ଅକ୍ଷୟ-ସଲମାନଙ୍କ ଠାରୁ ଅଧିକ ହେଉଛି ରାଜ କୁନ୍ଦ୍ରାଙ୍କ ସମ୍ପତ୍ତି, କିପରି ସାଲ ବିକ୍ରି କରି ହୋଇଗଲେ ୨୮୦୦ କୋଟି ଟଙ୍କାର ମାଲିକ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ଓ ଦେଶ ବିଦେଶରେ ପରିଚୟ ରଖିଥିବା ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରା ବଡ ବିପଦରେ ଫସି ଯାଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଜେ-ଲ ମଧ୍ୟ ହୋଇପାରେ। ରାଜ କୁନ୍ଦ୍ରାଙ୍କୁ ଅ-ଶ୍ଳୀ-ଳ ଫିଲ୍ମ ତିଆରି କରିବା ଆ-ରୋ-ପ-ରେ ମୁମ୍ବାଇ ପୋ-ଲି-ସ ଗି-ର-ଫ କରିନେଇଛି। ରାଜ କୁନ୍ଦ୍ରାଙ୍କୁ ସୋମବାର ଦିନ ରାତିରେ ଗି-ର-ଫ କରାଯାଇଛି।

ଜଣାଇଦେଉଛୁକି, ରାଜଙ୍କୁ ୨୩ ଜୁଲାଇରେ ଏକ ନ୍ୟାୟିକା ହିରାସତରେ ପଠାଯିବ। ଏହା ପରେ କୋର୍ଟରେ ତାଙ୍କୁ ହାଜିର କରାଯିବ। ନିଜର ସ୍ଵାମୀଙ୍କୁ ରକ୍ଷା କରିବା ପାଇଁ ଶିଳ୍ପା ସେଟ୍ଟୀ ବହୁତ ଚେଷ୍ଟା କରୁଛନ୍ତି। ସୂଚନା ମୁତାବିକ, ସ୍ଵାମୀଙ୍କ ପାଇଁ ଦେଶର ବଡ ବଡ ଓକିଲଙ୍କୁ ସମ୍ପର୍କ କରୁଛନ୍ତି।

ଜଣାଇଦେଉଛୁକି, ରାଜ କୁନ୍ଦ୍ରା ଏକ ବହୁତ ବଡ ଓ ପ୍ରସିଦ୍ଧ ବ୍ୟବସାୟୀ ଅଟନ୍ତି। ତାଙ୍କ ପାଖରେ ଅରବ ପଇସାର ସମ୍ପତ୍ତି ଅଛି, ସେ ଏତିକି ପର୍ଯ୍ଯନ୍ତ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିଛନ୍ତି ଓ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ଆରମ୍ଭ ସମୟରେ ସେ ସାଲ ବିକ୍ରି କାମ କରୁଥିଲେ ଓ ଧୀରେ ଧୀରେ ସେ ଧନୀ ବ୍ୟକ୍ତିଙ୍କ ସୂଚୀରେ ସାମିଲ ହୋଇ ଚାଲିଲେ।

ଆଜି ତାଙ୍କ ପାଖରେ ବେସୁମାର ସମ୍ପତ୍ତି ଅଛି। ଯାହାକି ହିନ୍ଦୀ ସିନେମାର ବଡ ବଡ ସୁପରଷ୍ଟାରଙ୍କ ପାଖରେ ନାହିଁ। ଆସନ୍ତୁ ଆଜି ଆପଣଙ୍କୁ ଜଣାଇବୁକି କେମିତି ସାଲ ବିକ୍ରି କରୁଥିବା ରାଜ କୁନ୍ଦ୍ରା ଅରବ ଟଙ୍କାର ମାଲିକ ହୋଇଗଲେ।

ରାଜ କୁନ୍ଦ୍ରାଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୭୫ ମସିହାରେ ଲଣ୍ଡନ(ୟୁନାଇଟେଡ କିଙ୍ଗଡମ)ରେ ହୋଇଥିଲା। ତାଙ୍କର ପିତା ଲୁଧିୟାନାରୁ ଥିଲେ। ପରେ ସେ ଲଣ୍ଡନ ଶିପ୍ଟ ହୋଇଯାଇଥିଲେ। ଲଣ୍ଡନରେ ଜନ୍ମ ହୋଇଥିବା ରାଜ କୁନ୍ଦ୍ରାଙ୍କ ଲାଳନ ପାଳନ ଲଣ୍ଡନରେ ହୋଇଥିଲା।

ସୂଚନା ମୁତାବିକ, ଲଣ୍ଡନରେ ରାଜଙ୍କ ପିତା ବସ କଣ୍ଡକ୍ଟର ଥିଲେ। ତାଙ୍କ ମା ଚଷମା ଦୋକାନରେ ଚଷମା ବିକ୍ରି କାମ କରୁଥିଲେ। ସମୟ ବଢିବା ସହିତ ରାଜଙ୍କ ପିତା ଏକ ଛୋଟ ବ୍ୟବସାୟ ଆରମ୍ଭ କରିଦେଇଥିଲେ।

ରାଜ କୁନ୍ଦ୍ରା ୧୮ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ। ସେ ଦୁବାଇ ଗଲେ ଓ ସେଠାରୁ ନେପାଳ ଚାଲିଗଲେ। ସେଠାରୁ ସେ ପଶ୍ମିନା ସାଲ କିଣିଲେ ଓ ତାକୁ ବ୍ରିଟେନର ବଡ ଫେସନ ହାଉସରେ ବିକ୍ରି କରିବା ଆରମ୍ଭ କରିଲେ। ସେ ଏଥିରୁ ବହୁତ ଲାଭ କରିଲେ। ଏହା ପରେ ସେ ଦୁବାଇରେ ଏଞ୍ଜୋଶିୟଲ ଜେନେରାଲ ଟ୍ରେଡିଙ୍ଗ କମ୍ପାନୀକୁ ଆରମ୍ଭ କରିଲେ। ଏଠାରେ ମଧ୍ୟ ତାଙ୍କୁ ସଫଳତା ମିଳିବାକୁ ଲାଗିଲା ଓ ପୁଣି ବଲିଉଡରେ ନିବେଶ କରିଲେ। ରାଜ କୁନ୍ଦ୍ରା ବଲିଉଡ ଫିଲ୍ମର ପ୍ରଡକ୍ସନରେ ପଇସା ଲଗାଇବା ଆରମ୍ଭ କରିଲେ।

ରାଜ କୁନ୍ଦ୍ରା ଧୀରେ ଧୀରେ କୋଟି କୋଟି ଓ ଅରବ ଟଙ୍କାର ମାଲିକ ହୋଇଗଲେ। ମିଡିଆ ରିପୋର୍ଟ ମୁତାବିକ, ରାଜ କୁନ୍ଦ୍ରା ଆଜି ୨୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି। ଜଣାଇଦେଉଛୁକି ଏତେ ସମ୍ପତ୍ତି ଅକ୍ଷୟ କୁମାର, ସଲମାନ ଖାନ, ଆମିର ଖାନ ପରି ବଡ ବଡ ବଲିଉଡ ସୁପରଷ୍ଟାରଙ୍କ ପାଖରେ ମଧ୍ୟ ନାହିଁ। ରାଜ କୁନ୍ଦ୍ରା ୨୦୦୪ ମସିହାରେ ବ୍ରିଟେନର ୧୯୮ତମ ସବୁଠାରୁ ଧନୀ ବ୍ୟକ୍ତି ରୂପରେ ଚୟନ ହୋଇଥିଲେ।

ରାଜ କୁନ୍ଦ୍ରାଙ୍କ ନିଜସ୍ୱ ଜୀବନ କଥା କହିବା ଯଦି ସେ ୪୫ ବର୍ଷର ଅଟନ୍ତି। ରାଜ କୁନ୍ଦ୍ରା ୨୦୦୩ରେ ବିବାହ କରିଥିଲେ। ଦୁଇଜଣଙ୍କର ଏକ ଝିଅ ଥିଲା ଯାହାର ନାମ ଡେଲିନା ଥିଲା। ରାଜ ଓ କବିତାଙ୍କ ସମ୍ପର୍କ ଅଧିକ ଦିନ ଚାଲିନଥିଲା। ୨୦୦୫ରେ ସେମାନଙ୍କର ଛାଡପତ୍ର ହୋଇଗଲା।

ଏହାପରେ ୨୦୦୯ ମସିହାରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ବିବାହ କରିଥିଲେ। ରାଜ ଓ ଶିଳ୍ପାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *