦିଅନ୍ତୁ-ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ରହସ୍ୟର ଭାଇରାଲ ଚିଠି

“ହେ ଭଗବାନ, କିଛି ବି କରି ଛା-ଡପ-ତ୍ର କରାଇ ଦିଅ। ପ୍ରଭୁ ସାଇ ବାବା ଆପଣଙ୍କ ପାଖରେ ଋଣୀ ରହିଯିବି। ପୁରୀ ମନ୍ଦିରରେ ଯାଇ ଦାସୀ ହୋଇ ରହିବି। କିଛି ବି କରି ଦୟାକରି ଛା-ଡପ-ତ୍ର କରାଇଦିଅ। ଏତେ ଦୁଃ-ଖରେ ଏତେ କିଛି କହିଲି, ତଥାପି ମୋ ଆ-ଖିର ଲୁହ ଦେଖାପାରିଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ମୁଁ ଦେଖିନାହିଁ। ଛି ମ-ରି-ବା ବେଳେ ମୁହଁରେ ପୋକ ପଡ଼ନ୍ତୁ।”

ଗତକାଲି ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ସାମ୍ନାକୁ ଆସିଛି ଓ ବର୍ତ୍ତମାନ ସେହି ଚିଠିଟି ଭାଇରାଲ ହେବାରେ ଲାଗିଛି। ତେବେ ଏହି ଚିଠି କେଉଁଠୁ ମିଳିଛି ତାହା ସ୍ପ-ଷ୍ଟ ହୋଇ ନାହିଁ କିନ୍ତୁ ଏହା ବିଦ୍ୟାଭାରତୀଙ୍କ ହାତ ଲେଖା ବୋଲି କୁହାଯାଉଛି। ଯେଉଁଥିରେ ଉପରୋକ୍ତ କଥା ସମସ୍ତ ଉଲ୍ଲେଖ କରାଯାଇଛି।

ଗତକାଲି ଏକ କମଳା ରଙ୍ଗର ଚିଠିକୁ ନେଇ ଗଣମାଧ୍ୟମରେ ଭାଇରାଲ ସୃଷ୍ଟି ହୋଇଥିବା ବେଳେ ଆଜି ମଧ୍ୟ ସମାନ ରଙ୍ଗର ଆଉ ଏକ ଚିଠି ମିଳିଛି। ଗତକାଲି ମିଳିଥିବା ଚିଠିଟି ବିଦ୍ୟାଭାରତୀ ଲେଖିଥିବା ସ୍ୱୀ-କାର କରିଛନ୍ତି ସେହିଅପରି ଆଜି ମିଳିଥିବା ଚିଠିଟି ଭାଇରାଲ ହେଉଥିବା ବେଳେ ତାହା କେଉଁଠାରୁ ଆସିଲା ଓ ତାହାକୁ କିଏ ଲେଖିଛନ୍ତି ତାହା ସ୍ପ-ଷ୍ଟ ଭାବରେ ଜଣା ପଡିନାହିଁ।

ଗତକାଲି କ୍ରାଇମବ୍ରାଞ୍ଚ ହାତରେ ଏହି ଚିଠି ଲାଗିଥିଲା ଓ ସେଥୀରେ ଲେଖା ଯାଇଥିଲାକି, “ମୁଁ ଏହି ଲୋକମାନଙ୍କୁ ଦୁନିଆରେ ସବୁଠୁ ଅଧିକ ଘୃ-ଣା କରେ। ଭଗବାନ ମୋ ଭୁଲ ପାଇଁ ମୋତେ କ୍ଷ-ମା କରିଦିଅନ୍ତୁ। ମୋ ଜୀବନକୁ ଆଉ ବ-ର୍ବା-ଦ କରନ୍ତୁ ନାହିଁ। କେମିତି ଆଉ ୩ଦିନ କଟିବ। ୧୨-୧୫ଦିନ ଶାନ୍ତିରେ ରହିବି। ମୁଁ ଏହି ଲୋକମାନଙ୍କୁ ପ୍ରବଳ ଘୃ-ଣା କରେ, ଏପରିକି ମୋ ନାଁ ସହ ତା’ର ନାଁ ଯୋଡ଼ିବାକୁ ମଧ୍ୟ ଇଚ୍ଛା ନାହିଁ। ମୋର ଏହି ନିଷ୍ପତ୍ତି ମୋ ଜୀବନକୁ ବ-ର୍ବା-ଦ କରିଦେଲା।”

ଓଡ଼ିଆ ଓ ଇଂଲିସ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠିଟି ନିଜେ ବିଦ୍ୟାଭାରତୀ ଲେଖିଛନ୍ତି ବୋଲି ସ୍ୱୀ-କାର କରିଛନ୍ତି। ତେବେ ସେ ଯେତେବେଳେ ଦୁଃ-ଖରେ ଥାଆନ୍ତି ମନର ଅକୁହା ଦୁଃ-ଖକୁ ଚିଠିରେ ପ୍ରକାଶ କରନ୍ତି ବୋଲି ବିଦ୍ୟାଭାରତୀ କହିଛନ୍ତି। ଏହି ଚିଠି ସହିତ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ ଓ ମନର ଦୁଃ-ଖ ବିଷୟରେ ଲେଖିଥାଏ। ସେଇଟା କାହାରି ଉ-ଦ୍ଦେ-ଶ୍ୟରେ ନଥିଲା। ଓ କାହାରି ପାଇଁ ମଧ୍ୟ ନଥିଲା। କେବେ ଓ କାହାକୁ ଆ-କ୍ଷେପ କରି ମୁଁ ତାହା ଲେଖି ନାହିଁ।

ଅନ୍ୟ ପକ୍ଷରେ ବିଦ୍ୟାଭାରତୀଙ୍କୁ ସଙ୍ଗେ ସଙ୍ଗେ ଗି-ର-ଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ତରଫରୁ ଲ-ଢୁଥି-ବା ଓ-କି-ଲ ପାର୍ଥସାରଥି ନାୟକ। ସେ କହିଛନ୍ତିକି, ବିଦ୍ୟାଭାରତୀଙ୍କୁ ଗି-ର-ଫ ପରେ ପୋ-ଲି-ସ ରି-ମା-ଣ୍ଡରେ ଆଣି ତାଙ୍କୁ ପଚ-ରାଉ-ଚରା କରୁ। ପଚ-ରାଉ-ଚରା କରିବା ପରେ ମା-ମ-ଲାରେ ଡିଏଫଓଙ୍କର ସଂପୃକ୍ତି ସମ୍ପର୍କରେ ସମ୍ପୂର୍ଣ ରୂପରେ ଜଣାପଡ଼ିଯିବ। ବିଦ୍ୟାଭାରତୀଙ୍କୁ ଗି-ର-ଫ କରିବା ପାଇଁ ଆ-ଇ-ନଗତ କୌଣସି ପ୍ର-ତିବ-ନ୍ଧକ ନାହିଁ। ବିଦ୍ୟାଭାରତୀ ଗି-ର-ଫ ହେଲେ ସବୁ କଥା ସ୍ପ-ଷ୍ଟ ଭାବରେ ଜଣାପଡିଯିବ ବୋଲି ଆଇ-ନଜୀ-ବୀ ପାର୍ଥସାରଥି ନାୟକ କହିଛନ୍ତି।

ବିବାହର କେବଳ ୬ ମାସ ପରେ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ମନରେ କିପରି ଏତେ ଘୃ-ଣା ଆସିଗଲା, କ’ଣ ପାଇଁ ସେ ତାଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ, ଏଥିପାଇଁ ଭଗବାନଙ୍କୁ କାକୁତିମିନତି ମଧ୍ୟ ହେଉଥିଲେ, ବର୍ତ୍ତମାନ ପୋ-ଲି-ସ ଏହି ଅଡୁଆ ଖିଅକୁ ଧରିବାକୁ ପୋ-ଲି-ସ ତ-ଦ-ନ୍ତ କରୁଅଛି।

Leave a Reply

Your email address will not be published. Required fields are marked *